ARTICLE AD BOX
୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କୁ ନିର୍ମମ ହତ୍ୟା ପଛରେ ରହିଛି ନିଶାସକ୍ତ କେୟାରଟେକର ବଳଭଦ୍ରଙ୍କ ହାତ ! ଘରୁ ବିଦା ହେବା ପୂର୍ବରୁ ଘଟାଇଲା ନାରକୀୟ କାଣ୍ଡ ଶେଷରେ ପୁରୀ ପାରିକୁଦରୁ ହେଲା ଗିରଫ ।
ଏ ହେଉଛି ୭୬ ବର୍ଷୀୟା କୁଞ୍ଜଲତା ନନ୍ଦଙ୍କ କାହାଣୀ। ଯେଉଁ ବୟସରେ ନାତିନାତୁଣୀଙ୍କ ଗହଣରେ ହସଖୁସିରେ ସମୟ କାଟିବା କଥା ସେହି ବୟସରେ ତାଙ୍କ ଜୀବନର ଅନ୍ତ ଅତି ନିର୍ମମ ଭାବେ ଘଟିଲା । ଏହି ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ଘରର ପୂଜକ। ତାଙ୍କ କହିବା ଅନୁସାରେ କେୟାରଟେକର ବଳଭଦ୍ର ନିଶା ସେବନ କରୁଥିଲେ। ଯାହାକୁ ନେଇ କୁଞ୍ଜଲତା ଅସନ୍ତୁଷ୍ଟ ଥିଲେ। ଏପରିକି ବଳଭଦ୍ରଙ୍କୁ ଘରୁ ବିଦା କରିବାକୁ ମଧ୍ୟ କୁଞ୍ଜଲତା ଯୋଜନା କରିଥିଲେ। ଖୁବ୍ଶୀଘ୍ର ତାଙ୍କୁ କାମରୁ ବାହାର କରାଯାଇଥାନ୍ତା ବୋଲି ପୂଜକ କହିଛନ୍ତି। କିନ୍ତୁ ଏହା ପୁର୍ବରୁ ବଳଭଦ୍ର ଘଟାଇଲା ନାରକୀୟ କାଣ୍ଡ | ଏତେବଡ଼ ଜଘନ୍ୟ କାଣ୍ଡ ଭିଆଇଥିବା କେୟାରଟେକରକୁ ଶେଷରେ ପୁରୀଜିଲ୍ଲା ପାରିକୁଦ ଅଞ୍ଚଳରୁ ଗିରଫ କରାଯାଇଛି । ତାକୁ ତା କର୍ମର ଫଳ ତ ନିହାତି ମିଳିବ କିନ୍ତୁ ଯିଏ ଚାଲିଗଲା ସେ କଣ ଆଉ ଫେରି ଆସିବ ?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
5


