ARTICLE AD BOX
ଅନୁଗୋଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ବଡ଼ଧରଣର ଦୁର୍ନୀତି ସାମନାକୁ ଆସିଛି। ପେନ୍ସନ୍ଭୋଗୀ ବନ କର୍ମଚାରୀଙ୍କ ନାଁରେ ଜାଲିଆତି କରି ୫୦ ଲକ୍ଷରୁ ଅଧିକ ଟଙ୍କା ଚଳୁ କରିଦେଇଛନ୍ତି। ବନ କର୍ମଚାରୀଙ୍କ ଅବସରକାଳୀନ ବକେୟା ରାଶି ଓ ଅବ୍ୟବହୃତ ଛୁଟି ବାବଦରେ ‘ଡବଲ୍ ବିଲ୍’ କରି ରାଜ୍ୟ ରାଜକୋଷକୁ ଚୂନ ଲଗାଇଛନ୍ତି। ବିଲ୍ ଯାଞ୍ଚ ବେଳେ ଅନୁଗୋଳ ଜିଲ୍ଲା କୋଷାଗାର ଅଧିକାରୀ ଏନେଇ ଜାଣିବା ପରେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍ସିସିଏଫ୍) ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫ୍ଓ)ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏହାପରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବିଭାଗୀୟ ଖୋଳତାଡ଼।
ICMR-NIHR: ଆଦିବାସୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶରେ ଭୁବନେଶ୍ୱର ଆଇସିଏମଆର-ଏନଆଇଏଚଆରର ପ୍ରମୁଖ ଅବଦାନ
ବନ ବିଭାଗକୁ ଚିଠି ଲେଖି ଜଣାଇଲା ଜିଲ୍ଲା କୋଷାଗାର
ଏରିଅର୍ ଓ ଅବ୍ୟବହୃତ ଛୁଟି ବାବଦରେ ଜାଲିଆତି
୨ଥର ଲେଖାଏଁ ଉଠିଛି ଟଙ୍କା
ଦୁର୍ନୀତିର ମାଷ୍ଟରମାଇଣ୍ଡ କିଏ ?
ଅନୁଗୋଳ ଜିଲ୍ଲା କୋଷାଗାର ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନିଷ୍ଠ କିରାଣିଙ୍କ ଅର୍ଥ ତୋଷରପାତ ପଦାକୁ ଆସିବା ପରେ କୋଷାଗାର ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଭାଗର ଦସ୍ତାବିଜ୍ ଯାଞ୍ଚ କରାଯାଉଥିଲା। ଏହି ଯାଞ୍ଚ ବେଳେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ବହୁ ପେନ୍ସନ୍ଭୋଗୀଙ୍କ ନାମରେ ଦୁଇ ଦୁଇ ଥର ଅବସରକାଳୀନ ଏରିଅର୍ ଟଙ୍କା ଓ ଅବ୍ୟବହୃତ ଛୁଟି ବାବଦ ଅର୍ଥରାଶି ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି। ଏନେଇ ପଚାରିବାରୁ ଜିଲ୍ଲା କୋଷାଗାର ଅଧିକାରୀ ଜୟନ୍ତୀ ବିଶ୍ବାଳ କହିଛନ୍ତି, ଯାଞ୍ଚ ବେଳେ ସେ ୧୨ ଜଣ ପେନ୍ସନ୍ଭୋଗୀ ବନ କର୍ମଚାରୀଙ୍କ ନାମରେ ଦୁଇ ଥର ଲେଖାଏଁ ଏରିଅର୍ ଟଙ୍କା ଓ ଅବ୍ୟବହୃତ ଛୁଟି ବାବଦ ଅର୍ଥ ଉଠାଯାଇଥିବା ଦେଖିବାକୁ ପାଇଥିଲେ। ଖୋଳତାଡ଼ ବେଳେ ଦୁଇଥର ଅର୍ଥ ପ୍ରଦାନ ହୋଇଥିବାବେଳେ କର୍ମଚାରୀଙ୍କ ନାମ ସମାନ ରହିଛି କିନ୍ତୁ ଆକାଉଣ୍ଟ ନମ୍ବର ଭିନ୍ନ ରହିଛି। ଏପରିକି ଅବସର ପରେ କର୍ମଚାରୀଙ୍କ ପୁରୁଣା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ବର୍ଷେ ଦୁଇ ବର୍ଷ ପରେ ତାଙ୍କ ନାମରେ ଅନ୍ୟ ଏକ ଆକାଉଣ୍ଟକୁ ଟଙ୍କା ଯାଇଛି। ତେଣୁ, ଅର୍ଥ ହେର୍ଫେର୍ ହୋଇଥିବା ଆଶଙ୍କା କରି ଏହାର ବିଭାଗୀୟ ଯାଞ୍ଚ କରି ୩ଟି କାର୍ଯ୍ୟ ଦିବସ ମଧ୍ୟରେ ରିପୋର୍ଟ ଦେବାକୁ ସେ ଆର୍ସିସିଏଫ୍ ଓ ଡିଏଫ୍ଓଙ୍କୁ ଚିଠି ଲେଖି ଜଣାଇଛି। ବନ ବିଭାଗ ରିପୋର୍ଟ ଦେବା ପରେ ହିଁ ଏ ଦୁର୍ନୀତିର ସତ ଜଣାପଡ଼ିବ।
Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ
ଏବେ ପ୍ରଶ୍ନ ଉଠୁଛି, କିଏ ଏହାର ମାଷ୍ଟରମାଇଣ୍ଡ? କାହା ଇସାରାରେ କିଏ କରିଛି ଏଭଳି ଜାଲିଆତି? କେବେଠାରୁ ରାଜକୋଷକୁ ଏଭଳି ଉପାୟରେ କରାଯାଉଛି ଲୁଟ୍? ଦୁଇଥର ଟଙ୍କା ଉଠିଥିବା ନେଇ ଅବଗତ ଅଛନ୍ତି ତ’ ସମ୍ପୃକ୍ତ ଅବସରପ୍ରାପ୍ତ ବନ କର୍ମଚାରୀ? ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ ଗଦାଧର ପାତ୍ର କହିଛନ୍ତି, ପେନ୍ସନ୍ଭୋଗୀଙ୍କ ନାମରେ ଅବସରକାଳୀନ ଟଙ୍କା ହେରଫେର ନେଇ ଜିଲ୍ଲା କୋଷାଗାର ପକ୍ଷରୁ ଚିଠି ଆସିବା ପରେ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ଯାଞ୍ଚ ରିପୋର୍ଟ ପ୍ରଦାନ କରାଯିବ। ଯଦି ଏ ଘଟଣାରେ କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।

48 minutes ago
1


