ARTICLE AD BOX
ରୟାଲ ଏନ୍ଫିଲ୍ଡ ବାଇକ୍ ପ୍ରେମୀଙ୍କ ପାଇଁ ଖୁସି ଖବର। କମ୍ପାନି ଖୁବ୍ଶୀଘ୍ର ବଜାରକୁ ୫ଟି ନୂଆ ମଡେଲ୍ର ବାଇକ୍ ଛାଡ଼ିବାକୁ ଯାଉଛି। ଏଥିରେ ୭୫୦ ସିସି ଇଞ୍ଜିନ୍ଠାରୁ ଆରମ୍ଭ କରି ଇଭି ବାଇକ୍ ବି ରହିଛି।
/sambad/media/media_files/2026/11/03/dgdgjcbncbncbn-2026-11-03-01-38-22.jpg)
ରୟାଲ ଏନ୍ଫିଲ୍ଡ ବାଇକ୍ ପ୍ରେମୀଙ୍କ ପାଇଁ ଖୁସି ଖବର। କମ୍ପାନି ଖୁବ୍ଶୀଘ୍ର ବଜାରକୁ ୫ଟି ନୂଆ ମଡେଲ୍ର ବାଇକ୍ ଛାଡ଼ିବାକୁ ଯାଉଛି। ଏଥିରେ ୭୫୦ ସିସି ଇଞ୍ଜିନ୍ଠାରୁ ଆରମ୍ଭ କରି ଇଭି ବାଇକ୍ ବି ରହିଛି।
ହିମାଲୟାନ୍ ୭୫୦: ନଭେମ୍ବରରେ ଏହି ବାଇକ୍ ସାରା ବିଶ୍ବରେ ଉନ୍ମୋଚନ ହେବ। ଏଥିରେ ନୂଆ ୭୫୦ ସିସିର ଡବଲ୍ ସିଲିଣ୍ଡର ଇଞ୍ଜିନ୍ ଲାଗିଛି। ଏହା ପ୍ରାୟ ୫୫ ବିଏଚ୍ପି ପାୱାର୍ ଓ ୬୦ ଏନ୍ଏମ୍ ଟର୍କ ଦେବ। ଏଥିରେ କ୍ରୁଜ୍ କଣ୍ଟ୍ରୋଲ୍ ଭଳି ସୁବିଧା ବି ରହିବ।
କଣ୍ଟିନେଣ୍ଟାଲ୍ ଜିଟି ୭୫୦: ଏହା କମ୍ପାନିର ନୂଆ କାଫେ ରେସର୍ ବାଇକ୍ ହେବ। ଏଥିରେ ୭୫୦ ସିସି ଇଞ୍ଜିନ୍, ୬ଟି ଗିୟର୍ ଓ ଦୁଇଟି ଫ୍ରଣ୍ଟ ଡିସ୍କ ବ୍ରେକ୍ ଲାଗିଛି।
ଇଣ୍ଟରସେପ୍ଟର ୭୫୦: ଏହି ବାଇକ୍ରେ ମଧ୍ୟ ୭୫୦ ସିସି ଇଞ୍ଜିନ୍ ରହିବ। ଲମ୍ବା ଯାତ୍ରା ଓ ସବୁଦିନିଆ ରାଇଡ୍ ପାଇଁ ଏହା ଅଧିକ ଆରାମଦାୟକ ହେବ।
ସ୍କ୍ରାମ୍ ୪୫୦: ହିମାଲୟାନ୍ ୪୫୦ ଉପରେ ଆଧାରିତ ଏହି ବାଇକ୍ରେ ୪୫୨ ସିସି ଇଞ୍ଜିନ୍ ମିଳିବ। ସହର ରାସ୍ତା ସହ ଛୋଟମୋଟ ଅଫ୍ରୋଡ୍ ଟ୍ରିପ୍ ପାଇଁ ଏହା ବେଶ୍ ଉପଯୋଗୀ ହେବ। ୨୦୨୭ ଆରମ୍ଭରେ ଏହା ଆସିପାରେ।
ଫ୍ଲାଇଂ ଫ୍ଲି ସି୬: ଏହା କମ୍ପାନିର ବିଦ୍ୟୁତ୍ଚାଳିତ ସ୍କ୍ରାମ୍ବଲର୍ ବାଇକ୍। ଏଥିରେ ୧୯ ଇଞ୍ଚ ଆଗ ଚକ ଓ ୧୮ ଇଞ୍ଚ ପଛ ଚକ ରହିବ। ଏହା ସହ ଏଥିରେ ଟଚ୍ସ୍କ୍ରିନ୍, ୬ଟି ରାଇଡିଂ ମୋଡ୍ ଓ ନାଭିଗେସନ୍ ଭଳି ସୁବିଧା ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ତେବେ ଏହି ବାଇକ୍ଗୁଡ଼ିକର ଦାମ୍, ଫିଚର୍ସ ଓ ଅନ୍ୟାନ୍ୟ ବିବରଣୀ କମ୍ପାନି ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

32 minutes ago
1


