Resolution Book Missing ଗାଏବ୍ ହୋଇଗଲା ଜିସି କଲେଜ ପରିଚାଳନା କମିଟି ପ୍ରସ୍ତାବ ପୁସ୍ତିକା! ଦରମା ବନ୍ଦ ପ୍ରତିବାଦରେ କର୍ମଚାରୀଙ୍କ ଧାରଣା

1 week ago 2
ARTICLE AD BOX

ବରୀ ( ସଂଜୟ କୁମାର ବେହେରା):ଯାଜପୁର ଜିଲ୍ଲାର ଦ୍ବିତୀୟ ପୁରାତନ ଶିକ୍ଷାନୁଷ୍ଠାନ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ଅକ୍ଟୋବର ମାସର ବେତନ ବନ୍ଦ ରହିଛି। ମହାବିଦ୍ୟାଳୟ ପରିଚାଳନା କମିଟିର ପ୍ରସ୍ତାବ ପୁସ୍ତିକା (ରିଜୋଲ୍ୟୁସନ୍‌ ବୁକ୍‌) ଦାଖଲ ହୋଇନଥିବାରୁ ଉଚ୍ଚଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଇଥିବା ଜଣାଯାଇଛି। ଏହାର ପ୍ରତିବାଦରେ ଆଜି (ସୋମବାର) ଅପରାହ୍‌ଣରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ସମେତ ସମସ୍ତ କର୍ମଚାରୀ ମହାବିଦ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି। 

Department of Higher Education: ଉଚ୍ଚଶିକ୍ଷା ବିଭାଗର ଅଭିନବ ପ୍ରୟାସ: ୧.୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍
ଧାରଣାରତ କର୍ମଚାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ,   କଲେଜ ପରିଚାଳନା କମିଟି ପୁସ୍ତକ ଉଚ୍ଚଶିକ୍ଷା ବିଭାଗ ପୋର୍ଟାଲରେ ଦାଖଲ ହୋଇ ନପାରିବାରୁ  ଅକ୍ଟୋବର ମାସର ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହା ସେମାନଙ୍କୁ ବ୍ୟଥିତ ଓ ବିବ୍ରତ କରିଛି । ଏ ନେଇ ଗତ ୨୮ ତାରିଖ ଦିନ ଦରଖାସ୍ତ ମାଧ୍ୟମରେ ଆହୋରାତ୍ର ଧାରଣା  ସଂପର୍କରେ  ଅଧ୍ୟକ୍ଷ ଙ୍କୁ ଅବଗତ କରିଥିଲେ। ମାସ ଶେଷରେ ସେମାନଙ୍କୁ ବେତନ ଆଜି  ଅପରାହ୍ନରୁ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିଚାଳନା କମିଟି ପୁସ୍ତକ ହଜିବାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.