tractor trapped ଭରାନଈରେ ଫସିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ନାବାଳକ ଓ ଚାଳକ

1 month ago 11
ARTICLE AD BOX

ରାୟଗଡା(ଶିବପ୍ରସାଦ ଦୋରା): ଭରା ନଦୀରେ ଟ୍ରାକ୍ଟର ଅତିକ୍ରମ ବେଳେ ଆଜି (ବୁଧବାର) ଫସିଯାଇଥିଲା। ସୌଭାଗ୍ୟବଶତଃ ଟ୍ରାକ୍ଟର ଚାଳକ ଓ ଟ୍ରାକ୍ଟରରେ ବସିଥିବା ଜଣେ ନାବାଳକ  ଅଳ୍ପକେ ମୃତ୍ଯୁମୁଖରୁ ବଞ୍ଚିଯାଇଛନ୍ତି I 

ଭରାନଈକୁ ଦଉଡ଼ି ଭରସା: ସମୃଦ୍ଧ କେନ୍ଦୁଝରର ବିକଳ ଚିତ୍ର

ସୂଚନାନୁସାରେ, ଇମାଲିଗୁଡା ଗ୍ରାମର ପ୍ରକାଶ ପେଦାଣ୍ଟି ନିଜର ସମ୍ପର୍କୀୟ ନାବାଳକ ପୁତୁରାକୁ  ଧରି ନାଗାବଳୀ ନଦୀ ଡେଇଁ ଚାଷକାମ ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ହାଠାତ ନଦୀରେ ବଢ଼ିପାଣି ଚାଲି ଆସିବାରୁ ଟ୍ରାକ୍ଟରଟି ସ୍ରୋତରେ ଭାସିଯାଇଥିଲା। କୌଣସି ମତେ ଚାଳକ ଟ୍ରାକ୍ଟରଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ଅନେକ ଘଣ୍ଟା ଧରି ଚାଳକ ଓ ନାବାଳକ ଭରାନଈ ମଧ୍ୟରେ ଅଟକି ରହିଥିଲେ।  ପରେ ସ୍ଥାନୀୟ ସ୍ଥାନୀୟ ଗ୍ରାମବାସୀମାନେ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ। 

ବାଜିରେ ଲାଗିଛି କୋମଳମତି ପିଲାଙ୍କ ଜୀବନ: ଭରାନଈ ପାର୍‌ ହୋଇ ସ୍କୁଲ ଯାଉଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ

ସୂଚନାଯୋଗ୍ୟ, ଇନ୍ତାଲିଗୁଡା ନିକଟରେ ନାଗାବଳୀ ନଦୀ ଅପରପାର୍ଶ୍ବରେ ଅନେକ ଗାଁ ଓ  ଗ୍ରାମବାସୀଙ୍କ ଜମି ମଧ୍ଯ ରହିଛି। ଏଣୁ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କଲେ ପ୍ରାୟ ୧୦ଖଣ୍ଡ ଗ୍ରାମର ଲୋକେ ଉପକୃତ ହୋଇପାରିବେ ସାମାଜିକ କର୍ମୀ ବିଜୟ ମେଲେକା  ଦାବି କରିଛନ୍ତି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.