ARTICLE AD BOX
ନୂଆଦିଲ୍ଲୀ: ସୋନାଲିକା ଟ୍ରାକ୍ଟର୍ସ ଅଗଷ୍ଟ ମାସରେ ରେକର୍ଡ ୧୨,୫୮୧ଟି ଟ୍ରାକ୍ଟର ବିକ୍ରି କରିଛି। ଆରମ୍ଭରୁ କମ୍ପାନି କୌଣସି ଅଗଷ୍ଟ ମାସରେ ଏତେ ସଂଖ୍ୟକ ଟ୍ରାକ୍ଟର ବିକ୍ରି କରି ନଥିଲା। ଟ୍ରାକ୍ଟର ଶିଳ୍ପର ବିକ୍ରି ବୃଦ୍ଧି ତୁଳନାରେ ଏହା ୧.୯ ଗୁଣା ଅଧିକ। କମ୍ପାନି ଏହାର ୩୦ତମ ବର୍ଷରେ ବିଶ୍ବର ସର୍ବବୃହତ୍ ଟ୍ରାକ୍ଟର ଉତ୍ପାଦନ କେନ୍ଦ୍ର ପଞ୍ଜାବର ହୋସିଆରପୁର ପ୍ଲାଣ୍ଟରେ ରେକର୍ଡ ୧୮,୦୬୭ଟି ଟ୍ରାକ୍ଟର ନିର୍ମାଣ କରିଛି। ବିକ୍ରି ଓ ଉତ୍ପାଦନରେ ଏହି ଅନନ୍ୟ ସଫଳତା କମ୍ପାନିର ସମନ୍ବିତ ଓ ଦୃଢ଼ ବ୍ୟବସାୟକୁ ଦର୍ଶାଉଛି।
ଆହୁରି ପଢନ୍ତୁ :Tata Power Investment ଓଡ଼ିଶାରେ ଟାଟା ପାୱାର ୫ ବର୍ଷରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ
କମ୍ପାନି ପୂର୍ବରୁ ଏହାର ସବୁଠୁ ବଡ଼ ବାର୍ଷିକ ପାର୍ବଣ ଅଫର ‘ହେଭି ଡ୍ୟୁଟି ଦମ୍ଦାର ଧମାକା’ ଆରମ୍ଭ କରିସାରିଛି। ଏହା ଗ୍ରାହକଙ୍କ ପାଇଁ ଟ୍ରାକ୍ଟର କିଣିବାର ଉନ୍ନତ ସୁଯୋଗ ଦେଇଛି। ଉତ୍ପାଦନ ଓ ବିକ୍ରିରେ ହୋଇଥିବା ଅଗ୍ରଗତି ସଂପର୍କରେ ଇଣ୍ଟରନ୍ୟାସନାଲ ଟ୍ରାକ୍ଟର୍ସ ଲିମିଟେଡ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି ଅଗଷ୍ଟରେ ସବୁଠୁ ଅଧିକ ସଂଖ୍ୟକ ଟ୍ରାକ୍ଟର ବିକ୍ରି କରିବା ଆମକୁ ଆନନ୍ଦିତ କରିଛି। ସେହିଭଳି ରେକର୍ଡ ସଂଖ୍ୟକ ଟ୍ରାକ୍ଟର ଉତ୍ପାଦନ ମଧ୍ୟ ମୂଲ୍ୟ ଶୃଙ୍ଖଳା ଉପରେ ଆମର ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି।

40 minutes ago
1


