US Open: ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି, ଚନ୍ଦ୍ର‌ଶେଖର ବିଦା

1 week ago 6
ARTICLE AD BOX

ନ୍ୟୁୟର୍କ: ଭାରତୀୟ ପୁରୁଷ ଯୁଗଳ ଖେଳାଳି ୟୁକି ଭାମ୍ବ୍ରି ଓ ଅନିରୁଦ୍ଧ ଚନ୍ଦ୍ରଶେଖର ଚଳିତ ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ନ୍ୟୁଜିଲାଣ୍ଡର ମାଇକେଲ ଭେନସ୍‌ଙ୍କୁ ସାଥୀ କରି ଖେଳୁଥିବା ଭାମ୍ବ୍ରି କଡ଼ା ସଂଘର୍ଷ କରି ୬-୭, ୬-୭ ସେଟ୍‌ରେ ଆମେରିକାର ରିୟାନ ସିଜରମାନ ଓ ପ୍ରତୀକ ଟିଅର୍‌ହାକ୍‌ଙ୍କଠୁ ହାରି ଯାଇଛନ୍ତି। ଏହି ପରାଜୟ ଭାମ୍ବ୍ରି ଓ ଭେନସ୍‌ଙ୍କ ପାଇଁ କଷ୍ଟକର ହୋଇଛି।

ସେମିଫାଇନାଲ୍‌ରେ ପହଞ୍ଚିଥିଲେ ଉଭୟ

ଉଭୟ ଗତ ସଂସ୍କରଣରେ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ଚନ୍ଦ୍ରଶେଖର ଓ ତାଙ୍କ ବେଲାରୁଷ ସାଥୀ ଇଭାନ ଲିଉତାରେଭିକ୍‌ ୪-୬, ୭-୫, ୪-୬ ସେଟ୍‌ରେ ବ୍ରିଟିସ୍‌ ଯୋଡ଼ି ଅର୍ଥର ଫେରି ଓ ଜୋସୁଆ ପାରିସ୍‌ଙ୍କଠୁପରାସ୍ତ ହୋଇଛନ୍ତି। ତେବେ ଏକ ମାତ୍ର ଭାରତୀୟ ଭାବେ ଏନ୍‌ ଶ୍ରୀରାମ ବାଲାଜୀ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ବାଲାଜୀ ଓ ତାଙ୍କ ସାଥୀ ଆମେରିକା ଇଭାନ କିଙ୍ଗ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଗୀତା ଯାଦବଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.