Sindhu-Nayan special date: ସିନ୍ଧୁ-ନୟନ ସ୍ବତନ୍ତ୍ର ଡେଟ୍‌

1 week ago 6
ARTICLE AD BOX

ଚେନ୍ନାଇ: ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ପିଭି ସିନ୍ଧୁଙ୍କ ପାଇଁ ଚେନ୍ନାଇର ଏକ ସନ୍ଧ୍ୟା ଥିଲା ଖୁବ୍ ସ୍ମରଣୀୟ। କାରଣ ତାଙ୍କୁ ଓ ତାଙ୍କ ସ୍ୱାମୀ ଭେଙ୍କଟ ଦତ୍ତ ସାଇଙ୍କୁ ପ୍ରସିଦ୍ଧ ଅଭିନେତ୍ରୀ ନୟନତାରା ଏବଂ ତାଙ୍କ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ୱାମୀ ବିଘ୍ନେଶ ଶିବନ୍ ରାତ୍ରଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ଏହି ସାକ୍ଷାତର କିଛି ଫଟୋ ସିନ୍ଧୁ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ସହ ନୟନତାରା ଓ ବିଘ୍ନେଶଙ୍କ ପାଇଁ ଏକ ଆବେଗଭରା ବାର୍ତ୍ତା ଲେଖିଛନ୍ତି। “ସୁନ୍ଦର ସନ୍ଧ୍ୟା। ଚମତ୍କାର ଖାଦ୍ୟ। ହୃଦୟରୁ ହୃଦୟକୁ କଥାବାର୍ତ୍ତା ଏବଂ ଅସରନ୍ତି ହସ।” ଏହି ସାକ୍ଷାତ ତାଙ୍କ ପାଇଁ କେତେ ସ୍ୱତନ୍ତ୍ର ଥିଲା, ତାହା ମଧ୍ୟ ସିନ୍ଧୁ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ମାତ୍ର ଗୋଟିଏ ରାତ୍ରଭୋଜନ ଏବଂ କିଛି କ୍ଷଣର ଭେଟ କେବେକେବେ ପରସ୍ପରକୁ ଦେଖିବାର ଦୃଷ୍ଟିକୋଣ ବଦଳାଇ ଦେଇଥାଏ।  ବନ୍ଧୁ ଭାବେ ଆମେ ଜୀବନ, ପ୍ରେମ ଓ ବିଭିନ୍ନ ବିଷୟରେ କଥା ହୋଇଥାଏ, କିନ୍ତୁ ଫେରିବା ବେଳକୁ ଲାଗେ ଯେମିତି ସେମାନଙ୍କୁ ବହୁଦିନ ଧରି ଜାଣିଛନ୍ତି।

Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍

ସିନ୍ଧୁ ତାଙ୍କ ପୋଷ୍ଟରେ ଚେନ୍ନାଇ ସହ ଥିବା ନିଜର ପୁରୁଣା ସମ୍ପର୍କ ବିଷୟରେ ମଧ୍ୟ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।  ‘ଚେନ୍ନାଇ ସବୁବେଳେ ମୋତେ ମୋ ଦ୍ବିତୀୟ ଘର ଭଳି ଲାଗେ। କିନ୍ତୁ ଏହି ସନ୍ଧ୍ୟା ପରେ ଚେନ୍ନାଇରେ ତାଙ୍କର ଆଉ ଏକ ପରିବାର ମୋତେ ଅପେକ୍ଷା କରୁଥିବା ଭଳି ଅନୁଭବ ହେଉଛି।’ ବୋଲି ଉଲ୍ଲେଖ କରିଛନ୍ତି।  ନୟନତାରା ଓ ବିଘ୍ନେଶଙ୍କୁ ସମ୍ବୋଧନ କରି ସିନ୍ଧୁ ଲେଖିଛନ୍ତି, “ବିଘ୍ନେଶ ଓ ନୟନ, ତୁମେ ଦୁହେଁ ଖୁବ୍ ଭଲ ହୃଦୟର ମଣିଷ।” ସିନ୍ଧୁଙ୍କ ଏହି ପୋଷ୍ଟରେ ନୟନତାରା ମଧ୍ୟ ଭଲପାଇବାଭରା ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ତୁମମାନଙ୍କ ପାଇଁ କେବଳ ଭଲପାଇବା ଓ ଭଲପାଇବା।” ବିଘ୍ନେଶ ମଧ୍ୟ ସିନ୍ଧୁ ଓ ତାଙ୍କ ସ୍ୱାମୀ ଦତ୍ତଙ୍କୁ ଭଲପାଇବା ଓ ସମ୍ମାନ ଜଣାଇଛନ୍ତି।

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.