ARTICLE AD BOX
ଭୁବନେଶ୍ବର: ଭୁବନେଶ୍ବରର କଳେବର ବଢ଼ିବା ସହ ଏହା ଦେଶର ଏକ ପ୍ରମୁଖ ରିଅଲ ଇଷ୍ଟେଟ୍ ବଜାର ଭାବେ ଉଭା ହୋଇଛି। ସିଆଇଆଇ ଓ ନାଇଟ୍ ଫ୍ରାଙ୍କ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୧ଟି ଉଦୀୟମାନ ରିଅଲ ଇଷ୍ଟେଟ୍ ବଜାର ତାଲିକାରେ ଭୁବନେଶ୍ବର ନାମ ରହିଛି। ଭୁବନେଶ୍ବର ବ୍ୟତୀତ ଏହି ତାଲିକାରେ ଭୋପାଳ, ଚଣ୍ଡିଗଡ଼, ଗୋଆ, ଇନ୍ଦୋର, ଜୟପୁର, କୋଚି, ଲକ୍ଷ୍ନୌ, ନାଗପୁର, ବିଶାଖାପାଟଣା ଓ କୋଏମ୍ବାଟୁର ରହିଛି। ଏହି ୧୧ଟି ସହରରେ ୨୦୧୬ରୁ ୨୦୨୬ ମଧ୍ୟରେ ରିଅଲ ଇଷ୍ଟେଟ୍ ଦରରେ ବଡ଼ ଧରଣର ବୃଦ୍ଧି ହୋଇଛି। ଦେଶର ଆଠଟି ପ୍ରମୁଖ ସହର ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ-ଏନ୍ସିଆର୍, ହାଇଦ୍ରାବାଦ, ଚେନ୍ନାଇ, ପୁଣେ, ଅହମଦାବାଦ ଓ କୋଲକାତାରେ ଏହି ୧୦ ବର୍ଷରେ ରିଅଲ ଇଷ୍ଟେଟ୍ ଦର ବାର୍ଷିକ ହାରାହାରି ଭାବେ ୪% ଚକ୍ରବୃଦ୍ଧି ହାରରେ ବଢ଼ିଥିଲା। କିନ୍ତୁ ୧୧ଟି ଉଦୀୟମାନ ସହରରେ ସେହି ଦର ତାଠାରୁ ଦୁଇଗୁଣା, ଅର୍ଥାତ ବାର୍ଷିକ ୮ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବଢ଼ିଛି।
Hamleys' flagship : ହାମଲେଜ୍ର ଫ୍ଲାଗସିପ୍ ଜୁବିଲି ହିଲ୍ସ ଷ୍ଟୋର୍ ଉଦ୍ଘାଟିତ
ଘର ବର୍ଗଫୁଟ ପିଛା ଦାମ ୬୫୫୦ରୁ ୮୫୫୦ ଟଙ୍କା
ଭୁବନେଶ୍ବରକୁ ଚେକ୍ ଗଣରାଜ୍ୟର ‘ବ୍ରୁନୋ’ ସହ ତୁଳନା
ରିପୋର୍ଟ ଅନୁସାରେ, ୨୦୨୧ରୁ ୨୦୨୬ ମଧ୍ୟରେ ରିଅଲ ଇଷ୍ଟେଟ୍ ଦର ହୁହୁ ହୋଇ ବଢ଼ିଥିଲା। ପ୍ରମୁଖ ୮ଟି ସହରରେ ଏହି ସମୟରେ ଦରରେ ୪୨ ପ୍ରତିଶତ ଏବଂ ଉଦୀୟମାନ ବଜାରଗୁଡ଼ିକରେ ତାହା ୬୩ ପ୍ରତିଶତ ବଢ଼ିଥିଲା। ଅର୍ଥାତ ରିଅଲ ଇଷ୍ଟେଟ୍ ଦରବୃଦ୍ଧିରେ ଏହି ଛୋଟ ସହରଗୁଡ଼ିକ ଦେଶର ପ୍ରମୁଖ ସହରଗୁଡ଼ିକୁ ପଛରେ ପକାଇ ଦେଇଛନ୍ତି। ଭିତ୍ତିଭୂମିରେ ଉନ୍ନତି, ଉନ୍ନତ ସଡ଼କ, ବିମାନବନ୍ଦର ଓ ରେଳସେବା ଭଳି ସୁବିଧା ପାଇଁ ରିଅଲ ଇଷ୍ଟେଟ୍ ବଜାର ବଢ଼ୁଛି। ରିପୋର୍ଟରେ ଭୁବନେଶ୍ବରକୁ ଜ୍ଞାନ ଓ ଶିକ୍ଷାନୁଷ୍ଠାନ କେନ୍ଦ୍ର ବର୍ଗରେ ଇନ୍ଦୋର ଓ କୋଚି ସହ ସ୍ଥାନିତ କରାଯାଇଛି। ଶିକ୍ଷା, ସୂଚନା ପ୍ରଯୁକ୍ତି, ସେବା ଓ ସ୍ବାସ୍ଥ୍ୟସେବା ଭଳି ଅର୍ଥନୈତିକ ମୂଳଦୁଆକୁ ଆଧାର କରି ଏଠାରେ କାର୍ଯ୍ୟାଳୟ, ଭଡ଼ା ଓ ମଧ୍ୟମ ପ୍ରିମିୟମ୍ ବାସଗୃହ ଓ ରିଟେଲ୍ ସ୍ଥାନର ଚାହିଦା ଥିବା କୁହାଯାଇଛି। ଭୁବନେଶ୍ବରକୁ ଚେକ୍ ଗଣରାଜ୍ୟର ଦ୍ବିତୀୟ ବଡ଼ ସହର ‘ବ୍ରୁନୋ’ ସହ ତୁଳନା କରାଯାଇଛି।
Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସିଗ୍ନେଚର୍ସ’
ତେବେ ଦେଶର ବିଭିନ୍ନ ସହରରେ ରିଅଲ ଇଷ୍ଟେଟ୍ ମୂଲ୍ୟରେ ତାରତମ୍ୟ ରହିଛି। ଭୁବନେଶ୍ବରରେ ବର୍ଗଫୁଟ ପିଛା ଦାମ ୬୬୫୦ ଟଙ୍କାରୁ ୮୫୫୦ ଟଙ୍କା ମଧ୍ୟରେ ରହିଛି। ଏହା ହେଉଛି କୋଟେଡ୍ ମୂଲ୍ୟ। ଅର୍ଥାତ ସେଥିରେ ପଞ୍ଜୀକରଣ ଖର୍ଚ୍ଚ, ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଯାଇନାହିଁ। ଏହି ଦାମ୍ରେ ଏକ ୧୦୦୦ ବର୍ଗଫୁଟଘରର ଦାମ୍ ୬୬ ଲକ୍ଷ ୫୦ ହଜାର ଟଙ୍କାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ହେଉଛି। ଲଜିଷ୍ଟିକ୍ସ ଓ ରିଟେଲ୍ କ୍ଷେତ୍ରରେ ଚିହ୍ନଟ କରାଯାଇଥିବା ଛଅଟି ଉଦୀୟମାନ ସହର ମଧ୍ୟରେ ଭୁବନେଶ୍ବର ରହିଛି। ତାଲିକାରେ ଥିବା ଅନ୍ୟ ସହରଗୁଡ଼ିକ ହେଉଛି ଲକ୍ଷ୍ନୌ, ଜୟପୁର, ନାଗପୁର, ଇନ୍ଦୋର ଓ କୋଏମ୍ବାଟୁର। ରିପୋର୍ଟ ସମ୍ପର୍କରେ ନାଇଟ୍ ଫ୍ରାଙ୍କ ଇଣ୍ଡିଆର ସିଏମ୍ଡି ଶିଶିର ବାଇଜଲ କହିଛନ୍ତି, ଭାରତର ରିଅଲ ଇଷ୍ଟେଟ୍ ଅଭିବୃଦ୍ଧି ପାରମ୍ପରିକ ମେଟ୍ରୋ ସହରଠାରୁ ଆଗକୁ ବଢ଼ି ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହର ପର୍ଯ୍ୟନ୍ତ ପହଞ୍ଚିଛି। ଏହା ଉଭୟ ନିବେଶକ ଓ ଡେଭଲପରମାନଙ୍କୁ ସୁଯୋଗ ପ୍ରଦାନ କରିବ।

21 minutes ago
1


