Tel River: ଫୁଲୁଛି ତେଲ ନଦୀ: ଭାସି ଯାଉଛି ବଣ୍ଡଲ ବଣ୍ଡଲ ପାଣି ପାଇପ

4 days ago 4
ARTICLE AD BOX

ଦେଓଗାଁ : ଗତ ତିନିଦିନ ଧରି ଲଗାଣ ବର୍ଷା ହେବାରୁ ବଲାଙ୍ଗିର ଜିଲ୍ଲାର ଦେଓଗାଁ, ଗୁଡଭେଲା ବ୍ଲକ ଅଞ୍ଚଳରେ ଥିବା ରାହୁଲ, ଖଡଙ୍ଗ, ସୋନଗଡ଼ ନଦୀରେ ନଈ ବଢ଼ି ଦେଖିବାକୁ ମିଳିଛି। କିନ୍ତୁ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରେ ଅଧିକ ବର୍ଷା ହେବାରୁ ତେଲ ନଦୀ ଫୁଲିବାରେ ଲାଗିଛି। ଯାହା ଫଳରେ ନଈ କୂଳିଆ ଚାଷୀଙ୍କ ସହ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି।

ଆହୁରି ପଢନ୍ତୁ: Nuapada: ନୂଆପଡାରେ ପ୍ରବଳ ବର୍ଷା ପରିସ୍ଥିତିର ସମୀକ୍ଷା ପରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ତେବେ ତୁଷୁରା ସ୍ଥିତ ତେଲ ନଦୀ ବ୍ରିଜ ନିକଟରେ ବଣ୍ଡଲ ବଣ୍ଡଲ ଜଳଯୋଗାଣ ପ୍ରକଳ୍ପର ପାଇପ ଭାସି ଆସୁଥିବା ଦେଖିବାକୁ ମିଳିଛି। ଏପରିକି ଧାନ ରୋପଣ ପାଇଁ ପକା ଯାଇଥିବା ତଳି ଧାନ ମଧ୍ଯ ନଦୀ ପାଣିରେ ଭାସିଯାଉଛି। ତେଲ ନଦୀର ପାଣି ବଢୁଥିବାରୁ ତଳ ମୁଣ୍ଡରେ ଥିବା ଦେଓଗାଁ ବ୍ଲକର ସୀଙ୍ଗାଟିଲ, ଖଇରମାଲ, ବ୍ରାହ୍ମଣୀପଲା ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.