sexual assault Case: ମାନସିକବିକୃତ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

15 minutes ago 1
ARTICLE AD BOX

ବାଲିଶଙ୍କରା: ତଲସରା ଥାନା ଅନ୍ତର୍ଗତ ଯମୁନା ପଂଚାୟତ ବରପାଲି ଗ୍ରାମରେ ଗତକାଲି (ଗୁରୁବାର) ଜଣେ ମାନସିକବିକଳାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। 

Delhi Horror: ଦିଲ୍ଲୀରେ ୭୦ ବର୍ଷୀୟା ଦୃଷ୍ଟିହୀନ ଓ ମାନସିକ ବିକୃତ ମହିଳାଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ

ସୂଚନାନୁସାରେ, ସେପ୍ଟେମ୍ବର ୧୭ ଅପରାହ୍‌ଣ ପ୍ରାୟ ୪ଟାରେ ପୀଡ଼ିତା ନାବାଳିକା (୧୩) ଗାଁର ନିକଟତ୍ତମ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ନିଛାଟିଆ ଓ ଜନଶୂନ୍ୟ ଥିବା ସୁଯୋଗ ଦେଖି ଉକ୍ତ ଗ୍ରାମର ସୁରାଜ ଟପ୍ପୋ (୩୧) ନାବାଳିକାକୁ ପୋଖରୀ ହିଡରେ ଦୁଷ୍କର୍ମ କରୁଥିଲେ। ଏହି ସମୟରେ ନାବାଳିକାଙ୍କ ମା' ବାସନ୍ତୀ ମାଝୀ ଝିଅକୁ ଖୋଜି ପୋଖରୀ ନିକଟରେ ପହଞ୍ଚିଥିଳେ।  ପୋଖରୀ ନିକଟରେ ଝିଅର ଚିତ୍କାର ଶୁଣି ଦୌଡ଼ିଯାଇଥିଲେ। ନାବାଳିକାଙ୍କ ମା' ଚିତ୍କାର କରିବାରୁ ଅଭିଯୁକ୍ତ ନାବାଳିକାକୁ ଛାଡ଼ି ପୋଖରୀକୁ ଡେଇଁ ପହଁରି ଆରପଟକୁ ଯାଇ ଫେରାର ହୋଇଯାଇଥିଲା।

ନିଆଁରେ ଜଳିଗଲେ ମାନସିକ ବିକୃତ ପୁଅ ଓ ଦିବ୍ୟାଙ୍ଗ ବାପା

ଆଜି ନାବାଳିକାଙ୍କ ମା' ସହ ପରିବାର ତଲସରା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ପୋକ୍ସୋ ଓ ବିଏନ୍‌ଏସ୍‌ର ଧାରାରେ ମାମଲା ରୁଜୁ କରିଛି।  ଅଭିଯୁକ୍ତ ସୁରାଜକୁ ଗିରଫକରିଛି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.