Rahul Gandhi: ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ସୁପ୍ରିମ୍ କୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ ଦାବି କଲେ ରାହୁଲ ଗାନ୍ଧୀ

1 month ago 13
ARTICLE AD BOX

ନୂଆଦିଲ୍ଲୀ: ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ତତ୍ତ୍ଵାବଧାନରେ ଏକ ସ୍ୱାଧୀନ ଓ ଉଚ୍ଚସ୍ତରୀୟ କମିଟି ଗଠନ କରି ପୋଲିସର ''''ବଳପ୍ରୟୋଗ''''ର ତଦନ୍ତ କରାଯାଉ ବୋଲି ଗୁରୁବାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି। ଗତ ଜୁଲାଇ ୨୦ ତାରିଖରେ ହୋଇଥିବା ବିକ୍ଷୋଭ ସମୟରେ ପୋଲିସର ଲାଠିଚାର୍ଜ ଭିଡିଓ ସୋସିଆଲ ମିଡିଆ ''''ଏକ୍ସ''''ରେ ଶେୟାର କରି ସେ ଏହି ଦାବି ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଜନତାଙ୍କ ସ୍ୱରକୁ ଦମନ କରାଯିବା ଉଚିତ୍ ନୁହେଁ: ମେହବୁବା ମୁଫତି

ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ''''ପେଲେଟ୍ ଗନ୍'''' ବ୍ୟବହାର ଅଭିଯୋଗ ଆଣି ରାହୁଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ସଂସଦରେ ''''ପେପର ଲିକ୍ ବିରୋଧୀ ବିଲ୍'''' ଉପରେ ଚାଲିଥିବା ଆଲୋଚନା ସମୟରେ ରାହୁଲ କହିଛନ୍ତି ଯେ, ଏହି ଘଟଣା ପାଇଁ ଗୃହମନ୍ତ୍ରୀ ସିଧାସଳଖ ଦାୟୀ। ଅନ୍ୟପକ୍ଷରେ, ବିଜେପି ରାହୁଲଙ୍କ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ଆଖ୍ୟା ଦେଇ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି। ଲୋକସଭାରେ ରାହୁଲ ଦେଇଥିବା କେତେକ ବୟାନକୁ ବାଚସ୍ପତି ଗୃହର କାର୍ଯ୍ୟବିବରଣୀରୁ ବାଦ୍ ଦେଇଥିବା ବେଳେ, ସେ ଗୃହ ବାହାରେ ମଧ୍ୟ ସମାନ ଦାବି ଦୋହରାଇଛନ୍ତି।

ଆହୁରି ପଢ଼ନ୍ତୁ: ଅମିତ ଶାହଙ୍କୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନକୁ ସୌରଭ ଦାସଙ୍କ ସମର୍ଥନ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.