Asian Games: ଏସୀୟ କ୍ରୀଡ଼ା; ଇତିହାସ ରଚିଲେ ନୀତଲ

2 weeks ago 8
ARTICLE AD BOX

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମଥର ପାଇଁ ଭାରତୀୟ ଦଳରେ ନିଯୁକ୍ତ ହୋଇଛନ୍ତି ଜଣ ସେଫଗାର୍ଡିଂ ଅଫିସର। ସେ ହେଉଛନ୍ତି ନୀତଲ ନାରଙ୍ଗ। ଆଥଲେଟ୍‌ମାନଙ୍କୁ ଯୌନ ଉତ୍ପୀଡ଼ନ, ମାନସିକ ନିର୍ଯାତନା, ଅବହେଳା, ବୁଲିଂ ଓ ଅନ୍ୟାନ୍ୟ ଅସଦାଚରଣରୁ ସୁରକ୍ଷା ଦେବା ତାଙ୍କର ମୁଖ୍ୟ ଦାୟିତ୍ୱ ରହିବ। ନୀତଲ ହେଉଛନ୍ତି ସଫ୍ଟବଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି। 

ସେ ପୂର୍ବରୁ ବକ୍ସିଂ ଇଣ୍ଡିଆର ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏଥିସହ ସେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (IOC)ର ‘ସେଫଗାର୍ଡିଂ ଅଫିସର ଇନ୍ ସ୍ପୋର୍ଟ’ ସାର୍ଟିଫିକେଟ୍ କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି। ଏହି ନିଯୁକ୍ତିକୁ ନେଇ ବେଶ୍‌ ଉତ୍ସାହିତ ଥିବା ନାରଙ୍ଗ କହିଛନ୍ତି, ମୋ ଭୂମିକା ବ୍ୟାପକ ହେବ। ଛୋଟ ଅବହେଳାଠାରୁ ଆରମ୍ଭ କରି ମାନସିକ ନିର୍ଯାତନା କିମ୍ବା ଯୌନ ଉତ୍ପୀଡ଼ନ ଭଳି ଗୁରୁତର ଅଭିଯୋଗ ପର୍ଯ୍ୟନ୍ତ ସବୁକିଛି ଆଥଲେଟ୍‌ମାନେ ମୋ ନିକଟରେ ଅଭିଯୋଗ କରିପାରିବେ। 

Asian Games 2026: ଏସୀୟ କ୍ରୀଡ଼ା ପାଇଁ ବିଶାଳ ଭାରତୀୟ ଦଳ ଜାପାନ ଯିବାକୁ ପ୍ରସ୍ତୁତ

ଅଭିଯୋଗ ପ୍ରକ୍ରିୟାକୁ ଗୋପନୀୟ ରଖାଯିବ, ଯାହାଦ୍ୱାରା ଖେଳାଳିମାନେ ନିର୍ଭୟରେ ନିଜ ସମସ୍ୟା ଜଣାଇପାରିବେ। ଏସୀୟ ଅଲିମ୍ପିକ୍ସ ପରିଷଦ (ଓସିଏ) ୨୦୨୨ରେ ଏହି ପଦକୁ ବାଧ୍ୟତାମୂଳକ କରିଥିଲା। ପୂର୍ବରୁ ଭାରତୀୟ ଦଳ ପାଇଁ ଯୁବ ଏସୀୟ କ୍ରୀଡ଼ାରେ ଓମ୍ ପ୍ରକାଶ କରହାନା ସେଫଗାର୍ଡିଂ ଅଫିସର ଭାବେ ଦାୟିତ୍ୱ ତୁଲାଇଥିଲେ। ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ। ଭାରତର ୩୬ଟି କ୍ରୀଡ଼ାରେ ୫୦୩ ଜଣ ଆଥଲେଟ୍‌ ନେଇ ଅଂଶଗ୍ରହଣ କରିବ। ଏଥିରେ ୨୬୯ ଜଣ ପୁରୁଷ ଓ ୨୩୪ ଜଣ ମହିଳା ଆଥଲେଟ୍ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.