Ranveer Singh: ଗଣପତିଙ୍କ ଆଗରେ ରଣବୀରଙ୍କ ସଙ୍କଳ୍ପ: ୧୦୦୦ ଝିଅଙ୍କ ପାଠପଢ଼ାରେ କରିବେ ସହାୟତା

22 minutes ago 1
ARTICLE AD BOX

ମୁମ୍ବାଇ: ଅଭିନେତା ରଣବୀର ସିଂହ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦର୍ଶନ କରିବା ସହ ଏକ ସାମାଜିକ ସେବା ସଙ୍କଳ୍ପ ନେଇଛନ୍ତି। ‘ସେବା ସଙ୍କଳ୍ପ ଅଭିଯାନ’ ଅଧୀନରେ ୧୦୦୦ ଝିଅଙ୍କ ଶିକ୍ଷାରେ ସହାୟତା କରିବାକୁ ସେ ଘୋଷଣା କରିଛନ୍ତି। ଗଣେଶ ଚତୁର୍ଥୀ ଅବସରରେ ରଣବୀର ଲାଲବାଗଚା ରାଜାଙ୍କ ପୂଜାମଣ୍ଡପରେ ପହଞ୍ଚି ଗଣପତି ବାପ୍ପାଙ୍କ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ସେ ନିଜର ଆଗାମୀ ଯାତ୍ରା ପାଇଁ ଆଶୀର୍ବାଦ ନେବା ସହ ଝିଅମାନଙ୍କ ଶିକ୍ଷାକୁ ସହାୟତା କରିବାର ସଙ୍କଳ୍ପ ବିଷୟରେ କହିଥିଲେ।

‘ସେବା ସଙ୍କଳ୍ପ ଅଭିଯାନ’

ସେ କହିଥିଲେ ଯେ, "ମୁଁ ଆଗାମୀ ଯାତ୍ରା ପାଇଁ ବାପ୍ପାଙ୍କର ଆଶୀର୍ବାଦ କାମନା କରିଛି। ଗଣେଶ ଚତୁର୍ଥୀର ଏହି ପବିତ୍ର ଅବସରରେ ଏବଂ ଆମର ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ, ମୁଁ ସେବା ସଂକଳ୍ପ ଅଭିଯାନରେ ଯୋଗଦେବି ଏବଂ ୧,୦୦୦ ଝିଅଙ୍କୁ ସେମାନଙ୍କ ଶିକ୍ଷାରେ ସାହାଯ୍ୟ କରିବା ପାଇଁ ପ୍ରତିଜ୍ଞା କରୁଛି। ମୁଁ ଆଶା କରୁଛି ଏହା ବାପ୍ପାଙ୍କୁ ଖୁସି କରିବ, ଏବଂ ତାଙ୍କର ଆଶୀର୍ବାଦ ସର୍ବଦା ଆମ ସହିତ ରହିବ।"

ରଣବୀର ସିଂହ ବର୍ତ୍ତମାନ ଜୟ ମେହତାଙ୍କ ଚଳଚ୍ଚିତ୍ର ‘ପ୍ରଳୟ’ରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ସୁଟିଂ ମୁମ୍ବାଇରେ ଚାଲିଥିବା ବେଳେ ଏଥିରେ ତାଙ୍କ ସହ କଲ୍ୟାଣୀ ପ୍ରିୟଦର୍ଶନ ଅଭିନୟ କରୁଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.