ARTICLE AD BOX
ନୂଆଦିଲ୍ଲୀ: ସରକାରଙ୍କ ଦାବି ଅନୁସାରେ ଖୁଚୁରା ବଜାରରେ ଚିନି ଦର ୧୦ ପ୍ରତିଶତ ହ୍ରାସ ପାଇଛି। ସେଥିପାଇଁ ଏହାର ଷ୍ଟକ୍ ନିୟମକୁ କୋହଳ କରାଯାଇଛି। ଅଧିକ ପରିମାଣର ଚିନି କିଣୁଥିବା ବ୍ୟବସାୟୀମାନଙ୍କୁ ପ୍ରତି ୧୫ ଦିନରେ ମହଜୁଦ ଚିନି ସ୍ଥିତି ସମ୍ପର୍କରେ ସରକାରଙ୍କୁ ସୂଚନା ଦେବାକୁ କୁହାଯାଇଥିଲା। ଆଡ୍ଭାନ୍ସଡ୍ ଅଥୋରାଇଜେସନ୍ ସ୍କିମ୍ (ଏଏଏସ୍) ଓ ଟାରିଫ୍ ରେଟ୍ କୋଟା (ଟିଆର୍କ୍ୟୁ) ଅଧୀନରେ କିଣାଯାଉଥିବା ଚିନି ପାଇଁ ଷ୍ଟକ୍ ସୀମା ଘୋଷଣା ମହଲତକୁ ୩୦ ଦିନକୁ ବୃଦ୍ଧି କରାଯାଇଛି। କିନ୍ତୁ ଖୋଲା ବଜାର କ୍ରୟ ପାଇଁ ସେହି ସୀମା ପୂର୍ବଭଳି ୧୫ ଦିନ ରଖାଯାଇଛି।
ପାର୍ବଣ ଋତୁ ପାଇଁ ନିୟମ କୋହଳ
ମାସକୁ ୧୦ ଟନରୁ ଅଧିକ ଚିନିକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକୁ ପାଖରେ ୧୫ ଦିନରୁ ଅଧିକ ଚିନି ରଖିବାକୁ ବାରଣ କରାଯାଇଥିଲା। କିନ୍ତୁ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେମାନଙ୍କ ପାଇଁ ନିୟମ କୋହଳ କରାଯାଇଛି। ସେମାନଙ୍କୁ ଆମଦାନିକାରୀଙ୍କଠାରୁ ସିଧାସଳଖ ଚିନି କିଣିବାକୁ କୁହାଯାଇଛି। ଘରୋଇ ବଜାରରେ ଚିନି ଦରକୁ ନିୟନ୍ତ୍ରଣରେ ରଖିବା ଓ ବିପୁଳ ପରିମାଣର ଚିନି ବ୍ୟବହାର କରୁଥିବା ଶିଳ୍ପ ଗ୍ରାହକମାନଙ୍କ ସମସ୍ୟାକୁ ଦୂର କରିବା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଲାଗି ଷ୍ଟକ ନିୟମ କୋହଳ କରାଯାଇଛି।

23 minutes ago
1


