ARTICLE AD BOX
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ନୀଲମ ମଲିକ ଆଜି ଅନେକ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କ ଲାଳନପାଳନ ଓ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଥିଲା। କିନ୍ତୁ ପରିସ୍ଥିତି ଆଗରେ ହାର ନମାନି ସେ ଚାଷକୁ ନିଜର ଜୀବିକା କରିଥିଲେ।୧୯୯୨ ମସିହାରେ ନୀଲମଙ୍କ ବିବାହ ପିନ୍ନା ଗାଁର ଭୂପେନ୍ଦ୍ର ମଲିକଙ୍କ ସହ ହୋଇଥିଲା। ବିବାହର ପ୍ରାୟ ୧୫ ବର୍ଷ ପରେ ଏକ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଦୁଇ ପୁଅ ଗୌରବ ଓ ଶୁଭମଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ସେ ନିଜେ ନେଇଥିଲେ।
୧୩ ବିଘା ଜମିରେ ଆଖୁ ଚାଷ
ନୀଲମ ପ୍ରାୟ ୧୩ ବିଘା ଜମିରେ ଆଖୁ ଚାଷ କରୁଛନ୍ତି। ଏହି ଚାଷରୁ ତାଙ୍କୁ ବର୍ଷକୁ ପ୍ରାୟ ୧ରୁ ଦେଢ଼ ଲକ୍ଷ ଟଙ୍କା ଆୟ ହୋଇଥାଏ। ଏହି ଅର୍ଥରେ ସେ ଘରର ଖର୍ଚ୍ଚ ତୁଲାଇବା ସହ ଦୁଇ ପୁଅଙ୍କ ପାଠପଢ଼ା ଓ ଲାଳନପାଳନ କରିଥିଲେ। ତାଙ୍କର ଏହି ପରିଶ୍ରମର ଫଳ ମଧ୍ୟ ମିଳିଛି। ସାନ ପୁଅ ଶୁଭମଙ୍କୁ ପାଠ ପଢ଼ାଇ ସେ ଉତ୍ତରପ୍ରଦେଶ ପୁଲିସରେ ନିଯୁକ୍ତି ଦେବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ବଡ଼ ପୁଅ ଗୌରବ ଚାଷ ଓ ପଶୁପାଳନ କାର୍ଯ୍ୟରେ ମା’ଙ୍କୁ ସହଯୋଗ କରୁଛନ୍ତି।
ବ୍ରୋଙ୍କାଇଟିସ୍ ଆଟାକ୍ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶରଦ ପାୱାର
ନୀଲମଙ୍କ କହିବା ଅନୁସାରେ, ଆଖୁ ମିଲ୍ରୁ ଠିକ୍ ସମୟରେ ଟଙ୍କା ମିଳିଲେ ଚାଷ ଓ ପରିବାରର ଖର୍ଚ୍ଚ ପରିଚାଳନା କରିବା ସହଜ ହୋଇଥାଏ। ଏହାସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ମିଳୁଥିବା ବାର୍ଷିକ ୬ ହଜାର ଟଙ୍କା ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ଯୋଗାଉଛି। ନୀଲମଙ୍କ ସଂଘର୍ଷ ଓ ଆତ୍ମନିର୍ଭରଶୀଳତା ଆଜି ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ।

5 days ago
2


