ARTICLE AD BOX
ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ରଣସିଂହପୁର ଗାଁରେ ଆଶ୍ରମ ସ୍କୁଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ପିଲାମାନେଗଛ ମୂଳେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଏଭଳି କିଛି ପ୍ରତିବାଦ କରିଛନ୍ତି ରଣସିଂହପୁର ଗାଁରେ। ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପିଲାମାନେ ଏଭଳି ପାଠ ପଢ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।
ରଣସିଂହପୁର ଗାଁରେ ଆଶ୍ରମ ସ୍କୁଲରେ ଆବଶ୍ୟକ ଶିକ୍ଷକ ନଥିବା ବେଳେ ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨ ଶହରୁ ଅଧିକ ଛାତ୍ରଛାତ୍ରୀପଢ଼ୁଛନ୍ତି । ଏଥିପାଇଁ ୭ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଯେଉଁଥିପାଇଁ ପିଲାଙ୍କ ପାଠପଢ଼ାରେ ବହୁ ସମସ୍ୟା ଉପୁଜୁଛି । ଏ ନେଇ ଅଭିଭାବକ ମାନେ ବାରମ୍ବାର ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଧାରଣାରୁ ହଟିବେନି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି
ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍ ଗେଟ୍ରେ ତାଲା ପକାଇ ବରଗଛ ମୂଳରେ ବସିଲେ ଛାତ୍ରଛାତ୍ରୀ । ମାତ୍ର ଏବେ ଯାଏଁ ଶିକ୍ଷକ ନିଯୁକ୍ତି ହୋଇନାହିଁ, ଯାହାକୁ ନେଇ ଆଜି ଛାତ୍ରଛାତ୍ରୀ ଓ ଅବିଭାବକମାନେ ଧାରଣା ଦେଇଛନ୍ତି । ଶିକ୍ଷକ ନିଯୁକ୍ତି ନ ହେଲେ ଧାରଣାରୁ ହଟିବେନି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି ।

1 week ago
7


