Chhath festival: ଛଠ ଘାଟ ନିର୍ମାଣ ପାଇଁ ଖୋଳା ଚାଲିଥିବା ବେଳେ ମାଟି ତଳୁ ମିଳିଲା ବାଲ୍‌କୃଷ୍ଣଙ୍କ ଧାତୁ ମୂର୍ତ୍ତି

1 hour ago 3
ARTICLE AD BOX

ବିହାର: ବିହାର କଟିହାରରେ ଛଠ ପର୍ବ ପାଇଁ କୃତ୍ରିମ ଘାଟ ନିର୍ମାଣ ନିମନ୍ତେ ମାଟି ଖୋଳା ଚାଲିଥିବା ବେଳେ ମାଟି ତଳୁ ଭଗବାନ ଶ୍ରୀକୃଷ୍ଣଙ୍କ ଏକ ଛୋଟ ଧାତୁ ମୂର୍ତ୍ତି ମିଳିଛି। ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ପ୍ରଶାସନ ମୂର୍ତ୍ତିଟିକୁ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ଶିବ ମନ୍ଦିରରେ ରଖିଛି।

ସୂଚନା ଅନୁସାରେ, କଟିହାରର ଦୌଲତ ରାମ ଛକସ୍ଥିତ ଜେକେ ଗୋଲା ପରିସରରେ ଛଠ ମହାପର୍ବ ପାଇଁ କୃତ୍ରିମ ପୋଖରୀ ବା ଘାଟ ନିର୍ମାଣ କାମ ଚାଲିଥିଲା। ଏଥିପାଇଁ ଶ୍ରମିକମାନେ ମାଟି ଖୋଳୁଥିବା ସମୟରେ ଭୂମି ତଳେ ଏକ ଚକଚକିଆ ଧାତୁ ମୂର୍ତ୍ତି ଦେଖିବାକୁ ପାଇଥିଲେ। ମାଟି ହଟାଇବା ପରେ ତାହା ବାଲ୍‌କୃଷ୍ଣଙ୍କ ମୂର୍ତ୍ତି ବୋଲି ଜଣାପଡ଼ିଥିଲା।

ମୂର୍ତ୍ତିକୁ ଶିବ ମନ୍ଦିରରେ ରଖିଲା ପ୍ରଶାସନ

ମୂର୍ତ୍ତି ମିଳିବା ଖବର ପ୍ରଚାର ହେବା ପରେ ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରଦ୍ଧାଳୁ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସେଠାରେ ପହଞ୍ଚିଥିଲେ। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୂର୍ତ୍ତିଟିର ସୁରକ୍ଷାକୁ ଦୃଷ୍ଟିରେ ରଖି ତାହାକୁ ପରିସରରେ ଥିବା ଶିବ ମନ୍ଦିରରେ ରଖାଯାଇଛି।

ଏହି ଘଟଣାକୁ ସ୍ଥାନୀୟ ଲୋକେ ଦୈବୀ ଚମତ୍କାର ବୋଲି ବିଶ୍ୱାସ କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ପଡ଼ିଆରେ ଦୀର୍ଘ ବର୍ଷ ଧରି ଭାଗବତ କଥା ଓ ଭଜନ ସନ୍ଧ୍ୟା ଭଳି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି। ଏବେ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଇଚ୍ଛା ପ୍ରକାଶ କରିଛନ୍ତି।

ଜମି ଜାଲିଆତି ମାମଲା; ଖୋର୍ଦ୍ଧା ଉପନିବନ୍ଧକ କାର୍ଯ୍ୟାଳୟରେ ଡିଟିପି ଅପରେଟର ବହିଷ୍କୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.