ଗ୍ରେଟର ନୋଏଡାରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

43 minutes ago 2
ARTICLE AD BOX

ଗ୍ରେଟର ନୋଏଡାରେ ଭୟଙ୍କର ଅଗ୍ନିକାଣ୍ଡ । ଇଲେକ୍ଟ୍ରୋନିକ୍ ଚିପ୍ ନିର୍ମାଣ କରୁଥିବା ଏକ କାରଖାନାରେ ମଧ୍ୟରାତ୍ରିରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଜୀବନ ହାରିଛନ୍ତି ଦୁଇଜଣ ସାହସୀ ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡ ସମୟରେ ହଠାତ୍ କାରଖାନାର ଏକ କାନ୍ଥ ଓ ଲୁହା ବିମ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଅଗ୍ନିଶମ କର୍ମଚାରୀ ମାଲବା ତଳେ ଚାପି ହୋଇଯାଇଥିଲେ।

 greater-noida-fire greater-noida-fire

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଭୟଙ୍କର ଅଗ୍ନିକାଣ୍ଡ । ଇଲେକ୍ଟ୍ରୋନିକ୍ ଚିପ୍ ନିର୍ମାଣ କରୁଥିବା ଏକ କାରଖାନାରେ ମଧ୍ୟରାତ୍ରିରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ଜୀବନ ହାରିଛନ୍ତି ଦୁଇଜଣ ସାହସୀ ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡ ସମୟରେ ହଠାତ୍ କାରଖାନାର ଏକ କାନ୍ଥ ଓ ଲୁହା ବିମ୍ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଅଗ୍ନିଶମ କର୍ମଚାରୀ ମାଲବା ତଳେ ଚାପି ହୋଇଯାଇଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଦୁଇଜଣଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା। 

ଅଧିକ ପଢନ୍ତୁ:villagers protest ପାନ ଦୋକାନରେ ବିକ୍ରି ହେଉଥିଲା ନିଶା, ନିଆଁ ଲଗାଇଦେଲେ ଗାଁଲୋକ

ଅନ୍ୟ ୩ ଜଣ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅଗ୍ନିକୁ ଆୟତ୍ତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଏହି ଅଗ୍ନିବୀରମାନଙ୍କ ବଳିଦାନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଘଟଣାକୁ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଥିବା ବେଳେ କାରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.