Rainy Season: ବର୍ଷା ଋତୁରେ କାହିଁକି ବଢ଼ିଯାଏ ଗଣ୍ଠିବ୍ୟଥା ସମସ୍ୟା? ଜାଣନ୍ତୁ କଣ କୁହନ୍ତି ଡାକ୍ତର

5 days ago 4
ARTICLE AD BOX

ଭୁବନେଶ୍ୱର: ବର୍ଷା ଋତୁ ଆସିଲେ ଅନେକ ଲୋକଙ୍କଠାରେ ଆଣ୍ଠୁ, କାନ୍ଧ, ହାତ ଓ ଅନ୍ୟାନ୍ୟ ଗଣ୍ଠିରେ ବ୍ୟଥା ବଢ଼ିଯାଏ। ବିଶେଷକରି ଆର୍ଥ୍ରାଇଟିସ କିମ୍ବା ପୂର୍ବରୁ ଗଣ୍ଠି ସମସ୍ୟା ଥିବା ବ୍ୟକ୍ତିମାନେ ଏହି ସମୟରେ ଅଧିକ ଅସୁବିଧା ଅନୁଭବ କରନ୍ତି। ଚିକିତ୍ସକଙ୍କ କହିବା ଅନୁସାରେ, ବର୍ଷା ଋତୁରେ ବାୟୁମଣ୍ଡଳୀୟ ଚାପ କମିବା, ଆର୍ଦ୍ରତା ବଢ଼ିବା ଓ ତାପମାତ୍ରା କମିବା ଭଳି କାରଣରୁ ଏହି ସମସ୍ୟା ଅଧିକ ଦେଖାଯାଏ।

କାହିଁକି ବଢ଼େ ଗଣ୍ଠି ବ୍ୟଥା?

ବର୍ଷା ଦିନରେ ବାୟୁମଣ୍ଡଳୀୟ ଚାପ କମିଯାଏ, ଯାହାଫଳରେ ଗଣ୍ଠି ଚାରିପାଖର ସ୍ନାୟୁ ଫୁଲିଯାଇ ବ୍ୟଥା ବଢ଼ାଇପାରେ। ଡାକ୍ତରଙ୍କ କହିବା ମୁତାବକ ବର୍ଷା ଯୋଗୁଁ ଲୋକମାନେ କମ୍ ଚଳପ୍ରଚଳ କରିଥାନ୍ତି, ଅଧିକ ସମୟ ଘରେ ରହିଥାନ୍ତି | ଅଧିକ ସମୟ ଧରି ବସିରହିବା ଯୋଗୁଁ ମଧ୍ୟ ଗଣ୍ଠି ଯନ୍ତ୍ରଣା ଦେଖାଦିଏ ।

ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

ବିଶେଷଜ୍ଞଙ୍କ କହିବା କଥା ଯେ, ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗୀ, ରୁମାଟଏଡ୍ ଆର୍ଥ୍ରାଇଟିସ୍ ରୋଗୀ, ପୂର୍ବରୁ ହାଡ଼ କିମ୍ବା ଗଣ୍ଠିରେ ଆଘାତ ପାଇଥିବା ବ୍ୟକ୍ତି ଓ ବୟସ୍କ ବ୍ୟକ୍ତିମାନଙ୍କ ପାଖରେ ମୁଖ୍ୟତଃ ବର୍ଷାଦିନେ ଏହି ସମସ୍ୟା ଅଧିକ ଦେଖାଦେଇପାରେ | 

କେମିତି ରଖିବେ ନିଜକୁ ସୁସ୍ଥ?

ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ହାଲୁକା ବ୍ୟାୟାମ, ଯୋଗ କରନ୍ତୁ। ଶରୀରରେ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ। କ୍ୟାଲସିୟମ, ଭିଟାମିନ୍ ଡି ଓ ଓମେଗା-୩ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହନ୍ତୁ ନାହିଁ।

କେବେ ଡାକ୍ତରଙ୍କୁ ଦେଖାଇବେ?

ଯଦି ଗଣ୍ଠିର ବ୍ୟଥା ଦୀର୍ଘ ସମୟ ଧରି ରହୁଛି, ଗଣ୍ଠି ଫୁଲିଯାଉଛି, ଲାଲ ପଡ଼ୁଛି କିମ୍ବା ଚାଲିବା-ବୁଲିବାରେ ଅସୁବିଧା ହେଉଛି, ତେବେ ବିଳମ୍ବ ନକରି ଅସ୍ଥିରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.