Air Purifier: ଏୟାର ପ୍ୟୁରିଫାୟର ଚଳାଇବା ସତ୍ତ୍ୱେ ଘର ଭିତରେ କାହିଁକି ରହୁଛି ପ୍ରଦୂଷଣ? ଜାଣନ୍ତୁ ୬ଟି କାରଣ

56 minutes ago 2
ARTICLE AD BOX

ବାହାରେ ବାୟୁ ପ୍ରଦୂଷଣ ବଢ଼ିଲେ ଲୋକମାନେ ପ୍ରଥମେ ନିଜ ଘରର ଝରକା ଓ କବାଟ ବନ୍ଦ କରିଦିଅନ୍ତି। ଏହା ସହିତ ଘରେ ଏୟାର ପ୍ୟୁରିଫାୟର ମଧ୍ୟ ଲଗାଇଥାନ୍ତି, ଯାହାଦ୍ୱାରା କୋଠରିର ବାୟୁ ସଫା ରହିପାରିବ। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଝରକା ବନ୍ଦ ରଖିବା ଏବଂ ଘଣ୍ଟା ଘଣ୍ଟା ଧରି ପ୍ୟୁରିଫାୟର ଚଳାଇବା ପରେ ମଧ୍ୟ ଘର ଭିତରର ବାୟୁ କାହିଁକି ଖରାପ ରହୁଛି?

ବାସ୍ତବରେ, ଘରେ ବ୍ୟବହାର କରାଯାଉଥିବା ଅନେକ ସାଧାରଣ ଜିନିଷ ମଧ୍ୟ ବାୟୁକୁ ପ୍ରଦୂଷିତ କରିପାରେ। ରୋଷେଇ କରିବା ସମୟରେ ବାହାରୁଥିବା ଧୂଆଁ, ଧୂପକାଠି, ମହମବତୀ ଏବଂ ସଫେଇ ସାମଗ୍ରୀ ଏହାର କିଛି ଉଦାହରଣ। ତେଣୁ କେବଳ ଏୟାର ପ୍ୟୁରିଫାୟର ଚଳାଇବା ଯଥେଷ୍ଟ ନୁହେଁ। ଘର ଭିତରେ ପ୍ରଦୂଷଣ ସୃଷ୍ଟି କରୁଥିବା ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ।

ଘର ଭିତରେ କିପରି ବ୍ୟାପୁଛି ପ୍ରଦୂଷଣ?

ସାଧାରଣତଃ ଲୋକମାନେ ଭାବନ୍ତି ଯେ, କେବଳ ବାହାରର ପ୍ରଦୂଷିତ ବାୟୁ ଘର ଭିତରକୁ ଆସିଥାଏ। କିନ୍ତୁ ଏହା ସତ ନୁହେଁ। ଘର ଭିତରେ ମଧ୍ୟ ଏପରି ଅନେକ ଜିନିଷ ରହିଛି, ଯେଉଁଥିରୁ ଧୂଆଁ, ଧୂଳି ଏବଂ ଅନ୍ୟାନ୍ୟ କ୍ଷତିକାରକ ଗ୍ୟାସ୍ ବାୟୁରେ ମିଶିପାରେ। ରୋଷେଇ କରିବାଠାରୁ ଆରମ୍ଭ କରି ଘର ସଫା କରିବା ପର୍ଯ୍ୟନ୍ତ ଦୈନନ୍ଦିନ କାମ ସମୟରେ ଏପରି ହୋଇଥାଏ।

ଏୟାର ପ୍ୟୁରିଫାୟର ବାୟୁରେ ଥିବା କିଛି ପ୍ରଦୂଷକ କଣିକାକୁ ଫିଲ୍ଟର କରିପାରେ। କିନ୍ତୁ ଘର ଭିତରେ ପ୍ରଦୂଷଣ ସୃଷ୍ଟି କରୁଥିବା ଉତ୍ସକୁ ଏହା ରୋକିପାରେ ନାହିଁ। ତେଣୁ ମେସିନ୍ ଚଳାଇବା ସହିତ ଘରର ବାୟୁକୁ ଖରାପ କରୁଥିବା ଜିନିଷ ପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ।

ଘର ଭିତରେ ପ୍ରଦୂଷଣ ବଢ଼ିବାର ୬ଟି କାରଣ

୧. ରୋଷେଇ ସମୟରେ ବାହାରୁଥିବା ଧୂଆଁ

ରୋଷେଇ ଘରେ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ମଧ୍ୟ ବାୟୁ ପ୍ରଦୂଷିତ ହୋଇପାରେ। ବିଶେଷକରି ତେଲରେ ଖାଦ୍ୟ ଛାଣିବା, ଗ୍ରିଲ୍ କରିବା ଏବଂ ଅଧିକ ଆଞ୍ଚରେ ରୋଷେଇ କରିବା ଦ୍ୱାରା ଧୂଆଁ ଓ ଛୋଟ ଛୋଟ କଣିକା ବାୟୁରେ ମିଶିଥାଏ। ଗ୍ୟାସ୍ ଚୁଲାରେ ରୋଷେଇ କରିବା ସମୟରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଭଳି ଗ୍ୟାସ୍ ମଧ୍ୟ ବାହାରିପାରେ। ଏଥିରୁ ରକ୍ଷା ପାଇବା ପାଇଁ ରୋଷେଇ ସମୟରେ ଏକ୍‌ଜଷ୍ଟ ଫ୍ୟାନ୍ ଚଳାନ୍ତୁ। ଏହାଦ୍ୱାରା ଧୂଆଁ ଓ ଅନ୍ୟ ଗ୍ୟାସ୍ ବାହାରକୁ ଯିବାରେ ସହାୟତା ମିଳିବ।

୨. ଧୂପକାଠି, ମହମବତୀ ଓ ମଶା ଧୂପ

ଅନେକ ଘରେ ପୂଜା ପାଇଁ ଧୂପକାଠି ଏବଂ ସାଜସଜ୍ଜା ପାଇଁ ସୁଗନ୍ଧିତ ମହମବତୀ ଜଳାଯାଏ। ସେହିପରି ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୂପ ବ୍ୟବହାର କରାଯାଏ। ଏସବୁ ଜିନିଷ ଜଳିବା ସମୟରେ ଧୂଆଁ ଓ ଛୋଟ ଛୋଟ ପ୍ରଦୂଷକ କଣିକା ବାହାରିଥାଏ। ବନ୍ଦ କୋଠରିରେ ଏସବୁ ଜିନିଷର ଅଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ। ଆବଶ୍ୟକ ସ୍ଥଳେ କୋଠରିରେ ବାୟୁ ଚଳାଚଳ ପାଇଁ ବ୍ୟବସ୍ଥା ରଖନ୍ତୁ।

୩. ସଫେଇ ସାମଗ୍ରୀ ଓ ରୁମ୍ ଫ୍ରେସନର

ଘରକୁ ସଫା ଓ ସୁଗନ୍ଧିତ ରଖିବା ପାଇଁ ଲୋକମାନେ ଫ୍ଲୋର୍ କ୍ଲିନର୍, ସ୍ପ୍ରେ ଏବଂ ରୁମ୍ ଫ୍ରେସନର ବ୍ୟବହାର କରନ୍ତି। କିନ୍ତୁ ଏଥିରେ ଥିବା କେତେକ ରାସାୟନିକ ପଦାର୍ଥ ବାୟୁରେ ମିଶି ଏହାର ଗୁଣବତ୍ତାକୁ ପ୍ରଭାବିତ କରିପାରେ। ପେଣ୍ଟ ଓ ଆଠା ଭଳି ସାମଗ୍ରୀରୁ ମଧ୍ୟ ଏପରି ଗ୍ୟାସ୍ ବାହାରିଥାଏ। ତେଣୁ ଏସବୁ ଜିନିଷର ଆବଶ୍ୟକତା ଅନୁସାରେ ବ୍ୟବହାର କରନ୍ତୁ। ସଫେଇ ସମୟରେ ଝରକା କିମ୍ବା କବାଟ ଖୋଲା ରଖନ୍ତୁ, ଯାହାଦ୍ୱାରା ବାୟୁ ଚଳାଚଳ କରିପାରିବ।

୪. କବାଟ ଓ ଝରକା ଦେଇ ବାହାରର ବାୟୁ ଘରକୁ ପ୍ରବେଶ

ଝରକା ଓ କବାଟ ବନ୍ଦ କରିବା ପରେ ମଧ୍ୟ ବାହାରର ପ୍ରଦୂଷିତ ବାୟୁ ଘର ଭିତରକୁ ଆସିପାରେ। କବାଟ ତଳେ ଥିବା ଖାଲି ସ୍ଥାନ, ଝରକାର ଫାଙ୍କ ଏବଂ ଭେଣ୍ଟିଲେସନ୍ ରାସ୍ତା ଦେଇ ଧୂଳି ଓ ପ୍ରଦୂଷଣ ଘର ଭିତରକୁ ପ୍ରବେଶ କରିପାରେ। ତେଣୁ ଘରର କବାଟ ଓ ଝରକାକୁ ଭଲ ଭାବେ ଯାଞ୍ଚ କରନ୍ତୁ। ବାହାରେ ପ୍ରଦୂଷଣ ଅଧିକ ଥିବା ସମୟରେ ଝରକା ଖୋଲା ରଖିବାରୁ ଦୂରେଇ ରୁହନ୍ତୁ।

୫. ଏୟାର ପ୍ୟୁରିଫାୟର ଫିଲ୍ଟର ସଫା ନକରିବା

ଏୟାର ପ୍ୟୁରିଫାୟର ସେତେବେଳେ ଭଲ ଭାବେ କାମ କରେ, ଯେତେବେଳେ ଏହାର ଫିଲ୍ଟର ସଫା ଥାଏ ଏବଂ ମେସିନ୍‌ଟି କୋଠରିର ଆକାର ଅନୁଯାୟୀ ଉପଯୁକ୍ତ ହୋଇଥାଏ। ଦୀର୍ଘ ସମୟ ଧରି ଫିଲ୍ଟର ସଫା ନକଲେ ସେଥିରେ ଧୂଳି ଜମା ହୋଇପାରେ। ଫଳରେ ମେସିନ୍‌ର ବାୟୁ ସଫା କରିବା କ୍ଷମତା କମିଯାଇପାରେ। ଏହା ବ୍ୟତୀତ ଛୋଟ କୋଠରି ପାଇଁ ତିଆରି ପ୍ୟୁରିଫାୟରକୁ ବଡ଼ କୋଠରିରେ ବ୍ୟବହାର କଲେ ମଧ୍ୟ ଠିକ୍ ଫଳାଫଳ ମିଳିନଥାଏ। ତେଣୁ ନିୟମିତ ଭାବେ ଫିଲ୍ଟର ଯାଞ୍ଚ କରନ୍ତୁ ଏବଂ କମ୍ପାନୀର ନିର୍ଦ୍ଦେଶ ଅନୁସାରେ ଏହାକୁ ବଦଳାନ୍ତୁ।

୬. କେତେକ ଗ୍ୟାସ୍‌କୁ ହଟାଇପାରେ ନାହିଁ ଏୟାର ପ୍ୟୁରିଫାୟର

ପ୍ରତ୍ୟେକ ଏୟାର ପ୍ୟୁରିଫାୟର ସବୁ ପ୍ରକାରର ପ୍ରଦୂଷଣକୁ ଦୂର କରିପାରେ ନାହିଁ। କେତେକ ମେସିନ୍ ବାୟୁରେ ଥିବା ଧୂଳି ଓ ଛୋଟ କଣିକାକୁ ଫିଲ୍ଟର କରିଥାଏ। କିନ୍ତୁ କାର୍ବନ୍ ମନୋକ୍ସାଇଡ୍ ଭଳି ଗ୍ୟାସ୍‌କୁ ହଟାଇବା ପାଇଁ ସାଧାରଣ ଫିଲ୍ଟର ଯଥେଷ୍ଟ ନୁହେଁ। ଏଥିପାଇଁ ଭିନ୍ନ ପ୍ରକାରର ପ୍ରଯୁକ୍ତି ଆବଶ୍ୟକ ହୋଇପାରେ। ତେଣୁ ଏୟାର ପ୍ୟୁରିଫାୟର କିଣିବା ସମୟରେ ଏହାର ବୈଶିଷ୍ଟ୍ୟ ଓ ଫିଲ୍ଟର କ୍ଷମତା ବିଷୟରେ ନିଶ୍ଚିତ ଭାବେ ଜାଣନ୍ତୁ।

ଘରର ବାୟୁ ସଫା ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

୧. ଠିକ୍ ସମୟରେ ଝରକା ଖୋଲନ୍ତୁ

ଘର ଭିତରକୁ ତାଜା ବାୟୁ ଆସିବା ପାଇଁ ଭେଣ୍ଟିଲେସନ୍ ଜରୁରୀ। କିନ୍ତୁ ବାହାରେ ପ୍ରଦୂଷଣ ଅଧିକ ଥିବା ସମୟରେ ଝରକା ଖୋଲିବା ଠିକ୍ ନୁହେଁ। ଝରକା ଖୋଲିବା ପୂର୍ବରୁ ନିଜ ଅଞ୍ଚଳର AQI ଯାଞ୍ଚ କରନ୍ତୁ। ବାହାରର ବାୟୁର ମାନ ଭଲ ଥିବା ସମୟରେ ହିଁ କିଛି ସମୟ ପାଇଁ ଝରକା ଖୋଲନ୍ତୁ। ରୋଷେଇ ଘର ଓ ବାଥରୁମ୍‌ରେ ମଧ୍ୟ ଏକ୍‌ଜଷ୍ଟ ଫ୍ୟାନ୍ ବ୍ୟବହାର କରନ୍ତୁ।

୨. ଘରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ

ଘରର ଚଟାଣ, ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷ ଉପରେ ଧୂଳି ଜମିବା ଦ୍ୱାରା ବାୟୁରେ ଛୋଟ ଛୋଟ କଣିକା ମିଶିପାରେ। ତେଣୁ ପ୍ରତିଦିନ ଓଦା କପଡ଼ାରେ ଆସବାବପତ୍ର ସଫା କରନ୍ତୁ ଏବଂ ଚଟାଣ ପୋଛନ୍ତୁ। ଆବଶ୍ୟକ ଅନୁସାରେ ଭାକ୍ୟୁମ୍ କ୍ଲିନର୍ ବ୍ୟବହାର କରନ୍ତୁ। ବେଡ୍‌ସିଟ୍ ଓ ପରଦାକୁ ମଧ୍ୟ ନିୟମିତ ସଫା କରନ୍ତୁ। ବାହାରର ଧୂଳି ଘର ଭିତରକୁ କମ୍ ଆସିବା ପାଇଁ ଜୋତା ଓ ଚପଲ ଘର ବାହାରେ ଖୋଲିବା ଅଭ୍ୟାସ କରନ୍ତୁ।

୩. ଘରେ ଗଛ ଲଗାନ୍ତୁ, କିନ୍ତୁ ଏହାକୁ ପ୍ୟୁରିଫାୟରର ବିକଳ୍ପ ଭାବନ୍ତୁ ନାହିଁ

ଘରକୁ ସୁନ୍ଦର କରିବା ପାଇଁ ଲୋକମାନେ ମନି ପ୍ଲାଣ୍ଟ ଓ ସ୍ନେକ୍ ପ୍ଲାଣ୍ଟ ଭଳି ଗଛ ଲଗାଇଥାନ୍ତି। ଏହି ଗଛଗୁଡ଼ିକ ଘରର ସାଜସଜ୍ଜାକୁ ଆକର୍ଷଣୀୟ କରିଥାଏ। ତେବେ କେବଳ ଗଛ ଲଗାଇଦେଲେ ଘରର ବାୟୁ ସଫା ରହିବ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ। ତେଣୁ ଗଛକୁ ଏୟାର ପ୍ୟୁରିଫାୟର କିମ୍ବା ଉପଯୁକ୍ତ ଭେଣ୍ଟିଲେସନ୍‌ର ବିକଳ୍ପ ଭାବେ ବ୍ୟବହାର କରନ୍ତୁ ନାହିଁ।

୪. ଘରର ଆର୍ଦ୍ରତା ପ୍ରତି ଧ୍ୟାନ ଦିଅନ୍ତୁ

ଘରେ ଅଧିକ ଆର୍ଦ୍ରତା ରହିଲେ କାନ୍ଥ ଓ କୋଣରେ ଫଙ୍ଗସ୍ ବା କବକ ଜମିପାରେ। ଏହାଦ୍ୱାରା ବାୟୁର ଗୁଣବତ୍ତା ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ଘରର ଆର୍ଦ୍ରତା ୪୦ରୁ ୬୦ ପ୍ରତିଶତ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ। ବାଥରୁମ୍ ଓ ରୋଷେଇ ଘରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଯେଉଁଠାରେ ସିଲନ୍ ବା ଓଦାଳିଆ ସମସ୍ୟା ରହିଛି, ସେଠାରେ ଠିକ୍ ସମୟରେ ସଫେଇ ଓ ମରାମତି କରାନ୍ତୁ। ଆବଶ୍ୟକ ପଡ଼ିଲେ ଡିହ୍ୟୁମିଡିଫାୟର ବ୍ୟବହାର କରିପାରିବେ।

Bail Hearing Deferred: ଚୌଦ୍ୱାର ଜେଲ୍‌ର ନିଲମ୍ବିତ ଅଧୀକ୍ଷକ ସୁଜିତ ରାଉଳଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.