US Open: ୟୁଏସ୍‌ ଓପନ୍‌: କିଜ୍‌, କୋବୋଲି, ଫ୍ରିଜ୍‌ଙ୍କ ଅଭିଯାନ ଶେଷ; ପ୍ରିକ୍ବାର୍ଟରରେ ଭେରଭ୍‌, ରିବାକିନା

1 week ago 6
ARTICLE AD BOX

ନ୍ୟୁୟର୍କ: ପୂର୍ବତନ ଫାଇନାଲିଷ୍ଟ ଓ ୨୦୨୫ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ଆମେରିକାର ମାଡିସନ୍‌ କିଜ୍‌ଙ୍କ ଅଭିଯାନ ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ଶେଷ ହୋଇଛି। ମହିଳା ଏକକ ମୁକାବିଲାରେ ଏହି ୨୨ ମାନ୍ୟତାପ୍ରାପ୍ତ ଖେଳାଳି ୬-୧, ୬-୭, ୫-୬ ସେଟ୍‌ରେ ଚୀନ୍‌ର କ୍ବିନୱେନ୍‌ ଝାଙ୍ଗଙ୍କଠୁ ହାରି ବିଦାୟ ନେଇଛନ୍ତି। ୨୦୨୪ ଅଷ୍ଟ୍ରେଲିଆନ୍‌ ଓପନ୍‌ ଉପବିଜୟିନୀ ଝାଙ୍ଗ ପ୍ରିକ୍ବାର୍ଟରଫାଇନାଲ୍‌ରେ ୬ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ପୋଲାଣ୍ଡର ଇଗା ସ୍ବିତେକଙ୍କୁ ଭେଟିବେ। ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ବିତେକ ୭-୬, ୭-୬ ସେଟ୍‌ରେ ଚେକ୍‌ଗଣରାଜ୍ୟର ମାରି ବୌଜକୋଭାଙ୍କୁ ହରାଇଥିଲେ। ଅନ୍ୟ ମହିଳା ଏକକ ପ୍ରିକ୍ବାର୍ଟରଫାଇନାଲ୍‌ରେ ତାରକା ଖେଳାଳି ବିଶ୍ବର ୨ ନମ୍ବର ଏଲିନା ରିବାକିନା, ୪ ନମ୍ବର କୋକୋ ଗଫ୍‌ ପ୍ରବେଶ କରିଛନ୍ତି।

୧୮ ବର୍ଷୀୟ ଯୁବତୀ ଇଭା ଜୋଭିକ୍‌ଙ୍କୁ ଭେଟିବେ

ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ କାଜାଖସ୍ତାନର ରିବାକିନା ୭-୬, ୬-୩ ସେଟ୍‌ରେ ୟୁକ୍ରେନ୍‌ର ୟୁଲିଆ ଷ୍ଟାରୋଦୁବ୍‌ତ୍ସେଭାଙ୍କୁ ଏବଂ ୨ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସ୍ଥାନୀୟ ଖେଳାଳି ଗଫ୍‌ ୬-୩, ୬-୪ ସେଟ୍‌ରେ ସ୍ପେନ୍‌ର କ୍ରିଷ୍ଟିନା ବୁସାଙ୍କୁ ମାତ୍‌ ଦେଇଥିଲେ। ପରବର୍ତ୍ତୀ ରାଉଣ୍ଡରେ ୨ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ତଥା ବିଶ୍ବର ୧ ନମ୍ବର ହେବାର ନିକଟତର ହୋଇଥିବା ରିବାକିନା ଜାପାନର ନାଓମି ଓସାକାଙ୍କୁ ଏବଂ ଗଫ୍‌ ନିଜ ଦେଶର ୧୮ ବର୍ଷୀୟ ଯୁବତୀ ଇଭା ଜୋଭିକ୍‌ଙ୍କୁ ଭେଟିବେ। ୪ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଓସାକା ୬-୩, ୨-୬, ୭-୫ ସେଟ୍‌ରେ ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଏଲିସ୍‌ ମର୍ତେନ୍ସଙ୍କୁ ଏବଂ ଜୋଭିକ୍‌ ୭-୫, ୩-୬, ୭-୫ ସେଟ୍‌ରେ ନିଜର ଘନିଷ୍ଠ ବନ୍ଧୁ ଫିଲିପାଇନ୍ସର ଆଲେକ୍‌ଜାନ୍ଦ୍ରା ଇଆଲାଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକ ତୃତୀୟ ରାଉଣ୍ଡରୁ ଇଟାଲିର ଫାବିଓ କୋବୋଲି ଓ ଆମେରିକାର ଟେଲର ଫ୍ରିଜ୍‌ ବିଦାୟ ନେଇଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ କୋବୋଲି ୭-୬, ୩-୬, ୦-୬, ୩-୬ ସେଟ୍‌ରେ ବେଲ୍‌ଜିୟମ୍‌ର ଆଲେକ୍‌ଜାଣ୍ଡର ବ୍ଲକ୍‌ଙ୍କଠୁ ଏବଂ ନବମ ମାନ୍ୟତାପ୍ରାପ୍ତ ଫ୍ରିଜ୍‌ ୬-୩, ୬-୪, ୩-୬, ୪-୬, ୪-୬ ସେଟ୍‌ରେ ଆର୍ଜେଣ୍ଟିନାର ଫ୍ରାନ୍‌ସିସ୍କୋ ସେରୁଣ୍ଡୋଲୋଙ୍କଠୁ ହାରିଯାଇଛନ୍ତି।

Sexual Harassment: ୧୦ରୁ ଅଧିକ ଜେଏନୟୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ପ୍ରଫେସରଙ୍କ ବିରୋଧରେ ତଦନ୍ତ କରୁଛି ଆଇସିସି

ତେବେ ବିଶ୍ବର ୧ ନମ୍ବର ଖେଳାଳି ଆଲେକଜାଣ୍ଡର ଭେରେଭ ସହଜ ବିଜୟ ସହ ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି। ଫ୍ରେଞ୍ଚ ଓପନ୍‌ ବିଜେତା ଭେରେଭ ୬-୨, ୭-୬, ୬-୨ ସେଟ୍‌ରେ କାନାଡ଼ାର ଆଲେଜାଣ୍ଡ୍ରୋ ତାବିଲୋଙ୍କୁ ହରାଇଥିଲେ। ଜର୍ମାନୀର ଭେରେଭ ପରବର୍ତ୍ତୀ ରାଉଣ୍ଡରେ ଇଟାଲିର ଲୁସିଆନୋ ଡାର୍ଦେରିଙ୍କୁ ଭେଟିବେ। ୨୧ ମାନ୍ୟତାପ୍ରାପ୍ତ ଡାର୍ଦେରି ୬=୪, ୬-୩, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ଡେନ୍‌ ସ୍ବିନିଙ୍କୁ ମାତ୍‌ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.