ARTICLE AD BOX
ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ (ୟୁଏନ୍ଜିଏ) ଶୁକ୍ରବାର ଦେଶଗୁଡ଼ିକର ପ୍ରକୃତ ଆକାର ଓ କ୍ଷେତ୍ରଫଳକୁ ସଠିକ୍ ଭାବେ ଦର୍ଶାଉଥିବା ଏକ ନୂତନ ବିଶ୍ୱ ମାନଚିତ୍ର ଗ୍ରହଣ କରିବାକୁ ସଙ୍କଳ୍ପ ପାରିତ କରିଛି। ଏହି ନୂଆ ମାନଚିତ୍ରରେ ଆଫ୍ରିକା, ଲାଟିନ୍ ଆମେରିକା, ଦକ୍ଷିଣ ଏସିଆ ଓ ଓସେନିଆର ଆକାର ପୂର୍ବ ଅପେକ୍ଷା ବଡ଼ ଦେଖାଯାଉଥିବା ବେଳେ ଉତ୍ତର ଆମେରିକା ଏବଂ ୟୁରୋପର ଆକାର ହ୍ରାସ ପାଇଛି। ଏହି ପ୍ରସ୍ତାବ ସପକ୍ଷରେ ୧୬୪ଟି ଦେଶ ଭୋଟ୍ ଦେଇଥିବା ବେଳେ ଆମେରିକା ଏହାକୁ ବିରୋଧ କରି ବିପକ୍ଷରେ ଭୋଟ୍ ଦେଇଛି ଏବଂ ୬ଟି ଦେଶ ଭୋଟଦାନରୁ ବିରତ ରହିଛନ୍ତି।
ଆହୁରି ପଢନ୍ତୁ: China: ପ୍ରଥମ ଥର ବନ୍ୟା ମୃତ୍ୟୁସଂଖ୍ୟା ଜାରି କଲା ଚୀନ୍: ୩୧ ମୃତଦେହ ଉଦ୍ଧାର, ୫୩୧ ନିଖୋଜ
‘ଇକ୍ୱାଲ୍ ଆର୍ଥ’ ନାମକ ଏହି କାର୍ଟୋଗ୍ରାଫିକ୍ ପ୍ରୋଜେକ୍ସନ୍କୁ ସମଗ୍ର ବିଶ୍ୱ ଆପଣାଇବା ପାଇଁ ଜାତିସଂଘ ନିବେଦନ କରିଛି। ୧୫୬୯ ମସିହାରେ ସମୁଦ୍ର ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ପାରମ୍ପରିକ ‘ମର୍କେଟର ପ୍ରୋଜେକ୍ସନ୍’ ବଦଳରେ ଏହାକୁ ବ୍ୟବହାର କରାଯିବ। ପ୍ରସ୍ତାବର ସହ-ପ୍ରାୟୋଜକ ଟୋଗୋ ଏବଂ ଫ୍ରାନ୍ସ ଅନୁସାରେ, ପୁରୁଣା ମାନଚିତ୍ରଗୁଡ଼ିକ ଦ୍ୱାରା ଦେଶଗୁଡ଼ିକର ବିକୃତ ରୂପ ପ୍ରକାଶ ପାଉଥିଲା, ଯାହା ଶିକ୍ଷା ଓ ମାନସିକତାକୁ ପ୍ରଭାବିତ କରୁଥିଲା। ଫ୍ରାନ୍ସ ମଧ୍ୟ ନିଜ ଦେଶରେ ପୁରୁଣା ମାନଚିତ୍ର ବ୍ୟବହାର ବନ୍ଦ କରିବାକୁ ଘୋଷଣା କରିଛି।
ଆହୁରି ପଢନ୍ତୁ: One Nation One Election: ଏକ ଦେଶ ଏକ ନିର୍ବାଚନ: ବିଭିନ୍ନ ମନ୍ତ୍ରଣାଳୟକୁ ଜେପିସିର ପ୍ରଶ୍ନାବଳୀ
ପାରମ୍ପରିକ ‘ମର୍କେଟର ପ୍ରୋଜେକ୍ସନ୍’ରେ ପୃଥିବୀର ଗୋଲାକାର ସ୍ୱରୂପକୁ ସଠିକ୍ ଭାବେ ଦର୍ଶାଇ ପାରୁନଥିବା ବେଳେ ବେଳେ ବିଷୁବରେଖା ପାଖରେ ଥିବା ଦେଶଗୁଡ଼ିକର ଆକାର ଛୋଟ ଏବଂ ଉତ୍ତର ଗୋଲାର୍ଦ୍ଧରେ ଥିବା ଅଞ୍ଚଳଗୁଡ଼ିକର ଆକାର ବହୁତ ବଡ଼ ଦେଖାଯାଉଥିଲା। ଏହି କାରଣରୁ ଆଫ୍ରିକା ଓ ଦକ୍ଷିଣ ଆମେରିକା ସେମାନଙ୍କର ପ୍ରକୃତ କ୍ଷେତ୍ରଫଳ ତୁଳନାରେ ବହୁତ ଛୋଟ ଦେଖାଯାଉଥିଲେ। ୨୦୧୮ରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ‘ଇକ୍ୱାଲ୍ ଆର୍ଥ’ ଏହି ତ୍ରୁଟିକୁ ସୁଧାରିଛି।
ତେବେ ଆମେରିକା ଏହି ସଙ୍କଳ୍ପକୁ କଡ଼ା ସମାଲୋଚନା କରିଛି। ଆମେରିକୀୟ ପ୍ରତିନିଧି ୟାରିନା ଫେରେନ୍ସେଭିଚ୍ କହିଛନ୍ତି ଯେ, ବିଶ୍ୱର ପ୍ରକୃତ ଓ ଜରୁରୀ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ବଦଳରେ ଜାତିସଂଘ ଷୋଡ଼ଶ ଶତାବ୍ଦୀର ମାନଚିତ୍ର ପ୍ରକଳ୍ପ ଉପରେ ଆଲୋଚନା କରି ନିଜର ବିଶ୍ୱସନୀୟତା ହରାଉଛି।

1 week ago
8


