ARTICLE AD BOX
ମାଲଦା: ପଶ୍ଚିମବଙ୍ଗରେ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ଗତ ଗୋଟିଏ ମାସ ମଧ୍ୟରେ ୮୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ଶିଶୁ ବିଭାଗ ମୁଖ୍ୟ ଏବଂ ସୁପରିନଟେଣ୍ଡେଣ୍ଟ୍ଙ୍କୁ ହଟାଇ ଦେଇଛନ୍ତି। ହସ୍ପିଟାଲରେ ଶିଶୁ ମୃତ୍ୟୁ ବଢ଼ିବାରୁ ଏକ ୭ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ ହେଲା ଏବଂ ଏହି କମିଟି ହସ୍ପିଟାଲ୍ର ଶିଶୁ ଏବଂ ମାତୃ ବିଭାଗର ସ୍ଥିତି ଭଲଭାବେ ସମୀକ୍ଷା କରିବାପରେ ସ୍ବାସ୍ଥ୍ୟ ବିଭାଗ ଆଜି ନିର୍ଦ୍ଦେଶ ଜାରି କରିଛି।
ଆହୁରି ପଢନ୍ତୁ: Bihar: ବିହାରରେ ଭୀଷଣ ବନ୍ୟା ସ୍ଥିତି: ୧୩ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ, ପାଟନାରେ ହାଇଆଲର୍ଟ
ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ପ୍ରଳୟ ଆଚାର୍ଯ୍ୟଙ୍କ ନେତୃତ୍ବାଧୀନ ଏକ ସ୍ବତନ୍ତ୍ର ଟିମ୍ ଗତ ସପ୍ତାହରେ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲ ଯାଇଥିଲେ ଏବଂ ସେମାନେ ମେଡିକାଲ କଲେଜର ଅଧିକାରୀମାନଙ୍କ ସହ ଏକ ବୈଠକ କରିଥିଲେ। ଏହି ଗସ୍ତ ସମୟରେ ଟିମ୍ ମେଡିକାଲ କଲେଜର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବକୁ ନେଇ ଚିନ୍ତା ପ୍ରକଟ କରିଥିଲେ। କମିଟି ଏହାର ରିପୋର୍ଟକୁ ଲିଖିତ ଭାବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାଖଲ କରିବ। ତେବେ ଘଟଣା ସ୍ଥଳରେ ସ୍ଥିତି ଯାଞ୍ଚ କରିବାପରେ ସ୍ବାସ୍ଥ୍ୟ ବିଭାଗ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ୍ ପ୍ରସନଜିତ ବୋର୍ ଏବଂ ଶିଶୁ ବିଭାଗ ମୁଖ୍ୟ ସୁଷମା ସଙ୍କୁ ବହିଷ୍କାର କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇଏନ୍ଟି ବିଭାଗର ପ୍ରଫେସର୍ ଗଣେଶ ଚନ୍ଦ୍ର ବୋର୍ଙ୍କ ସ୍ଥାନରେ ନୂଆ ସୁପରିନଟେଣ୍ଡେଣ୍ଟ୍ ନିଯୁକ୍ତ ହୋଇଛନ୍ତି। ସେହିପରି ପ୍ରଫେସର୍ ବିଶ୍ବନାଥ ବସୁ ଶିଶୁ ବିଭାଗ ମୁଖ୍ୟ ନିଯୁକ୍ତ ହୋଇଛନ୍ତି।

1 week ago
7


