Judgement: ରାହୁଲ-ଖଡ଼ଗେଙ୍କଠାରୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ

43 minutes ago 1
ARTICLE AD BOX

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଅଭିମୁଖେ ବିରୋଧୀ ଦଳଗୁଡ଼ିକର ଶୋଭାଯାତ୍ରାକୁ ନେଇ ଦାଏର ଏକ ଆବେଦନ ଉପରେ ମଙ୍ଗଳବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମ୍‌କୋର୍ଟ। ଗତ ଅକ୍ଟୋବର ୧୨ରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳର ନେତା ଓ ସମର୍ଥକମାନେ ସୁପ୍ରିମ୍‌କୋର୍ଟ ଅଭିମୁଖେ ଶୋଭାଯାତ୍ରା କରିଥିଲେ। ଏହାଦ୍ୱାରା ଅଦାଲତ ନିକଟରେ ବିପୁଳ ଭିଡ଼ ହେବା ସହ ଜଣେ ଗର୍ଭବତୀ ସାମ୍ବାଦିକା ଆହତ ହୋଇଥିବା ଆବେଦନରେ ଅଭିଯୋଗ କରାଯାଇଛି।

ଏହି ଆବେଦନରେ ଅଦାଲତ ପରିସର ଓ ଏହାର ଆଖପାଖରେ ରାଜନୈତିକ ଶୋଭାଯାତ୍ରା ଓ ପ୍ରତିବାଦକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରଣୟନ କରିବାକୁ ଦାବି ହୋଇଛି। ଏଥିସହ ରାହୁଲ ଗାନ୍ଧୀ, ଖଡ଼ଗେ ଏବଂ ଅନ୍ୟ କେତେକ ବିରୋଧୀ ନେତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିବାକୁ ମଧ୍ୟ ଆବେଦନକାରୀ ଦାବି କରିଛନ୍ତି। ସୁପ୍ରିମ୍‌କୋର୍ଟ ଏହି ପ୍ରସଙ୍ଗରେ ପୂର୍ବରୁ ନୋଟିସ୍‌ ଜାରି କରିଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଅକ୍ଟୋବର ୧୬ରେ ଆବେଦନର ବିଚାର କରି ଜବାବ ମାଗିଥିଲେ। ତେବେ ସେତେବେଳେ ଅଦାଲତ ସ୍ପଷ୍ଟ କରିଥିଲେ ଯେ, ଏହି ପର୍ଯ୍ୟାୟରେ କାହା ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯାଉନାହିଁ। ପକ୍ଷମାନଙ୍କ ଜବାବ ମିଳିବା ପରେ ମାମଲାର ପରବର୍ତ୍ତୀ ବିଚାର କରାଯିବ।

Azam Khan: ଆଜମ୍‌ ଖାନ୍‌ଙ୍କୁ ଝଟ୍‌କା: ଇଡିର ଗିରଫଦାରୀ ଉପରେ ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ଅଦାଲତ ପରିସରରେ ରାଜନୈତିକ ପ୍ରଦର୍ଶନ ନ୍ୟାୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ତେଣୁ ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟଗୁଡ଼ିକ ନିକଟରେ ପ୍ରତିବାଦ ଓ ଶୋଭାଯାତ୍ରା ପାଇଁ ସ୍ପଷ୍ଟ ନିୟମ ରହିବା ଆବଶ୍ୟକ। ଏହି ଘଟଣା ସହ ଜଡ଼ିତ ସିସିଟିଭି ଦୃଶ୍ୟ ଓ ଅନ୍ୟ ଡିଜିଟାଲ୍‌ ପ୍ରମାଣ ସୁରକ୍ଷିତ ରଖିବାକୁ ମଧ୍ୟ ଅଦାଲତ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.