Railway Crossing Problem ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ

4 days ago 2
ARTICLE AD BOX

ଲଇକେରା(ଭରତ ପାତ୍ର): ଦକ୍ଷିଣ–ପୂର୍ବ ରେଳବାଇର ହାୱଡ଼ା–ମୁମ୍ବାଇ ମୁଖ୍ୟ ରେଳପଥ ଅଧୀନ ଧୁତରା ରେଳଷ୍ଟେସନ ନିକଟସ୍ଥ ୨୫୪ ନମ୍ବର ରେଳଫାଟକରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ଏକ ଅଘଟଣ ଯୋଗୁଁ ପ୍ରାୟ ଏକ ଘଣ୍ଟା ଧରି ରେଳ ଓ ସଡ଼କ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

rail gate- trailer1

ରେଳ ଲାଇନ ମଝିରେ ଏକ ଟ୍ରେଲର ହଠାତ୍ ବ୍ରେକଡାଉନ୍ ହୋଇ ଅଚଳ ହୋଇପଡ଼ିବାରୁ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରାୟ ଘଣ୍ଟାଏ ଧରି ଅଟକି ରହିବାକୁ ପଡ଼ିଥିଲା। ଘଟଣାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଲୋକେ ରେଳବାଇର ଉଦାସୀନତାକୁ ଦାୟୀ କରିଛନ୍ତି।

ଯନ୍ତ୍ରଣା ଦେଉଛି ରଙ୍ଗମାଟିଆ-ଭୋଟପଡ଼ା ରେଳ ଫାଟକ

ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା ୫୫ ମିନିଟ୍ ସମୟରେ ଟ୍ରେଲରଟି ରେଳଫାଟକ ଅତିକ୍ରମ କରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରେଳ ଲାଇନ ମଝିରେ ଅଚଳ ହୋଇପଡ଼ିଥିଲା। ଏହାପରେ ତୁରନ୍ତ ରେଳ ଚଳାଚଳକୁ ବନ୍ଦ କରାଯାଇଥିଲା। ଏକ ଘଣ୍ଟାର ପ୍ରୟାସ ପରେ ଟ୍ରେଲରଟିକୁ ରେଳ ଲାଇନରୁ ହଟାଯାଇଥିଲା। ଫଳରେ ଅପରାହ୍ନ ୩ଟା ୫୫ ମିନିଟ୍ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ସହ ଅନ୍ୟାନ୍ୟ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଘଟଣା ସମୟରେ ରେଳଫାଟକର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଲମ୍ବା ଧାଡ଼ିରେ ଅଟକି ରହିଥିଲା। ଅଫିସ୍ ଯାତ୍ରୀ, ରୋଗୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହୋଇଥିଲେ। ପ୍ରାୟ ଘଣ୍ଟାଏ ଧରି ଯାତାୟାତ ଠପ୍ ହୋଇ ରହିବାରୁ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା।

Elephant Railway Crossing Gate: ଜଙ୍ଗଲୀ ହାତୀ ଭାଙ୍ଗିଦେଲା ରେଳ ଫାଟକର ବୁମ୍

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଧୁତରା, ଅର୍ଡା, ଚମ୍ପାପଡା, ଖାଳିଙ୍ଗିପଡା, ମଝାପଡା, ସାରସମାଳ, ଗୁଡ଼ିଗାଁ, ସିଆଲରମା, କେଳଡା ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଦୈନନ୍ଦିନ ଯାତାୟାତ ପାଇଁ ଏହି ରେଳଫାଟକ ଉପରେ ନିର୍ଭର କରୁଛନ୍ତି। ଚାଷ କାମ, ଚିକିତ୍ସା, ଶିକ୍ଷା, ବ୍ୟବସାୟ ଓ ଜିଲ୍ଲା ସଦର ମହକୁମାକୁ ଯାତାୟାତ ସମୟରେ ବାରମ୍ବାର ସମସ୍ୟା ଉପୁଜିଛି। କିଛି ଦିନ ପୂର୍ବରୁ ଏହି ୨୫୪ ନମ୍ବର ରେଳଫାଟକ ନିକଟରେ ଏକ ଟ୍ରେଲର ଧକ୍କାରେ ଜଣେ ଯୁବକଙ୍କ ପ୍ରାଣହାନୀ ଘଟିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.