GSDP Estimation: ଜିଏସ୍‌ଡିପି ଆକଳନ ପାଇଁ ବିଭାଗୀୟ କମିଟି: ତଥ୍ୟ ସଂଗ୍ରହ, ରିପୋର୍ଟିଂ ବ୍ୟବସ୍ଥାରେ ହେବ ସଂସ୍କାର

1 hour ago 3
ARTICLE AD BOX

ଭୁବନେଶ୍ୱର: ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ସଠିକ୍‌ ଆକଳନ ପାଇଁ ବିଭାଗୱାରି କମିଟି ଗଠନ କରାଯିବ। ସମ୍ପୃକ୍ତ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ। ଏଥିରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ (ଡିଇଆଣ୍ଡ୍‌ଏସ୍‌)ର ପ୍ରତିନିଧି ମଧ୍ୟ ରହିବେ। ଜିଏସ୍‌ଡିପି ଆକଳନ ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ, ତଥ୍ୟରେ ରହିଥିବା ଅଭାବ ଚିହ୍ନଟ ଓ ଠିକ୍‌ ସମୟରେ ତଥ୍ୟ ଉପଲବ୍ଧ କରାଇବା କମିଟିର ମୁଖ୍ୟ କାର୍ଯ୍ୟ ହେବ। ଏହା ସହିତ ଜିଏସ୍‌ଡିପି ଆକଳନରେ ଅଧିକ ଆର୍ଥିକ କାର୍ଯ୍ୟକଳାପ, ଉତ୍ପାଦ ଓ ତଥ୍ୟ ଉତ୍ସକୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ତଥ୍ୟ ସଂଗ୍ରହ ପଦ୍ଧତି, ରିପୋର୍ଟିଂ ବ୍ୟବସ୍ଥା ଓ ତଥ୍ୟର ପରିସର ସମୀକ୍ଷା କରାଯିବ। ଆବଶ୍ୟକସ୍ଥଳେ ନୂଆ ତଥ୍ୟ ସଂଗ୍ରହ ବ୍ୟବସ୍ଥା ଓ ଅତିରିକ୍ତ ବିଷୟକୁ ସାମିଲ କରାଯିବ।

Parking: ଦୂର ହେବ ଟ୍ରାଫିକ୍‌ ସମସ୍ୟା; ୧୧.୮୬ କୋଟିରେ ହେବ ବହୁତଳ କାର୍‌ ପାର୍କିଂସ୍ଥଳୀ

ଲୋକସେବା ଭବନରେ ଅନୁଷ୍ଠିତ ‘ଓଡ଼ିଶାର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ଆକଳନ ବ୍ୟବସ୍ଥାକୁ ସୁଦୃଢ଼ କରିବା’ ଶୀର୍ଷକ ଏକ ରାଜ୍ୟସ୍ତରୀୟ କର୍ମଶାଳାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।  କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ଜାତୀୟ ହିସାବ ବିଭାଗ (ଏନ୍‌ଏଡି) ସହଯୋଗରେ ତଥା ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଥିଲା। ଏଥିରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ଯୋଗଦେଇଥିଲେ। 

Foundation Day: ୟୁନିୟନ ବ୍ୟାଙ୍କର ୧୦୮ତମ ପ୍ରତିଷ୍ଠା ଦିବସ

କର୍ମଶାଳାରେ ଜିଏସ୍‌ଡିପି ଆକଳନର ପଦ୍ଧତି ଓ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। କୃଷି, ପଶୁପାଳନ, ମତ୍ସ୍ୟଚାଷ, ଜଙ୍ଗଲ ଓ କାଠ ସଂଗ୍ରହ ଓ ଅଣ ଆର୍ଥିକ ସେବା କ୍ଷେତ୍ରର ଆକଳନକୁ ନେଇ ବିସ୍ତୃତ ବିଚାରବିମର୍ଶ ହୋଇଥିଲା। ବିଶେଷକରି ଅସଂଗଠିତ ସେବା କ୍ଷେତ୍ରର ତଥ୍ୟ ସଂଗ୍ରହ ଓ ଆକଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂଆ ଆଧାର ବର୍ଷ ପ୍ରଚଳନ ସହ ଜିଏସ୍‌ଡିପି ଆକଳନ ପଦ୍ଧତିରେ ଆସିବାକୁ ଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ନିଜର ଆକଳନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ଏଥିପାଇଁ ସମସ୍ତ ବିଭାଗର ସକ୍ରିୟ ସହଯୋଗ ଓ ପରସ୍ପର ମଧ୍ୟରେ ସମନ୍ୱୟ ଜରୁରି। ଏହାଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପର ଅଧିକ ବ୍ୟାପକ ତଥ୍ୟ ମିଳିବା ସହ ଜିଏସ୍‌ଡିପି ଆକଳନର ଗୁଣବତ୍ତା ଓ ନିର୍ଭରଯୋଗ୍ୟତା ବଢ଼ିପାରିବ ବୋଲି ସେ ମତ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.