ଷ୍ଟିଫେନ୍ ମିଲର ହ୍ୱାଇଟ୍ ହାଉସର ନୂଆ ଚିଫ୍ ଅଫ୍ ଷ୍ଟାଫ୍

4 days ago 3
ARTICLE AD BOX

ବିଦାୟୀ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସ ଟ୍ରମ୍ପଙ୍କ ରାଜନୈତିକ ପରାମର୍ଶଦାତା ଗୋଷ୍ଠୀରେ ରହିବେ ଏବଂ ସେ ଟ୍ରମ୍ପଙ୍କ ରାଜନୈତିକ ବ୍ୟାପାର ଶାଖାରେ ଯୋଗଦେବେ । ୱାଇଲ୍ସ ୨୦୨୪ ନିର୍ବାଚନ ପରେ ଟ୍ରମ୍ପଙ୍କ ପ୍ରଥମ ନିଯୁକ୍ତି ଥିଲେ ଏବଂ ହ୍ୱାଇଟ୍ ହାଉସର ପ୍ରଥମ ମହିଳା ଚିଫ୍ ଅଫ୍ ଷ୍ଟାଫ୍ ଭାବେ ଇତିହାସ ରଚିଥିଲେ ।

 (Internet) Stephen Miller Photograph: (Internet)

ୱାସିଂଟନ : ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ଦଳର ଶୋଚନୀୟ ପରାଜୟ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି । ଶନିବାର ସେ ଜଣାଇଛନ୍ତି ଯେ ତାଙ୍କ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସ ନିଜ ପଦରୁ ଓହରିଯିବେ ଏବଂ ତାଙ୍କ ସ୍ଥାନରେ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟିଫେନ୍ ମିଲର ଏହି ଦାୟିତ୍ୱ ଗ୍ରହଣ କରିବେ । ଆସନ୍ତା ସୋମବାର ମିଲର ନୂତନ ଚିଫ୍ ଅଫ୍ ଷ୍ଟାଫ୍ ଭାବେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଟ୍ରମ୍ପ ଟ୍ରୁଥ୍ ସୋସିଆଲ୍‌ରେ ଏକ ପୋଷ୍ଟ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

Climate change: ୨୦ ଫୁଟ ନାଳ ପାଲଟିଲା ୨ ଶହ ଫୁଟ ଓସାର!

ବିଦାୟୀ ଚିଫ୍ ଅଫ୍ ଷ୍ଟାଫ୍ ସୁଜି ୱାଇଲ୍ସ ଟ୍ରମ୍ପଙ୍କ ରାଜନୈତିକ ପରାମର୍ଶଦାତା ଗୋଷ୍ଠୀରେ ରହିବେ ଏବଂ ସେ ଟ୍ରମ୍ପଙ୍କ ରାଜନୈତିକ ବ୍ୟାପାର ଶାଖାରେ ଯୋଗଦେବେ । ୱାଇଲ୍ସ ୨୦୨୪ ନିର୍ବାଚନ ପରେ ଟ୍ରମ୍ପଙ୍କ ପ୍ରଥମ ନିଯୁକ୍ତି ଥିଲେ ଏବଂ ହ୍ୱାଇଟ୍ ହାଉସର ପ୍ରଥମ ମହିଳା ଚିଫ୍ ଅଫ୍ ଷ୍ଟାଫ୍ ଭାବେ ଇତିହାସ ରଚିଥିଲେ । ୱାଇଲ୍ସଙ୍କ ଶ୍ରେଷ୍ଠ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ୪୧ ବର୍ଷୀୟ ଷ୍ଟିଫେନ୍ ମିଲରଙ୍କୁ ନିଜର ଜଣେ ଅତ୍ୟନ୍ତ ବିଶ୍ୱସ୍ତ ପରାମର୍ଶଦାତା ଭାବେ ଟ୍ରମ୍ପ ବର୍ଣ୍ଣନା କରିଛନ୍ତି ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.