Radha Ashtami: ଶ୍ରୀମନ୍ଦିରରେ ରାଧାଷ୍ଟମୀ: ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

27 minutes ago 1
ARTICLE AD BOX

ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ ପାଳିତ ହୁଏ ପବିତ୍ର ରାଧାଷ୍ଟମୀ। ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହି ତିଥିର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ଶ୍ରୀମନ୍ଦିରରେ ରାଧାଷ୍ଟମୀ ଅବସରରେ ବିଭିନ୍ନ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବା ସହ ଚକ୍ରରାଜ ସୁଦର୍ଶନଙ୍କ ନଗର ପରିକ୍ରମା ଏହି ଦିନର ମୁଖ୍ୟ ଆକର୍ଷଣ ଅଟେ। ରାଧାଷ୍ଟମୀ ଦିନ ଶ୍ରୀମନ୍ଦିରରୁ ଚକ୍ରରାଜ ସୁଦର୍ଶନ ଚଳନ୍ତି ପ୍ରତିମା ଭାବେ ପାଲିଙ୍କିରେ ବିଜେ କରି ନଗର ପରିକ୍ରମାରେ ବାହାରନ୍ତି। ପରମ୍ପରା ଅନୁଯାୟୀ ସେ ପୁରୀର ଚାରିଟି ପ୍ରମୁଖ ଆଶ୍ରମ- ମାର୍କଣ୍ଡେୟ, ଭୃଗୁ, ଅଙ୍ଗିରସ ଏବଂ ସନନ୍ଦନ ଆଶ୍ରମ ପରିକ୍ରମା କରନ୍ତି। ପ୍ରଭୁଙ୍କ ଏହି ଯାତ୍ରା ସମୟରେ ବାଟରେ ଭକ୍ତମାନେ ପନ୍ତି ଭୋଗ ଅର୍ପଣ କରିଥାନ୍ତି।

ଜମ୍ବେଶ୍ୱର ମନ୍ଦିରରେ ଶୀତଳ ଭୋଗ

ଆଶ୍ରମ ପରିକ୍ରମା ସମାପ୍ତ କରି ଚକ୍ରରାଜ ସୁଦର୍ଶନ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରନ୍ତି। ସେଠାରେ ପରମ୍ପରା ଅନୁସାରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୁଏ। ଏହି ଅବସରରେ ଶୀତଳ ଭୋଗ ଓ ପ୍ରସାଦ ଲାଗି କରାଯାଇଥାଏ। ସେଠାରେ ବର୍ଷକର ଆୟବ୍ୟୟ ହିସାବ କରାଯାଏ।

ମା’ ଲକ୍ଷ୍ମୀଙ୍କ ସ୍ୱତନ୍ତ୍ର ନୀତି
ରାଧାଷ୍ଟମୀ ଅବସରରେ ଶ୍ରୀମନ୍ଦିର ଭିତରେ ଶ୍ରୀଦେବୀଙ୍କର ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଆରତି ଅନୁଷ୍ଠିତ ହୁଏ। ଶ୍ରୀଜଗନ୍ନାଥ ପରମ୍ପରାରେ ଶ୍ରୀଦେବୀ ତଥା ମା’ ମହାଲକ୍ଷ୍ମୀଙ୍କ ସହ ଏହି ତିଥିର ଆଧ୍ୟାତ୍ମିକ ସମ୍ପର୍କ ରହିଥିବାରୁ ରାଧାଷ୍ଟମୀ ଦିନ ଏହି ସ୍ୱତନ୍ତ୍ର ନୀତିର ଗୁରୁତ୍ୱ ରହିଛି। କେବଳ ଶ୍ରୀମନ୍ଦିର ନୁହେଁ, ଓଡ଼ିଶାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ରାଧାଷ୍ଟମୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଏ। 

Nabagunjara: ନଅଟି ଭିନ୍ନ ପ୍ରାଣୀର ଅଙ୍ଗକୁ ନେଇ ଗଠିତ ନବଗୁଞ୍ଜର ରହସ୍ୟ କ’ଣ ଜାଣନ୍ତୁ

ଏହି ଦୁର୍ଲଭ ଦର୍ଶନ ପାଇଁ ପ୍ରତିବର୍ଷ ସାକ୍ଷୀଗୋପାଳକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ରାଧାଷ୍ଟମୀ ତିଥି ଓଡ଼ିଶାର ଧାର୍ମିକ ପରମ୍ପରା, ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ରାଧାକୃଷ୍ଣ ଭକ୍ତିଧାରାର ଏକ ସୁନ୍ଦର ସମନ୍ୱୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.