5 Earthquake: ତିବ୍ଦତରେ ୫ ତୀବ୍ରତାର ଭୂମିକମ୍ପ

2 weeks ago 9
ARTICLE AD BOX

କାଠମାଣ୍ଡୁ: ତିବ୍ଦତରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ରହିଛି। ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ଆସିବାର ଗୋଟିଏ ସପ୍ତାହ ପରେ ଏହି ଭୂମିକମ୍ପ ଆସିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (ଜେଏଫ୍‌ଜି) ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ଅନୁଭୂତ ହୋଇଥିଲା। କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ରିପୋର୍ଟ ତୁରନ୍ତ ମିଳିନାହିଁ।

ଗୋଟିଏ ସପ୍ତାହ ପରେ ଆସିଛି ଏହି ଭୂମିକମ୍ପ

ଅଗଷ୍ଟ ୨୬ ତାରିଖରେ ନେପାଳ ସୀମା ନିକଟରେ ତିବ୍ଦତରେ ଏକ ହିମଖଣ୍ଡ ଭୁଶୁଡ଼ି ପଡ଼ିବା ଫଳରେ ହୋଇଥିବା ମହାପ୍ରଳୟ ପରେ ଭୂମିକମ୍ପ ହୋଇଥିଲା, ଯାହା ସହର ଓ ଉପତ୍ୟକାକୁ ଭାଙ୍ଗି ପକାଇଥିଲା। ହଜାରେରୁ ଲୋକ ପ୍ରାଣ ହରାଇଥିଲେ କିମ୍ବା ନିଖୋଜ ହୋଇଯାଇଥିଲେ। ଗୁରୁବାର ସୁଦ୍ଧା ନେପାଳ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧,୨୫୨ରେ ପହଞ୍ଚିଛି। ଏହାସହିତ ଏପର୍ଯ୍ୟନ୍ତ ୪,୨୦୦ ଲୋକ ନିଖୋଜ ଅଛନ୍ତି। ତିବ୍ଦତରେ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିବାବେଳେ ୫୪୧ ଲୋକ ନିଖୋଜ ଥିବା ଚୀନ ସୂଚନା ଦେଇଛି।

Data Leak: ହେଗସେଥ୍‌ଙ୍କ ସମେତ ୧୫ କୋଟିରୁ ଅଧିକ ଆମେରିକୀୟଙ୍କ ତଥ୍ୟ ଲିକ୍: ଡାର୍କ ୱେବ୍‌ରେ ବିକ୍ରି କରିଛନ୍ତି ହ୍ୟାକର୍ସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.