Vice-Chancellor: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଚୟନ: ଆବେଦନର ୮ ମାସ ପରେ ବି ଆଗଉନି

8 hours ago 3
ARTICLE AD BOX

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ନିୟମିତ କୁଳପତି ନାହାନ୍ତି। ଭାରପ୍ରାପ୍ତରେ ଚାଲିଛି ଦେଶର ଏହି ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟ। ନିୟମିତ କୁଳପତିଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଦୁଇ ମାସ ହେଲା ଶେଷ ହୋଇ ଯାଇଥିଲେ ମଧ୍ୟ ନୂତନ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବରଂ ଅଗଷ୍ଟ ୨୧ ତାରିଖରୁ ପୁରୀ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ସଂସ୍କୃତି ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ୱରେ ରହିଛନ୍ତି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆଇନ ୧୯୯୯ର ଧାରା ୧୦ର ଉପଧାରା ୧୧ ଅନୁଯାୟୀ ବିଶ୍ବବିଦ୍ୟାଳୟର ନୂତନ ତଥା ନିୟମିତ କୁଳପତି ନିଯୁକ୍ତି ନହେଲେ ୬ ମାସ ପର୍ଯ୍ୟନ୍ତ ଓଡ଼ିଆ ବିଶ୍ୱବିଦ୍ୟାଳୟ ଦାୟିତ୍ବରେ ରହିବେ ବୋଲି ରାଜଭବନ ପକ୍ଷରୁ ସେତେବେଳେ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଇତିମଧ୍ୟରେ ଦୁଇ ମାସ ବିତିଥିବା ବେଳେ  ନିୟମିତ କୁଳପତି ନ ଥିବାରୁ ଦେଶର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ପରିଚାଳନା ଠିକ୍‌ ଭାବେ ହୋଇପାରୁ ନାହିଁ। 

Education: ବିଜେଇଏମ୍ ସ୍କୁଲ୍-୨ରେ ‘ସୃଜନ ସଙ୍ଗମ’ ବାର୍ଷିକ ପ୍ରଦର୍ଶନୀ

ଅପେକ୍ଷାରେ ୩୦ରୁ ଅଧିକ ଆଶାୟୀ
ପିଏଚ୍‌ଡି ନାମଲେଖା ହୋଇପାରୁ ନାହିଁ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୨୬-୨୭ ଶିକ୍ଷାବର୍ଷରେ ପିଏଚ୍‌ଡି ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷା ଫଳ ୩ ମାସ ହେଲା ବାହାରି ସାରିଲାଣି। ମାତ୍ର ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇପାରୁ ନାହିଁ। ୱେବସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନାମଲେଖା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଛନ୍ତି। ବୋର୍ଡ ବୈଠକରେ ଆଲୋଚନା ପରେ ନାମଲେଖା ପ୍ରକ୍ରିୟା ହେବ ବୋଲି କୁଳପତି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କେବେ ନାମଲେଖା ହେବ ତାହାକୁ ଚାତକ ଭଳି ଚାହିଁ ରହିଛନ୍ତି। କେବଳ କୁଳପତି ନିଯୁକ୍ତି ନୁହେଁ, ଭିତ୍ତିଭୂମି ବିକାଶ ଓ ଶିକ୍ଷକ, ଅଣଶିକ୍ଷକ ନିଯୁକ୍ତି ସମସ୍ୟା ଲାଗିରହିଛି। ବିଶ୍ବବିଦ୍ୟାଳୟ ନିଜସ୍ବ ସ୍ଥାୟୀ କ୍ୟାମ୍ପସ୍‌କୁ ଯିବାର ୧୦ ବର୍ଷ ପରେ ମଧ୍ୟ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ। ପାଖାପାଖି ୫କୋଟି ଟଙ୍କା ବ୍ୟୟରେ ଏବେ ଦୁଇଟି କୋଠା କାମ ଜାରି ରହିଛି। ଏଥିସହ କୁଳପତିଙ୍କ ବାସଭବନ ନିର୍ମାଣ କାର୍ଯ୍ୟ ବି ସରିନି। ବିଶ୍ବବିଦ୍ୟାଳୟକୁ ରାଜ୍ୟ ସରକାର ୫ଏକର ଜାଗା ପ୍ରଦାନ କଲା ପରେ ପ୍ରଫେସର ଓ କର୍ମଚାରୀଙ୍କ ପାଇଁ ବାସଗୃହ ସହିତ କୁଳପତିଙ୍କ ବାସଭବନ କରିବାକୁ ଯୋଜନା ହୋଇଥିଲା। କୁଳପତିଙ୍କ ବାସଭବନ ପାଇଁ ୨ କୋଟି ୧୩ ଟଙ୍କା ବ୍ୟୟ ବରାଦ ସହ ୨୦୨୫ରେ ସରିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ କାମ ସରି ନାହିଁ। ଏଥିସହ ପ୍ରଫେସର ଓ କର୍ମଚାରୀଙ୍କ ବାସଗୃହ ପାଇଁ ୪କୋଟି ୪୩ଲକ୍ଷଟଙ୍କା ବ୍ୟୟବରାଦରେ ୩ମହଲା ବିଶିଷ୍ଟ ଦୁଇଟି କୋଠା ନିର୍ମାଣ ଚାଲିଛି। ସେହିପରି ୨୦୨୦ରେ ପ୍ରେକ୍ଷାଳୟ ଓ ଆମ୍ପିଥିଏଟର ନିର୍ମାଣ କରିବାକୁ ହୋଇଥିବା ଯୋଜନା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇପାରି ନାହିଁ। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ମଧ୍ୟ କାର୍ଯ୍ୟ ଅଗ୍ରଗତି ହୋଇ ନାହିଁ କି ନିୟମିତ ସମୀକ୍ଷା କରାଯାଉ ନାହିଁ।

Drinking water: ଡିସେମ୍ବର ସୁଦ୍ଧା ଜିଲ୍ଲାର ୧୫୯ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ: ଜିଲ୍ଲାପାଳ

ବିଶେଷସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ନିୟମିତ କୁଳପତି ପଦବି ପାଇଁ ହୋଇଥିବା ଆବେଦନ ପ୍ରକ୍ରିୟାରେ ୩୦ରୁ ଅଧିକ ପ୍ରଫେସର ସାମିଲ ହୋଇଥିଲେ। ଫେବ୍ରୁଆରି ମାସରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ଓ କୁଳପତି ଚୟନ ହୋଇପାରୁ ନାହିଁ। ଏପରିକି ଚୟନ କମିଟି ସଦସ୍ୟଙ୍କ ମଧ୍ୟରେ ତାଳମେଳ ରହୁ ନଥିବାରୁ ବୈଠକ ବସିପାରି ନଥିଲା। ଯେଉଁଥିପାଇଁ ଚୟନ ପ୍ରକ୍ରିୟା ବିଳମ୍ବିତ ହେଉଛି। ନୂତନ ରାଜ୍ୟପାଳ ପୂର୍ବଥର କୁଳପତି ଚୟନ ପରି ନିଜ ଇଚ୍ଛାରେ ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ମଧ୍ୟରୁ ଜଣଙ୍କୁ କୁଳପତି ଭାବେ ଚୟନ କରିବେ ନା ୩ ଜଣ ଆଶାୟୀଙ୍କ ସାକ୍ଷାତକାର ନେବା ପରେ କୁଳପତିଙ୍କ ନାମ ଘୋଷଣା କରିବେ, ସେ ନେଇ ସ୍ପଷ୍ଟ ହୋଇନାହିଁ। ସେପଟେ ଦିନ ଗଡ଼ୁଥିବାରୁ ଆଶାୟୀ କୁଳପତିଙ୍କ ବୟସ ମଧ୍ୟ ଗଡ଼ିଚାଲିଛି, ଯାହାକି ଚୟନ ସମୟରେ ସମସ୍ୟା ସୃଷ୍ଟି କରିବ ବୋଲି ଆବେଦନକାରୀମାନେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.