Uttar Pradesh Politics: ଅଖିଳେଶ ଓ ମାୟାବତୀଙ୍କ ବଢ଼ିଲା ସମସ୍ୟା

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ରାଜନୈତିକ ଉଷ୍ମତା ମଧ୍ୟରେ ନଗିନା ସାଂସଦ ଚନ୍ଦ୍ରଶେଖର ଆଜାଦ ଓ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ ଅୱେସି ଗୁରୁବାର ମେଣ୍ଟ ଘୋଷଣା କରି ହଇଚଇ ସୃଷ୍ଟି କରିଛନ୍ତି। ସେମାନଙ୍କ ମେଣ୍ଟର ନାମ ‘ସାମାଜିକ ପରିବର୍ତ୍ତନ ‌ମୋର୍ଚ୍ଚା’ ରହିଛି ଓ ଆଜାଦଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଛି।

ଲକ୍ଷ୍ନୌରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତା ଏହି ଘୋଷଣା କରିଛନ୍ତି। ଆଜାଦ କହିଛନ୍ତି, ମେଣ୍ଟ ସମାଜବାଦୀ ପାର୍ଟି ଓ କଂଗ୍ରେସ ପରି ଅନ୍ୟ ଦଳ ପାଇଁ ଖୋଲା ରହିଛି। ଯେଊଁମାନେ ବିଜେପିକୁ ଆଉ ଥରେ ରାଜ୍ୟରେ କ୍ଷମତାକୁ ଆସିବାକୁ ରୋକିବାକୁ ଚାହୁଁଥିବେ ସେମାନଙ୍କୁ ମେଣ୍ଟକୁ ସ୍ବାଗତ। ତେବେ ଏହି ନୂତନ ରାଜନୈତିକ ସମୀକରଣ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଓ ମାୟାବତୀ ଉଭୟଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। 

ନୂତନ ଦଳିତ-ମୁସଲିମ ମେଣ୍ଟ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ରାଜନୈତିକ ବିଶେଷଜ୍ଞଙ୍କ ମତରେ, ଅୱେସି-ଚନ୍ଦ୍ରଶେଖର ଯୋଡ଼ି ସମଗ୍ର ଉତ୍ତର ପ୍ରଦେଶକୁ ପ୍ରଭାବିତ କରିପାରନ୍ତି। ମେଣ୍ଟ ଯୋଗୁ ଭୋଟ ବିଭାଜନ ଏକପ୍ରକାର ସୁନିଶ୍ଚିତ। ଏହି ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା କେତେ ସଫଳ ହେବ ତାହା ଦେଖିବା ଆକର୍ଷଣୀୟ ହେବ। ଗତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ଦେଖିଲେ, ଏଆଇଏମ୍‌ଆଇଏମ୍‌ ଅନେକ ଆସନରେ ନିର୍ବାଚନକୁ ପ୍ରଭାବିତ କରିପାରେ। ଏଆଇଏମ୍‌ଆଇଏମ୍‌ ସମାଜବାଦୀ ପାର୍ଟିକୁ ବିଶେଷ କ୍ଷତି ପହଞ୍ଚାଇପାରେ, ସେହିପରି ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି (କାଂଶୀରାମ) ବିଏସପିର ପାରମ୍ପରିକ ଭୋଟ ବ୍ୟାଙ୍କକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।

Trinamool Congress: କାଳୀ ପୂଜାରେ ଭାବବିହ୍ୱଳ ହୋଇ କାନ୍ଦିଲେ ଟିଏମ୍‌ସି ସାଂସଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.