The organization: ଅଡ଼ୁଆ ବଢ଼ାଉଛି ସଙ୍ଗଠନ: ବିଜେପିର ବରିଷ୍ଠ ନେତାଙ୍କ ମଧ୍ୟରେ ଖୋଲା ଲଢ଼େଇ, ଜିଲ୍ଲାକୁ ଜିଲ୍ଲା ଡେଉଁଛି ଗୋଷ୍ଠୀ କନ୍ଦଳ

1 week ago 6
ARTICLE AD BOX

ଭୁବନେଶ୍ବର (ଚୌଧୁରୀ ଅମିତାଭ ଦାସ ): ପୁରୀରୁ ସୁନ୍ଦରଗଡ଼, ଭଦ୍ରକରୁ ଗଞ୍ଜାମ। ସବୁଠି ବିଜେପି ସଂଗଠନରେ ହଲଚଲ। ଗୋଷ୍ଠୀ କନ୍ଦଳକୁ ନେଇ ତୃଣମୂଳ ରାଜନୀତି ଉଠୁଛି ପଡ଼ୁଛି। ଛାମୁଆ ନେତା ନୁହେଁ, ସିଧାସଳଖ ବରିଷ୍ଠ ନେତାମାନେ ନିଜ ନିଜ ଭିତରେ ଲଢ଼ିବାକୁ ଲମ୍ଫ ମାରିଛନ୍ତି। ପଛରେ ରହି ନୁହେଁ, ଆଗକୁ ଆସି ଅସନ୍ତୋଷ ଝାଡୁଛନ୍ତି। ଶାସକ ଦଳ ଓ ସରକାରଙ୍କ ପାଇଁ ଏହା ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସ୍ଥିତି ଏମିତି ଯେ ଦଳର ରାଜ୍ୟ ନେତୃତ୍ବ ଏହାର ସମାଧାନର ବାଟ ପାଉନାହାନ୍ତି। ଫଳରେ କନ୍ଦଳ ଜିଲ୍ଲାକୁ ଜିଲ୍ଲା ଡେଇଁ ଚାଲିଛି। ଏମିତି ପରିସ୍ଥିତି‌ରେ ଶନିବାରଠାରୁ କଟକରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ ହେଉଛି। ସଙ୍ଗଠନରେ ଏପରି ଗୋଳିଆ ସ୍ଥିତିର ସମାଧାନ ବାଟ ବାହାରିବ କି ନାହିଁ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

ଜୁଏଲ ଓରାମଙ୍କ ପରି ଜଣେ ପୁରୁଖା ନେତା ତଥା କେନ୍ଦ୍ର ମନ୍ତ୍ରୀଙ୍କର କଡ଼ା ଟିପ୍ପଣୀ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ନିଜ ଦଳର ନେତାଙ୍କ ବିରୋଧରେ ହିଁ ସେ ବର୍ଷୁଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ନିଜ ଦଳରେ ନେତା ଲାଗିଛନ୍ତି ବୋଲି ସେ ଗଣମାଧ୍ୟମରେ ଖୋଲାଖୋଲି ବୟାନ ଦେଇଛନ୍ତି। ଏହା ନିଶ୍ଚିତ ଯେ ଜୁଏଲଙ୍କ ଖାସ୍ ସହଯୋଗୀ ପ୍ରକାଶ ପାଶ୍ବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୁଲିସକୁ ରାଜ୍ୟ ସରକାରଙ୍କଠାରୁ ସବୁଜ ସଙ୍କେତ ମିଳିଛି। ସେଥି ପାଇଁ ପୁଲିସ ତତ୍ପରତା ପ୍ରକାଶ କରିଛି। ଏଥିରେ ଜୁଏଲ୍‌ ଖପ୍ପା ହୋଇଛନ୍ତି। ସେହି ଜିଲ୍ଲାର ଜଣେ ନେତାଙ୍କ ଇଙ୍ଗିତରେ ଏସବୁ ହେଉଛି ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ପୂରା ସରକାରୀ ଦଳ ଓ କଳ ଅପଦସ୍ଥ ହେଉଛନ୍ତି। ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମରେ କାମ ଚଳାଇବା ପରି ପ୍ରତିକ୍ରିୟା ରଖି ହାତ ଟେକି ଦେଇଛନ୍ତି। ସେ ଭଲ ଭାବେ ଜାଣିଛନ୍ତି ଯେ ଜୁଏଲଙ୍କୁ ରୋକ୍ ଲଗାଇବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ।

ଗଞ୍ଜାମ ଜିଲ୍ଲାରେ ଦଳର ସ୍ଥିତି ଆହୁରି ଚର୍ଚ୍ଚାର ଖୋରାକ ଯୋଗାଉଛି। ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜିଲ୍ଲାର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମ୍ପର୍କ ଆରମ୍ଭରୁ ହିଁ ତିକ୍ତ। ସେଠାରେ ସବୁବେଳେ ଛକାପଞ୍ଝା ସ୍ଥିତି। ଏବେ ସାଂସଦ ଶ୍ରୀ ପାଣିଗ୍ରାହୀ ଖୋଲାଖୋଲି ଭାବେ ସ୍ଥାନୀୟ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ହେଉନାହିଁ ବୋଲି ଆରୋପ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପୁଣି ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ମଞ୍ଚରେ ବି ଏହି କଥାକୁ ଦୋହରାଇଥିଲେ। ସାଂସଦ ନିଜ ଅଞ୍ଚଳ କଥା କହୁଥିବାରୁ ଦକ୍ଷିଣ ଓଡ଼ିଶାର କୌଣସି ବିଜେପି ନେତା ତାଙ୍କୁ କଡ଼ା ବିରୋଧ କରିନାହାନ୍ତି। ସରକାର ଦକ୍ଷିଣ ଓଡ଼ିଶା ପ୍ରତି ଅବହେଳା କରୁଥିବାର ଏକ ସ୍ପ‌ଷ୍ଟ ବାର୍ତ୍ତା ଯାଇଛି।

ପୁରୀ ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନମଣ୍ଡଳୀ ନିମାପଡ଼ାରେ ବି ଦଳୀୟ କନ୍ଦଳ କମ୍ ନୁହେଁ। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ ମନ୍ତ୍ରୀ ସମୀର ଦାଶ। ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କୁ ସେ ସମର୍ଥନ ଦେଇଥିଲେ। ପ୍ରଭାତୀ ବି ବିଜୟ ହାସଲ କରିଥିଲେ। କିନ୍ତୁ ସମୟକ୍ରମେ ଉଭୟଙ୍କ ମଧ୍ୟରେ ପୁଣି ଅହି-ନକୁଳ ସମ୍ପର୍କ। ବିଭିନ୍ନ ମଞ୍ଚରେ ସମୀର ଖୋଲାଖୋଲି ଭାବେ ପ୍ରଭାତୀଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରୁଛନ୍ତି। ନିମାପଡ଼ାରେ କିଛି ବିକାଶମୂଳକ କାର୍ଯ୍ୟ ହେଉନି ବୋଲି କହୁଛନ୍ତି। ପ୍ରଭାତୀଙ୍କ ସମର୍ଥକମାନେ ମଧ୍ୟ ସମୀରଙ୍କୁ ସମାଲୋଚନା କରୁଛନ୍ତି। ଲମ୍ବା ସମୟ ଧରି ଏହି ଛାୟାଯୁଦ୍ଧ ପୂରା ସଙ୍ଗଠନ‌ରେ ଚର୍ଚ୍ଚାର ବିଷୟ ହୋଇଛି। ଭଦ୍ରକ-ବାଲେଶ୍ବରର ଏକ ମିଶ୍ରଣ ପର୍ବରେ ଦଳୀୟ କନ୍ଦଳ ଫୁଟି ବାହାରିଥିଲା। ମୁକ୍ତିକାନ୍ତ ମଣ୍ଡଳ ଓ ମଞ୍ଜୁଲତା ମଣ୍ଡଳ, ଶଶୀକୁମାର ସାହୁ ଓ ସୁବାସିନୀ ସାହୁଙ୍କ ମିଶ୍ରଣ ପର୍ବରେ ଶାସକ ଦଳର ସ୍ଥାନୀୟ ନେତାମାନେ ଅନୁପସ୍ଥିତ ରହିଥିଲେ। ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମିଶ୍ରଣ ପର୍ବକୁ ଆସି ନଥିଲେ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବି ଦୂରେଇ ରହିଥିଲେ। ଏହି ଦୁଇ ନେତା ମିଶ୍ରଣ ସପକ୍ଷରେ ନଥିବା କୁହାଯାଉଛି। ସେହିପରି ସିମୁଳିଆର ପରାଜିତ ବିଜେଡି ପ୍ରାର୍ଥୀ ସୁବାସିନୀ ସାହୁ ଓ ତାଙ୍କ ସ୍ବାମୀ ଶଶୀକୁମାର ସାହୁ ବିଜେପିରେ ମିଶିଥିଲେ ମଧ୍ୟ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା ଆସି ନଥିଲେ। ଓଲଟା ସେ ଖୋଲାଖୋଲି ଅସନ୍ତୋଷ ଜାହିର କରିଥିଲେ।  

Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା

ଝାରସୁଗୁଡ଼ାରେ ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ବିବାଦ ଆଉ ଲୁଚି ରହୁ ନାହିଁ। ରାଜରାସ୍ତାରେ ଉଭୟ ନେତାଙ୍କ ସମର୍ଥକ ମୁହାଁମୁହିଁ ହେଉଛନ୍ତି। ଖଲ୍ଲିକୋଟରେ ସ୍ଥାନୀୟ ସାଂସଦ ଅନିତା ଶୁଭଦର୍ଶିନୀ ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମଧ୍ୟରେ ବିବାଦ ଖବରର ଶିରୋନାମା ପାଲଟିଛି। ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଭୁବନେଶ୍ବର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିବାଦ ରାଜଧାନୀରେ ବିଜେପିକୁ ଅଡ଼ୁଆରେ ପକାଉଛି। ଏହା ବାଦ୍ ଅନେକ ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ ଶାସକ ଦଳରେ ଗୋଷ୍ଠୀବିବାଦ ମୁଣ୍ଡବ୍ୟଥାର କାରଣ ହୋଇଛି। ସଂଗଠନରେ ଗଡ଼ବଡ଼ ଚାଲିଥିଲା ବେଳେ ବିଭିନ୍ନ ନିଗମ, ବୋର୍ଡ ପାଇଁ ଆଶାୟୀ ନେତାମାନେ ହତାଶ ହୋଇ ପଡ଼ିଲେଣି। ଏଇ ମାସରେ ହେବ, ଏଇ ସପ୍ତାହରେ ହେବ, ପୂଜାରେ ହେବ ଏମିତି ଶୁଣି ଶୁଣି ୨୭ ମାସ ଗଡ଼ିଗଲାଣି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.