ARTICLE AD BOX
ଶୀତଋତୁ ଆସିବା ମାତ୍ରେ ଅଧିକାଂଶ ଲୋକଙ୍କୁ ଥଣ୍ଡା, କାଶ, ଗଳା ବସିଯିବା ଓ ଜ୍ୱର ଭଳି ସମସ୍ୟା, ଗୋଟିଏ ପରେ ଗୋଟିଏ ଘେରି ରହିଥାଏ। ଆମେ ସାଧାରଣତଃ ଏଥିପାଇଁ କେବଳ ଖରାପ ପାଗ ବା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିକୁ ଦାୟୀ କରିଥାଉ। କିନ୍ତୁ ଏହାର ପ୍ରକୃତ କାରଣ କେବଳ ସେତିକି ନୁହେଁ, ବରଂ ଆମର କିଛି ଅଭ୍ୟାସ ଏବଂ ପରିବେଶ ମଧ୍ୟ ଏଥିପାଇଁ ଦାୟୀ।
ଆହୁରି ପଢ଼ନ୍ତୁ: ମର୍ଶାଘାଇ କଲେଜ ଛାତ୍ରୀ ହତ୍ୟା ମାମଲା: ସିନ ରିକ୍ରିଏସନ ସମୟରେ ଉତ୍ତେଜନା, ପୁଲିସ ଗାଡ଼ି ଅଟକ
୧. ବନ୍ଦ ଘର ଏବଂ ବାୟୁ ଚଳାଚଳର ଅଭାବ
ଶୀତରୁ ବର୍ତ୍ତିବା ପାଇଁ ଆମେ ଘରର ଦରଜା-ଝରକା ସବୁ ବନ୍ଦ କରି ଭିତରେ ବସି ରହୁ। ଏକ ଅଧ୍ୟୟନ ଅନୁଯାୟୀ, ବନ୍ଦ ଘରେ ଅଟକି ରହିଥିବା ପୁରୁଣା ବାୟୁରେ କାଶିବା ବା କଥା ହେବା ଦ୍ୱାରା ବାହାରୁଥିବା ଭୂତାଣୁ ବହୁତ ଶୀଘ୍ର ଅନ୍ୟମାନଙ୍କୁ ବ୍ୟାପିଥାଏ।
୨. ଶୁଷ୍କ ବାୟୁ
ଶୀତଦିନର ବାୟୁରେ ଆର୍ଦ୍ରତା ବହୁତ କମ୍ ଥାଏ। ଏହା ନାକ ଓ ଶ୍ୱାସନଳୀ ଭିତରର ସୁରକ୍ଷା ପ୍ରାଚୀରକୁ ଶୁଷ୍କ କରିଦିଏ। ଫଳରେ ଶରୀରର ପ୍ରାକୃତିକ ରକ୍ଷାବଳୟ ଦୁର୍ବଳ ହୋଇଯାଏ ଓ ଥଣ୍ଡା-ଫ୍ଲୁ ଭୂତାଣୁଗୁଡ଼ିକ ସହଜରେ ଶରୀର ଭିତରକୁ ପ୍ରବେଶ କରିଯାଆନ୍ତି।
୩. ଭୂତାଣୁଗୁଡ଼ିକର ଆକ୍ରମଣ
ଶୀତଦିନେ ଫ୍ଲୁ , ଆର୍ଏସ୍ଭି ଏବଂ ସାଧାରଣ ଥଣ୍ଡା ଜନିତ ଅନେକ ଭୂତାଣୁ ସକ୍ରିୟ ହୋଇଉଠନ୍ତି। ଗୋଟିଏ ଭୂତାଣୁ ସଂକ୍ରମଣରୁ ଭାଲ ଭଲ ହେଉ ହେଉ, ଆଉ ଏକ ଭିନ୍ନ ଷ୍ଟ୍ରେନ୍ ର ଭୂତାଣୁ ଆକ୍ରମଣ କରିଥାଏ, ଯାହାକି ବାରମ୍ବାର ଅସୁସ୍ଥ ହେବାର ଏକ ବଡ଼ କାରଣ।
୪. ହାତର ପରିଚ୍ଛନ୍ନତା ଅଭାବ
ଜର୍ମସ୍ ବା ବ୍ୟାକ୍ଟେରିଆ ଲାଗିଥିବା ଜିନିଷକୁ ଛୁଇଁବା ଏବଂ ସେହି ହାତରେ ଆଖି କିମ୍ବା ନାକକୁ ସ୍ପର୍ଶ କରିବା ଦ୍ୱାରା ଜର୍ମସ୍ ସିଧାସଳଖ ଶରୀର ଭିତରକୁ ଚାଲିଯାଏ। ସାବୁନ ଦେଇ ଅତିକମ୍ରେ ୨୦ ସେକେଣ୍ଡ୍ ପର୍ଯ୍ୟନ୍ତ ହାତ ଧୋଇବା ଏହାର ଏକ ମୁଖ୍ୟ ପ୍ରତିକାର।
ନିଜକୁ କିପରି ସୁରକ୍ଷିତ ରଖିବେ?
ତାଜା ପବନ: ପ୍ରତିଦିନ କିଛି ସମୟ ପାଇଁ ଘରର ଝରକା ଖୋଲି ଘର ଭିତରକୁ ତାଜା ପବନ ଓ ସୂର୍ଯ୍ୟକିରଣ ଆସିବାକୁ ଦିଅନ୍ତୁ।
ଜଳୀୟ ଅଂଶ: ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।
ଟିକାକରଣ: ଶୀତଋତୁ ଆରମ୍ଭରେ ବାର୍ଷିକ ଫ୍ଲୁ ଭାକ୍ସିନ୍ ନେବା ଦ୍ୱାରା ସଂକ୍ରମଣର ମାତ୍ରା ବହୁତ କମିଯାଇଥାଏ।
ଡାକ୍ତରୀ ପରାମର୍ଶ: ଯଦି ଥଣ୍ଡା-କାଶ ଅଧିକ ଦିନ ଧରି ରହେ, ଅଧିକ ଜ୍ୱର ହୁଏ କିମ୍ବା ନିଶ୍ୱାସ ନେବାରେ କଷ୍ଟ ହୁଏ, ତେବେ ଘରୋଇ ଉପଚାର ଭରସାରେ ନ ରହି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଆହୁରି ପଢ଼ନ୍ତୁ: ପୁଲିସକୁ ଦେଖି କୁଶେଇ ନଦୀରେ ପଶିଗଲା ବାଲି ମାଫିଆଙ୍କ ଟ୍ରାକ୍ଟର
ଅଧିକ ଦେଖନ୍ତୁ:

55 minutes ago
3


