ARTICLE AD BOX
ସମ୍ବଲପୁର(ଗାର୍ଗୀ ଶତପଥୀ): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପାଇଁ ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ଦୋହରୀକରଣ ରେଳଲାଇନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଅଜୟ କୁମାର ଗଡନାୟକ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଜାଲରେ ପଡ଼ିଛନ୍ତି। ଆଜି (ସୋମବାର) ଜଣେ ଜମି ମାଲିକଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିବା ବେଳେ ତାଙ୍କ ନିକଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି।
Vigilance Arrested: ରେଡ୍କ୍ରସ୍ ପାଣ୍ଠିର ୮.୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ
ଭିଜିଲାନ୍ସ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ ବାବଦରେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବା ଏବଂ ଭବିଷ୍ୟତରେ ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମୟରେ ସହାୟତା କରିବା ନିମେନ୍ତ ଜଣେ ଜମି ମାଲିକଙ୍କୁ ଅଧିକାରୀ ଗଡନାୟକ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
Vigilance trap ଆଶାକର୍ମୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କୁଜଙ୍ଗ ବିପିଏମ୍
ଗତ ଅକ୍ଟୋବର ୨୭ ତାରିଖରେ ସେ ଅଭିଯୋଗକାରୀଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ। ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ। ଏପରିକି ଅବଶିଷ୍ଟ ଟଙ୍କା ନଦେଲେ ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ଭବିଷ୍ୟତରେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବେ ବୋଲି ଅଭିଯୋଗକାରୀଙ୍କୁ ଧମକ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ।
Vigilance Trap ମଧ୍ୟାହ୍ଣ ଭୋଜନ ବିଲ୍ ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ, ମାଡ଼ିବସିଲା ଭିଜିଲାନ୍ସ
ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରଙ୍ଗେହାତ ଧରିବାକୁ ଯୋଜନା କରାଯାଇଥିଲା। ସୋମବାର ଗଡ଼ନାୟକ ଅଭିଯୋଗକାରୀଙ୍କଠାରୁ ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।
Vigilance Trap ପୂର୍ବରୁ ଧରାପଡ଼ିଥିଲେ, ଏବେ ୨୦ହଜାର ହାତଗୁଞ୍ଜା ନେଇ ପୁଣି ଗିରଫ ହେଲେ ବ୍ରହ୍ମଗିରି ତହସିଲର ନଥି ସଂରକ୍ଷକ
ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ନଭେମ୍ବର ୧ ତାରିଖରେ ମାମଲା ନଂ. ୨୦/୨୦୨୬ ରୁଜୁ କରାଯାଇଛି। ବର୍ତ୍ତମାନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଗଡ଼ନାୟକଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

52 minutes ago
1


