ARTICLE AD BOX
ଖଣ୍ଡଗିରି: ଆଜି ସକାଳେ ପାତ୍ରପଡ଼ା ଔଷଧୀୟ ବୃକ୍ଷ ଜ୍ଞାନକେନ୍ଦ୍ର ନିକଟ ତୁଳାଗୋଦାମ ‘ଅଜମେରି କଟନ ଇଣ୍ଡଷ୍ଟ୍ରି’ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏହି ଗୋଦାମର ୨ଟି ସେଡ୍ରୁ ଗୋଟିଏ ସେଡ୍ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗୋଦାମ ଭିତରେ ଥିବା ବସ୍ତାବସ୍ତା କପଡ଼ା, ତୁଳା ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତମାଣ୍ଡୋ, ଜଟଣୀ ଓ ଷ୍ଟ୍ରାଇକିଂ ଫାୟାର୍ ଫୋର୍ସର ଟିମ୍ ସମେତ ରୋବୋଟ୍ ମନିଟର୍ ବ୍ୟବହାର କରାଯାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ତକିଆ, ଗଦି ଓ ସୋଫା ପ୍ରସ୍ତୁତି ପାଇଁ ଗଚ୍ଛିତ ଥିବା ପଲିଷ୍ଟର୍ କପଡ଼ା ଓ ତୁଳାରୁ ପ୍ରବଳ ଧୁଆଁ ବାହାରିବା କାରଣରୁ ନିଆଁ ସହଜରେ ଆୟତ୍ତ ହୋଇପାରିନଥିଲା। ପ୍ରାୟ ୬ଘଣ୍ଟାର ପରିଶ୍ରମ ପରେ ନିଆଁ ଲିଭିଥିଲା। ଅଗ୍ନିଶମ ଅଧିକାରୀ କ୍ଷୟକ୍ଷତିର ଆକଳନ କରିଥିବା ସୂଚନା ମିଳିଛି। ପାଖାପାଖି ୩୦ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ମେସିନ୍ରେ ସର୍ଟ ସର୍କିଟ୍ ଯୋଗୁ ନିଆଁ ବ୍ୟାପିଥିବା ଗୋଦାମର କର୍ମଚାରୀ କହିଛନ୍ତି। ଅଗ୍ନିକାଣ୍ଡ ନିୟନ୍ତ୍ରଣ ହୋଇଯିବାରୁ ଗୋଦାମର ଗୋଟିଏ ସେଡ୍ ଏବଂ ଏହାକୁ ଲାଗି ରହିଥିବା ଲକ୍ଷଲକ୍ଷ ଟଙ୍କାର ଡିଜି ମେସିନ୍ ଓ ପିଭିସି ଝରକା ଫ୍ୟାକ୍ଟ୍ରି ଅଳ୍ପକେ ବର୍ତ୍ତି ଯାଇଛି।
Education: ବିର୍ଲା ସ୍କୁଲ୍ ଅଫ୍ ଲରେ ଶିକ୍ଷାରମ୍ଭ ଉତ୍ସବ
ସୂଚନା ମୁତାବକ, ଆଜି ସକାଳ ସାଢ଼େ ୮ଟା ସମୟରେ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବାହିନୀ ଖବର ପାଇଥିଲା। ତମାଣ୍ଡୋ ଓ ଜଟଣୀ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଲାଗିପଡ଼ିଥିଲେ। ପଲିଷ୍ଟର୍ କପଡ଼ା ଓ ତୁଳା ଭର୍ତ୍ତି ବଡ଼ବଡ଼ ବସ୍ତାଗୁଡ଼ିକ ସେଡ୍ ସାରା ବିଛାଡ଼ି ହୋଇ ରହିଥିବାରୁ ପ୍ରବଳ ଧୁଆଁ ସୃଷ୍ଟି ହୋଇଥିଲା। ତେଣୁ ଜେସିବି ସାହାଯ୍ୟରେ ସେଡ୍କୁ ଭଙ୍ଗାଯିବା ପରେ ରୋବୋଟ୍ ମନିଟର୍କୁ ବ୍ୟବହାର କରି ପାଣିମାଡ଼ କରାଯାଇଥିଲା। ଏହା ପରେ ତିନି ଦିଗରୁ ପାଖାପାଖି ୫ଘଣ୍ଟା ପାଣିମାଡ଼ ପରେ ନିଆଁ ଆୟତ୍ତକୁ ଆସିଥିଲା। ନିଆଁଲିଭାରେ ୧୦ରୁ ଅଧିକ ଦମକଳ ବ୍ୟବହାର ହୋଇଥିଲା। ଫ୍ୟାକ୍ଟ୍ରିର ମାଲିକ ଆବାସ୍ ଅଲ୍ଲୀ କହିଛନ୍ତି, ସକାଳେ ଖବର ପାଇ ଫ୍ୟାକ୍ଟ୍ରିରେ ପହଞ୍ଚିବା ବେଳକୁ ଗୋଟିଏ ସେଡ୍ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ମେସିନ୍ରେ କୌଣସି କାରଣରୁ ଲୁହା ପଶିଗଲେ ଏହା ସ୍ପାର୍କ ହୋଇଥାଏ। ସମ୍ଭବତଃ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା ସେ ସନ୍ଦେହ କରୁଛନ୍ତି। ପାଖାପାଖି ୩୦ଲକ୍ଷ ଟଙ୍କାର ମାଲ୍ ସେଡ୍ ଭିତରେ ରହିଥିଲା ବୋଲି ସେ ସୂଚନା ଦେଇଛନ୍ତି।
Greater Rourkela: ବୃହତ୍ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍ ରିଂ ରୋଡ୍ ପାଇଁ ୩ଟି ନକ୍ସା ପ୍ରସ୍ତୁତ

49 minutes ago
1


