Massive corruption: ଯଉଦିଆ ଲୁଣା ଜଙ୍ଗଲ ସୃଷ୍ଟି ନାଁରେ ମହାଦୁର୍ନୀତି: ଖର୍ଚ୍ଚ କୋଟିଏ, ୩୦% ଗଛ ବି ନାହିଁ

58 minutes ago 1
ARTICLE AD BOX

ରାଜନଗର (ସୂର୍ଯ୍ୟନାରାୟଣ ଲେଙ୍କା): ଓଡ଼ିଶାରେ ୨୫୯.୦୬ ବର୍ଗକିମି ଲୁଣା ଜଙ୍ଗଲ ମଧ୍ୟରୁ କେବଳ ଭିତରକନିକାରେ ୮୧.୪୫ ପ୍ରତିଶତ ରହିଛି। ଲୁଣା ଜଙ୍ଗଲର ଅଭିବୃଦ୍ଧି ଓ ସଂରକ୍ଷଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ମାତ୍ର ରାଜନଗର ଲୁଣା ଜଙ୍ଗଲ (ବନ୍ୟପ୍ରାଣୀ) ଡିଭିଜନ୍‌ ଲୁଣା ଜଙ୍ଗଲ ସୃଷ୍ଟି ନାଁରେ ସରକାରୀ ଅର୍ଥ ଲୁଟ୍‌ ନେଇ ଗୁରୁତର ଅଭିଯୋଗ ହୋଇଛି। ରାଜନଗର ରେଞ୍ଜର ବରୁଣେଇ-ଗହୀରମଥା ଫରେଷ୍ଟ ବ୍ଲକ୍‌ ଅନ୍ତର୍ଗତ ଯଉଦିଆରେ ‘ସମ୍ବାଦ’ ଟିମ୍‌ ପହଞ୍ଚି ତଥ୍ୟ ସଂଗ୍ରହ ବେଳେ ଏହା ସ୍ପଷ୍ଟ ହୋଇଛି। କାଗଜପତ୍ରରେ ଲୁଣା ଜଙ୍ଗଲ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଦର୍ଶାଯାଉଥିଲା ବେଳେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ଲୁଣା ଜଙ୍ଗଲର ପ୍ରକୃତ ସ୍ଥିତି, ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଓ ଆରସିସିଏଫ୍‌ କାର୍ଯ୍ୟାଳୟରୁ ଏସିଏଫ୍‌ଙ୍କ ନେତୃତ୍ବରେ ଆସିଥିବା ଟିମ୍‌ର ରିପୋର୍ଟ ଅନୁଧ୍ୟାନ କଲେ କେବଳ କାଗଜପତ୍ରରେ ଲୁଣା ଜଙ୍ଗଲ ବଢ଼ାଇ ବିଭାଗ ବାହାବା ନେଉଥିବା ଜଣାପଡ଼ିଛି। 

Climate: ମୃତପ୍ରାୟ ଅବସ୍ଥାରେ ରାମ୍‌କି କାରଖାନାରୁ ନିର୍ଗତ ବିଷାକ୍ତ ରାସାୟନିକ ବର୍ଜ୍ୟ ପ୍ରଭାବରୁ ୧୦ ହଜାର ଅର୍ଜୁନ ଗଛ

୨୦୨୧-୨୨ ଆର୍ଥିକ ବର୍ଷରେ ଲୁଣା ଜଙ୍ଗଲ ସଂରକ୍ଷଣ ମ୍ୟାପ୍‌ ଏବଂ ୬୦ପ୍ରତିଶତ ସିଏସ୍‌ ଆର୍ଥିକ ଅନୁଦାନରେ ୯୨ଲକ୍ଷ ୪୨ହଜାର ୫୪୮ଟଙ୍କା ବ୍ୟୟ କରି ଯଉଦିଆର ୪୦ହେକ୍ଟର୍‌ ଜମିରେ ଗଛ ଲଗାଯାଇଥିଲା। ସେଥିମଧ୍ୟରୁ ଫିସ୍‌ବୋନ୍‌ ଚ୍ୟାନେଲ ଖୋଳିବା ପାଇଁ ୬୩ଲକ୍ଷ ୮୦ହଜାର ଟଙ୍କା, ନର୍ସରି ପାଇଁ ୧୦ଲକ୍ଷ ୮୨ହଜାର ୮୪୮ଟଙ୍କା, ବୃକ୍ଷରୋପଣ ପାଇଁ ୧୨ଲକ୍ଷ ୯୪ହଜାର ୭୦୦ଟଙ୍କା ଓ ବନୀକରଣ ସୁରକ୍ଷା ପାଇଁ ୪ଲକ୍ଷ ୮୫ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ, ଠିକ୍‌ ଭାବେ ଫିସ୍‌ବୋନ୍‌ ଚ୍ୟାନେଲ୍‌ ଖୋଳା ନ ଯିବା ଏବଂ ଗଛର ସୁରକ୍ଷା କରା ନ ଯିବାରୁ ପ୍ରାୟ ୩୦ପ୍ରତିଶତ ଲୁଣା ଜଙ୍ଗଲ ବଞ୍ଚିଥିବା ଦେଖିବାକୁ ମିଳିଛି। କାହିଁକି ବୃକ୍ଷରୋପଣ ଯୋଜନା ବିଫଳ ହେଲା ତାହାର ତଦାରଖ ଓ କାର୍ଯ୍ୟାନୁଷ୍ଠାନ ବଦଳରେ ଖାତାରେ ଲୁଣାଜଙ୍ଗଲ ସଫଳ ହୋଇଛି ବୋଲି ସରକାରଙ୍କୁ ବନ ବିଭାଗ ରିପୋର୍ଟ ଦେଇଛି।

Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

ସୂଚନା ଅଧିକାର ଆଇନରେ ରାଜନଗର ଲୁଣା ଜଙ୍ଗଲ(ବନ୍ୟପ୍ରାଣୀ) ଡିଭିଜନ୍‌ ଦେଇଥିବା ତଥ୍ୟ ଅନୁସାରେ ଯଉଦିଆରେ ୧ଲକ୍ଷ ଲୁଣାଚାରା ଲଗାଯାଇଥିଲା। ସେଥିମଧ୍ୟରୁ ୭୦ହଜାର ଗଛ ବଞ୍ଚିଛି ବୋଲି ଦର୍ଶାଯାଇଛି। ଅନ୍ୟପଟେ, ରାଜନଗର ଲୁଣା ଜଙ୍ଗଲ (ବନ୍ୟପ୍ରାଣୀ) ଡିଭିଜନ୍‌ ଦେଇଥିବା ଅନ୍ୟ ଏକ ରିପୋର୍ଟରେ ୨୫ସେପ୍ଟେମ୍ବର ୨୦୨୧ରେ ଭୁବନେଶ୍ବରସ୍ଥିତ ଆରସିସିଏଫ୍‌ କାର୍ଯ୍ୟାଳୟର ଏସିଏଫ୍‌ ସୁରେଶଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆସିଥିବା ଟିମ୍‌ ଯଉଦିଆରେ ୯୭ ପ୍ରତିଶତ ଗଛ ବଞ୍ଚିଛି ବୋଲି  ରିପୋର୍ଟରେ ଦର୍ଶାଇଛନ୍ତି। ୩୦ ପ୍ରତିଶତ ଗଛ ବଞ୍ଚି ନ ଥିଲା ବେଳେ ରାଜନଗର ବନ ବିଭାଗ ରିପୋର୍ଟରେ ୭୦ ପ୍ରତିଶତ ଓ ଆରସିସିଏଫ୍‌ କାର୍ଯ୍ୟାଳୟର ଏସିଏଫ୍‌ ସୁରେଶଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆସିଥିବା ଟିମ୍‌ ରିପୋର୍ଟରେ ୯୭ପ୍ରତିଶତ ଗଛ ବଞ୍ଚିବା ଘଟଣା ସନ୍ଦେହ ବଢ଼ାଇଛି। ଏ ସମ୍ପର୍କରେ ଡିଏଫ୍‌ଓ ଭରଦରାଜ ଗାଓଁକରଙ୍କୁ ପଚାରିବାରୁ ‌ସେ ଯଉଦିଆ ପ୍ଲାଣ୍ଟେସନ୍‌ ଦେଖିନାହାନ୍ତି ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.