ARTICLE AD BOX
ଖଣ୍ଡଗିରି: ଆଜି ସନ୍ଧ୍ୟାରେ କଳିଙ୍ଗବିହାର କେ-୯ ଅଞ୍ଚଳରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇଗୋଡ଼ାଇ ମାଡ଼ ମାରିବା ସହିତ ତାଙ୍କ ଘର ସମ୍ମୁଖରେ ତେଲେଙ୍ଗା ଖଣ୍ଡା ଧରି ପରିବାର ଲୋକଙ୍କୁ ଭୟଭୀତ କରିଛନ୍ତି। ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନେ କିଏ ଏବଂ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ସହିତ ସେମାନଙ୍କର କିଛି ପୂର୍ବ ଶତ୍ରୁତା ରହିଥିଲା କି ନାହିଁ ସେ ଦିଗରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଚଳାଇଛି। ରାତିରେ ଏହି ମାମଲାରେ ପୁଲିସ ୨ଜଣଙ୍କୁ ଥାନାକୁ ଉଠାଇ ଆଣିଥିବା ଜଣାପଡ଼ିଛି।
Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
କଳିଙ୍ଗବିହାର କେ-୯ ଅଞ୍ଚଳର ପ୍ଲଟ୍ ନମ୍ବର-୩୭୩ରେ ରହୁଥିବା ବ୍ରିଜେଶ ବେହେରା, ଆଜି ସନ୍ଧ୍ୟାରେ ନିଜ ବାଇକ୍ରେ ଘରକୁ ଫେରୁଥିବା ସମୟରେ ଭଗବାନପୁର ନିକଟରେ ଗାଡ଼ି ସାଇଡ୍ ମାରିବାକୁ କେନ୍ଦ୍ର କରି କିଛି ଯୁବକଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ଯୁବକମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ରାସ୍ତାରେ ଅଟକାଇ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଆକ୍ରମଣରେ ତାଙ୍କୁ ମୁହଁ ଓ ଆଖିରେ ଆଘାତ ଲାଗିଛି। ବ୍ରିଜେଶଙ୍କ ଘର ନିକଟରେ ଥିବାରୁ ସେ ଦୌଡ଼ିଦୌଡ଼ି ଘର ଭିତରକୁ ପଶି ଯାଇଥିଲେ। ଏହି ସମୟରେ ସଂପୃକ୍ତ ଯୁବକମାନେ ତାଙ୍କ ଘର ଆଗରେ ପହଞ୍ଚି ହୋହାଲ୍ଲା କରିଥିଲେ।
Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର
ସାଙ୍ଗରେ ଆଣିଥିବା ଖଣ୍ଡା ଓ କଟୁରି ଦେଖାଇ ପରିବାର ଲୋକଙ୍କୁ ଜୀବନରୁ ମାରିଦେବା ନେଇ ଭୟଭୀତ କରିଥିଲେ। ଏନେଇ ପରିବାର ଲୋକ ପିସିଆର୍କୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ସେତେବେଳକୁ ଯୁବକମାନେ ସେଠାରୁ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ବ୍ରିଜେଶ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚଳାଇଛି। ଆକ୍ରମଣକାରୀମାନେ ମାରଣାସ୍ତ୍ର ଧରି ପଇଁତରା ମାରୁଥିବା ନେଇ ଏକ ଭିଡିଓ ପୁଲିସର ହସ୍ତଗତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଛି।

24 minutes ago
1


