ARTICLE AD BOX
ଭୁବନେଶ୍ବର: ମହିଳା ସହକର୍ମୀଙ୍କ ଘରେ ପଶି ଦୁଷ୍କର୍ମ ଓ ପରେ ହତ୍ୟା ଉଦ୍ୟମ କରିବା ଜଣେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଏହି ଅଧିକାରୀ ଜଣକ ହେଉଛନ୍ତି ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଅରୁଣ ବିଶ୍ବାଳ(୫୫)। ଖାରବେଳନଗର ଥାନା ପୁଲିସ ତାଙ୍କ ବିରୋଧରେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ, ହତ୍ୟା ଉଦ୍ୟମ, ଘରେ ପଶି ମାର୍ପିଟ୍ କରିବା ଭଳି ୭ଟି ସଙ୍ଗିନ ଦଫା ଲଗାଇ ଗିରଫ କରିଛି। ଗିରଫଦାରୀ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍ ପଠାଯାଇଛି। ଅପରପଟେ ଅଭିଯୋଗକାରୀଙ୍କ ଏତଲା ପରେ ପୁଲିସ ତାଙ୍କ ବୟାନ ରେକର୍ଡ କରି ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ମାତ୍ର ତାଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୟାନ୍ ରେକର୍ଡ ପାଇଁ ବିଏନ୍ଏସ୍ ୧୮୪ ଆଧାରରେ ଭୁବନେଶ୍ବର କୋର୍ଟକୁ ପଠାଯାଇଥିଲା।
Hamleys' flagship : ହାମଲେଜ୍ର ଫ୍ଲାଗସିପ୍ ଜୁବିଲି ହିଲ୍ସ ଷ୍ଟୋର୍ ଉଦ୍ଘାଟିତ
୮ମାସ ହେଲା ଫଟୋ ରଖି ବ୍ଲାକମେଲ୍ କରୁଥିଲେ
ଧମକ ଦେଇ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ପୀଡ଼ିତା ଅରୁଣଙ୍କ ଅଧୀନରେ ଚଳିତ ବର୍ଷ ଜାନୁଆରିରୁ ପରିବହନ ବିଭାଗରେ କାର୍ଯ୍ୟ କରୁଥିଲେ। ପୀଡ଼ିତାଙ୍କୁ ଚାକିରି କରିବାକୁ ହେଲେ ଅଭିଯୁକ୍ତ ଅରୁଣ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ପୀଡ଼ିତା ରାଜି ନ ହେବାରୁ ତାଙ୍କୁ କାମର ଖିଲାପ କରିଥିବା କହି ଗାଳିଗୁଲଜ କରିବା ସହିତ ସୋ’ କଜ୍ ନୋଟିସ୍ ପଠାଇଥିଲେ। ବାଧ୍ୟ ହୋଇ ତାଙ୍କ ଅତ୍ୟାଚାରକୁ ସହିଚାଲିଥିଲେ। ଏହା ଭିତରେ ପୀଡ଼ିତାଙ୍କ ମୋବାଇଲ୍ରୁ ତାଙ୍କ ଫଟୋ ନେଇ ତାଙ୍କୁ ବ୍ଲାକମେଲ୍ ଆରମ୍ଭ କରିଥିଲେ। ତାଙ୍କ ସହ ଶାରୀରିକ ସଂପର୍କ ନ ରଖିଲେ ତାଙ୍କୁ ଚାକିରିରୁ ବିଦା କରିବାକୁ ଧମକ ଦେଇଥିଲେ। ପରେ ପୀଡ଼ିତାଙ୍କୁ ହୋଟେଲ୍କୁ ନେଇ ମୃଦୁ ପାନୀୟରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ରାଜଧାନୀର ଏକ ଗେଷ୍ଟ୍ ହାଉସ୍ରେ ମଧ୍ୟ ଏକାଧିକ ଥର ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଏହି ବାବୁ ଜଣକ ପୀଡ଼ିତାଙ୍କୁ ଏକ ନିର୍ଦ୍ଦିଷ୍ଟ ସଙ୍ଗଠନର ସଦସ୍ୟ ଥିବା ଓ ବରିଷ୍ଠ ପଦାଧିକାରୀଙ୍କୁ ପରିଚିତ ଥିବା ଧମକ ଦେଇ ଯୌନ ନିର୍ଯାତନା ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଏପରିକି ଏହି ଘଟଣା ବାବଦରେ କାହାରିକୁ କହିଲେ ପୀଡ଼ିତାଙ୍କ ଭାଇକୁ ହତ୍ୟା ଓ ଭଉଣୀର କ୍ୟାରିୟର୍ ନଷ୍ଟ କରିବାକୁ ଧମକ ଦେଇଥିବା ସେ କହିଛନ୍ତି।
Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସିଗ୍ନେଚର୍ସ’
ସେହିଭଳି ଅଭିଯୁକ୍ତ ଅଧିକାରୀ ଶ୍ରୀ ବିଶ୍ବାଳ ନିଜ ଡ୍ରାଇଭର୍ ଜରିଆରେ ପୀଡ଼ିତାଙ୍କ ଯିବାଆସିବା ଏବଂ ରହିବା ଉପରେ ସଂପୂର୍ଣ୍ଣ ଖବର ରଖୁଥିଲେ। କଥାରୁ ଖିଲାପ କଲେ ହତ୍ୟାର ଶିକାର ହେବେ ବୋଲି ଧମକ ଦେଉଥିଲେ। ୮ମାସ କାଳ ଏହିଭଳି ନିର୍ଯାତନା ଦେବା ପରେ ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘରେ ପଶି ପ୍ରଥମେ ହତ୍ୟା ଉଦ୍ୟମ ଏବଂ ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଖାରବେଳନଗର ଥାନା ପୁଲିସ ଖବର ପାଇ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଅରୁଣଙ୍କୁ ପୀଡ଼ିତାଙ୍କ ଘରୁ ଗିରଫ କରିଛି।

22 minutes ago
1


