Snake: ସାପ ନେଇଗଲା ଦମ୍ପତିଙ୍କ ଜୀବନ! କୋଠରିରୁ ଉଦ୍ଧାର ହେଲା ବିଷଧର

1 week ago 8
ARTICLE AD BOX

ତିହିଡ଼ି: ଭଦ୍ରକଜିଲ୍ଲା ତିହିଡ଼ି ବ୍ଲକ୍‌ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ମଧୁପୁର ଗ୍ରାମରେ ସାପ କମୁଡ଼ାରେ ଦମ୍ପତିଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ; ଗ୍ରା‌ମର ପ୍ରମିଳା ବାରିକ (୪୨) ବୁଧବାର ରାତିରେ ତାଙ୍କ କୋଠରିରେ ଶୋଇଥିବା ବେଳେ ଅସହଜ ଅନୁଭବ କରିଥିଲେ। ତାଙ୍କୁ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଶବ ଆଣି ଗାଁ ଶ୍ମଶାନରେ ପୋତିଦେଇଥିଲେ। ଗୁରୁବାର ରାତି ପରମାନନ୍ଦ ବାରିକ (୪୭) ସଂପୃକ୍ତ କୋଠରିରେ ଶୋଇଥିବା ବେଳେ ସେ ମଧ୍ୟ ପ୍ରମିଳାଙ୍କ ପରି ଅସହଜ ଅନୁଭବ କରିଥିଲେ। ଫଳରେ ତାଙ୍କୁ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। 

Dadhichi: ଦଧିଚିର ୨୨ତମ ପ୍ରତିଷ୍ଠା ଦିବସ

କୋଠରିରୁ ଉଦ୍ଧାର ହେଲା ବିଷଧର
ମାଟିତଳୁ ମହିଳାଙ୍କ ଶବ କାଢ଼ି ବ୍ୟବଚ୍ଛେଦ
ଅନାଥ ହୋଇଗଲେ ୨ ପୁଅ

ଚିକିତ୍ସା ଚାଲିଥିବା ବେଳେ ସେ କହିଥିଲେ ଯେ ଶୋଇଥିବା ଅବସ୍ଥାରେ ତାଙ୍କୁ କିଛି ଗୋଟିଏ ଜୀବ କାମୁଡ଼ି ଦେଇଥିଲା। ସନ୍ଦେହରେ ଡାକ୍ତର ପରମାନନ୍ଦଙ୍କ ରକ୍ତ ପରୀକ୍ଷା କରି ଶରୀରରେ ବିଷ ଥିବା ଜାଣିବାକୁ ପାଇଥିଲେ। ତେଣୁ ଶୁକ୍ରବାର ଦିନ ତାଙ୍କୁ ପ୍ରଥମେ ଭଦ୍ରକ ଏବଂ ପରେ କଟକ ବଡ଼ଡାକ୍ତରଖାନା ନିଆଯାଉଥିଲା। ହେଲେ ବାଟରେ ସେ ଆଖିବୁଜିଥିଲେ। ତେବେ ଦମ୍ପତିଙ୍କ ମୃତ୍ୟୁ ସାପ କାମୁଡ଼ିବାରୁ ହୋଇଥିବା ସନ୍ଦେହ ହେବାରୁ ପ୍ରମିଳାଙ୍କ ଶବ ମାଟିତଳୁ ଖୋଳି ବାହାର କରାଯାଇଥିଲା। ଆଜି ଉଭୟଙ୍କ ଶବ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ ହୋଇଛି। ଅନ୍ୟପଟେ ପରିବାର ଲୋକେ ସାପଧରାଳି ଡାକି ସ୍ବାମୀସ୍ତ୍ରୀ ଶୋଇଥିବା ସଂପୃକ୍ତ କୋଠରିରେ ସାପ ଖୋଜିଥିଲେ। ସେଠାରୁ ଗୋଟିଏ ବିଷଧର ସାପକୁ ଉଦ୍ଧାର କରାଯାଇଥିଲା। ପ୍ରମିଳା ଓ ପରମାନନ୍ଦଙ୍କ ମୃତ୍ୟୁ ନେଇ ପୀରହାଟ ଥାନାରେ ପୃଥକ୍‌ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଦମ୍ପତିଙ୍କ ମୃତ୍ୟୁ ପରେ ସେମାନଙ୍କର ଦୁଇ ପୁଅ ଅନାଥ ହୋଇଯାଇଛନ୍ତି। ସଂପୃକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପୂର୍ବତନ ସରପଞ୍ଚ ମାନସ ରଞ୍ଜନ ସାହୁ, ସମିତି ସଭ୍ୟ କୈଳାସ ମାଝୀ, ସମିତି ସଭାପତି ମାନସ ରଞ୍ଜନ ନାୟକ, ସମାଜସେବୀ ଉପେନ୍ଦ୍ର ବାରିକ, ରମଣ ରଞ୍ଜନ ମହାନ୍ତି ପ୍ରମୁଖ ଦାବି କରିଛନ୍ତି।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.