Water: କୁହୁଡ଼ିରୁ ମିଳୁଛି ପାଣି

1 week ago 7
ARTICLE AD BOX

ଯେଉଁଠି ପାଣି ଅଭାବରେ ମାଟି ଫାଟିଯାଏ ଏବଂ ଲୋକଙ୍କ ଆଖି ବର୍ଷାକୁ ଅପେକ୍ଷା କରି ଥକିଯାଏ, ସେଠାରେ ଆକାଶରୁ ଖସୁଥିବା ବର୍ଷାବୁନ୍ଦା ନୁହେଁ, କୁହୁଡ଼ିର କ୍ଷୁଦ୍ର ଜଳକଣା ପାଲଟିଛି ଜୀବନର ଆଶା। ଉତ୍ତର ଚିଲିର ମରୁଡ଼ିପ୍ରବଣ କୋକିମ୍ବୋ ଅଞ୍ଚଳର ପେନା ବ୍ଲାଙ୍କାର ପାହାଡ଼ ଉପରେ ଏକ ସମ୍ପ୍ରଦାୟ ଏଭଳି ଅଭିନବ ପଦ୍ଧତିରେ ସେମାନଙ୍କ ଶୁଖିଲା ଜାଗାରେ ପାଣିର ନୂଆ ଉତ୍ସ ସୃଷ୍ଟି କରୁଛନ୍ତି। ପ୍ରଶାନ୍ତ ମହାସାଗରରୁ ଭୂପୃଷ୍ଠ ଆଡ଼କୁ ଆସୁଥିବା ସାମୁଦ୍ରିକ କୁହୁଡ଼ିକୁ ସ୍ଥାନୀୟ ଭାଷାରେ ‘କାମାନଚାକା’ କୁହାଯାଏ। ପାହାଡ଼ ଉପରେ ବଡ଼ ବଡ଼ ଜାଲ ଲଗାଇ ଏହି କୁହୁଡ଼ିକୁ ଧରାଯାଉଛି। ଏହି ଜାଲକୁ ‘ଫଗ୍ କ୍ୟାଚର୍’ କୁହାଯାଏ। କୁହୁଡ଼ିରେ ଥିବା କ୍ଷୁଦ୍ର ଜଳକଣା ଜାଲରେ ଲାଗି ଏକାଠି ହୋଇ ବଡ଼ ବୁନ୍ଦାରେ ପରିଣତ ହୁଏ। ପରେ ଏହି ପାଣି ଜାଲରୁ ତଳକୁ ଖସିଲେ ପାଇପ୍‌ ମାଧ୍ୟମରେ ଟାଙ୍କିରେ ସଂଗ୍ରହ କରାଯାଏ। ପେନା ବ୍ଲାଙ୍କାରେ ଏହି ପ୍ରୟାସ ୨୦୦୫ ମସିହାରୁ ଚାଲିଆସୁଛି। ବର୍ତ୍ତମାନ ସେଠାରେ ୩୪ଟି ଫଗ୍ କ୍ୟାଚର୍ ଲଗାଯାଇଛି।

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

କୁହୁଡ଼ିରେ ଥିବା କ୍ଷୁଦ୍ର ଜଳକଣା ଜାଲରେ ଏକାଠି ହୋଇ ବଡ଼ ବୁନ୍ଦାରେ ପରିଣତ ହୁଏ। ଏହି ପାଣିକୁ ଜାଲରୁ ତଳକୁ ଖସାଇ ପାଇପ୍‌ ମାଧ୍ୟମରେ ଟାଙ୍କିରେ ସଂଗ୍ରହ କରାଯାଏ। 

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍

ଏଠାକାର ଜାଲର କ୍ଷେତ୍ରଫଳ ୩୦୬ ବର୍ଗମିଟର। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁସାରେ, ଅନୁକୂଳ ପରିସ୍ଥିତିରେ ଏହି ବ୍ୟବସ୍ଥା ବର୍ଷକୁ ପ୍ରାୟ ୬.୫ ଲକ୍ଷ ଲିଟର ପାଣି ସଂଗ୍ରହ କରିପାରୁଛି। ସଂଗ୍ରହ ହେଉଥିବା ପାଣି କେବଳ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ନୁହେଁ, ଏହାକୁ କୃଷି, ପଶୁପାଳନ ଆଦି କାମରେ ମଧ୍ୟ ବ୍ୟବହାର କରାଯାଉଛି। ଏହା ଫଳରେ ବର୍ଷା ଉପରେ ସ୍ଥାନୀୟ ଲୋକଙ୍କ ନିର୍ଭରଶୀଳତା କିଛି ମାତ୍ରାରେ କମିଛି। ତେବେ ଏହି ପଦ୍ଧତିର ଅନେକ ସୀମାବଦ୍ଧତା ମଧ୍ୟ ରହିଛି। କୁହୁଡ଼ିର ପରିମାଣ ଓ ପବନର ବେଗ ଅନୁସାରେ ପାଣି ସଂଗ୍ରହର ପରିମାଣ ବଦଳିଥାଏ। ତେଣୁ ଏହା ବର୍ଷାର ପୂର୍ଣ୍ଣ ବିକଳ୍ପ ନୁହେଁ ଏବଂ ଏକାକୀ ମରୁଡ଼ି ସମସ୍ୟାର ସମାଧାନ ମଧ୍ୟ ନୁହେଁ। ତଥାପି, ପ୍ରକୃତିର ଅବହେଳିତ ଉତ୍ସକୁ ପାଣିର ସନ୍ଧାନ ଭଳି ସରଳ ଓ ସ୍ଥାୟୀ ପ୍ରୟାସ ଏକ ବଡ଼ ସମ୍ଭାବନା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.