Raksha bandhan: କୃତି ସାନନଙ୍କ ରକ୍ଷାବନ୍ଧନ ବିଜ୍ଞାପନ ହଟାଇଲା ଜିଭା

3 weeks ago 10
ARTICLE AD BOX

ନୂଆଦିଲ୍ଲୀ: ଅଭିନେତ୍ରୀ କୃତି ସାନନଙ୍କୁ ନେଇ ରକ୍ଷାବନ୍ଧନ ଅବସରରେ ପ୍ରସ୍ତୁତ ଅଳଙ୍କାର ବ୍ରାଣ୍ଡ ଜିଭାର ବିଜ୍ଞାପନକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ପରେ ହଟାଇ ଦିଆଯାଇଛି। ବୁଧବାର, ଜିଭା ଏହି ବିଜ୍ଞାପନକୁ ସମସ୍ତ ଗଣମାଧ୍ୟମରୁ ପ୍ରତ୍ୟାହାର କରିଥିବା ଘୋଷଣା କରିଛି। ବିଜ୍ଞାପନରେ କୃତିଙ୍କ ପୋଷାକ ଓ ରକ୍ଷାବନ୍ଧନ ପରମ୍ପରାର ଉପସ୍ଥାପନକୁ ନେଇ ବିବାଦ ଦେଖାଦେଇଥିଲା।

ବିଜ୍ଞାପନରେ କୃତି ଏକ ବ୍ରାଲେଟ୍‌ ଶୈଳୀର ବ୍ଲାଉଜ୍‌, ସ୍କର୍ଟ ଓ କେପ୍‌ ପିନ୍ଧିଥିବା ଦେଖାଯାଇଥିଲା। ସେ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବା ସହ ପୋଷା କୁକୁରକୁ ମଧ୍ୟ ରାକ୍ଷୀ ବାନ୍ଧୁଥିବା ଦୃଶ୍ୟ ରହିଥିଲା। ଏହାକୁ ନେଇ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କୃତିଙ୍କ ପୋଷାକକୁ ଆପତ୍ତିଜନକ ବୋଲି ସମାଲୋଚନା କରିଥିବାବେଳେ ରକ୍ଷାବନ୍ଧନରେ କୁକୁରକୁ ରାକ୍ଷୀ ବାନ୍ଧିବା ଦୃଶ୍ୟକୁ ମଧ୍ୟ ପ୍ରଶ୍ନ କରିଥିଲେ। ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଏହି ବିଜ୍ଞାପନକୁ ସମାଲୋଚନା କରିଥିଲେ। ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ସେ କୃତିଙ୍କ ପୋଷାକକୁ ‘ବିକିନି’ ସହ ତୁଳନା କରି ଏପରି ପୋଷାକରେ ରକ୍ଷାବନ୍ଧନରେ ରାକ୍ଷୀ ବାନ୍ଧିବାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନ କରିଥିଲେ। 

Rakhi: ରାକ୍ଷୀ ବିଜ୍ଞାପନର ପୋଷାକକୁ ନେଇ ବିବାଦ: କଙ୍ଗନାଙ୍କ ସମାଲୋଚନା ପରେ କୃତିଙ୍କ ସମର୍ଥନରେ ରାହୁଲ

Read Entire Article
LEFT SIDEBAR AD

Hidden in mobile, Best for skyscrapers.