Machete Attack at Rimuli କଟୁରୀ ଧରି ବୁଲିଲା ପାଗଳ, ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା, ୩ ଆହତ

42 minutes ago 1
ARTICLE AD BOX

କେନ୍ଦୁଝର/ଚମ୍ପୁଆ (ମହେଶ୍ବର ସାହୁ):  ରିମୁଳି ସାପ୍ତାହିକ ହାଟରେ ପାଗଳ ବ୍ୟକ୍ତିର ଉନ୍ମତ୍ତ କାଣ୍ଡ ଘଟଣାଇଛନ୍ତି।  ହାତରେ ଧାରୁଆ କଟୁରୀ ଧରି ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ତିନିଜଣ ଆହତ ହୋଇଥିବା ବେଳେ ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି।  

Robbery: କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ: ୧୫ ହଜାର ଟଙ୍କା ଏବଂ ବ୍ୟାଗ ନେଇ ଲୁଟେରା ଚମ୍ପଟ
ଆଜି (ସୋମବାର) ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ସାପ୍ତାହିକ ହାଟରେ ଜଣେ ପାଗଳ ବ୍ୟକ୍ତି ହାତରେ ଏକ କଟୁରୀ ଧରି ହାଟ ଭିତରେ ପଶିଆସି ଥିଲା।  କେହି କିଛି ବୁଝିବା ପୂର୍ବରୁ ସେ କଟୁରୀ ରେ ଲୋକଙ୍କୁ ଆକ୍ରମଣ କରିବାକୁ ଲାଗିଲା।  ପ୍ରଥମେ ରିମୁଳି ଗ୍ରାମର ଅଜୟ କୁମାର ସାହୁ ଓ ତାଙ୍କ ପୁଅ ସୁଦ୍ଦାମ ଆହତ ହୋଇଥିଲେ । ସମ୍ପୃକ୍ତ ପାଗଳ ଲୋକଟି ଆଉ ଜଣକୁ ଆକ୍ରମଣ କରିଥିଲା। ପ୍ରଥମେ ତାଙ୍କ ମୁଣ୍ଡକୁ କଟୁରୀ ରେ ଆକ୍ରମଣ କରିବାରୁ ସେ ତଳେ ପଡିଯିବାରୁ ତାଙ୍କ ବେକ କଟୁରୀ ରେ ଚୋଟ ପକାଇଥି‌ଲା। କୌଣସି ମତେ ସ୍ଥାନୀୟ ଲୋକେ ପାଗଳକୁ ଘଉଡ଼ାଇ ପୁଲିସକୁ ସୂଚିତ କରିଥିଲେ। ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତର ଖାନା ପଠାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। 

Women Attack: ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
ସଙ୍କଟାପନ୍ନ ଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.