ARTICLE AD BOX
କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ନନ୍ଦୀଗ୍ରାମ ଉପନିର୍ବାଚନ ପାଇଁ ମମତା ବାନାର୍ଜୀ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ କୋଲକାତାରେ ଏହି ସାକ୍ଷାତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସଞ୍ଚିତା ଭେଟିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଅନ୍ୟପଟେ ଏକ ପୁରୁଣା ହତ୍ୟା ମାମଲାରେ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଗିରଫ କରାଯାଇଛି। ଉଭୟ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି।
Rajbhasha Hindi Workshop: ହିନ୍ଦୀର ପ୍ରଚାର କେବଳ 'ହିନ୍ଦୀ ଦିବସ' ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ
ନନ୍ଦୀଗ୍ରାମରୁ ମମତାଙ୍କ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର
ହତ୍ୟା ମାମଲାରେ କଂଗ୍ରେସ ପ୍ରାର୍ଥୀ ଗିରଫ
ମମତାଙ୍କ ସମର୍ଥନ ଘୋଷଣାର କିଛି ଘଣ୍ଟା ପରେ ଗିରଫଦାରୀ
ଇସିଙ୍କ ନିଷ୍ପତ୍ତି ବିରୋଧରେ ମମତା ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ
ଉପନିର୍ବାଚନରୁ ସଞ୍ଚିତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ଘୋଷଣା କରିଥିଲେ ଯେ ସେ ଅନ୍ୟ କୌଣସି ପ୍ରାର୍ଥୀ ଦେବେ ନାହିଁ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇବେ। ତେବେ ଏହି ଘୋଷଣାର କିଛି ଘଣ୍ଟା ପରେ, ହତ୍ୟା ମାମଲାରେ କଂଗ୍ରେସ ପ୍ରାର୍ଥୀ ପ୍ରଧାନ ଗିରଫ ହୋଇଥିଲେ।
Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ
ଅନ୍ୟପକ୍ଷରେ ନିର୍ବାଚନ କମିସନ(ଇସି) ଟିଏମ୍ସିର ପାରମ୍ପରିକ ‘ଯୋଡ଼ା ଫୁଲ’ ଚିହ୍ନ ଓ ଦଳର ନାମ ବ୍ୟବହାର ଉପରେ କଟକଣା ଲଗାଇଥିବାରୁ ଏହା ବିରୋଧରେ ମମତା ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୂଳ ଦଳୀୟ ଚିହ୍ନ ଓ ନାମ ଫେରିପାଇବା ପାଇଁ ସେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି। ଋତବ୍ରତ ବାନାର୍ଜୀ ଗୋଷ୍ଠୀ ମହମ୍ମଦ ଏତ୍ସାମୁଲ ହକ୍ଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ହସିରାଣୀ ରଥଙ୍କୁ ମଇଦାନକୁ ଓହ୍ଲାଇଛି। ଆସନ୍ତା ଅକ୍ଟୋବର ୬ ରେ ନନ୍ଦୀଗ୍ରାମ ଓ ରେଜିନଗରରେ ଭୋଟ ଗ୍ରହଣ ହେବ ଏବଂ ଅକ୍ଟୋବର ୯ ରେ ଭୋଟ ଗଣତି ହେବ।

18 minutes ago
1


