Pune Murder Case: ଜାତୀୟ ପୁରୁଷ କମିସନ ଗଠନ କରିବାକୁ ରାଜ୍ୟସଭା ସାଂସଦଙ୍କ ଦାବି

4 weeks ago 13
ARTICLE AD BOX

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି ପ୍ରତିଷ୍ଠାତା ଅଶୋକ କୁମାର ମିତ୍ତଲ ପୁଣି ଥରେ ଜାତୀୟ ପୁରୁଷ କମିସନ ଗଠନ କରିବାକୁ ଦାବି କରିଛନ୍ତି। ପୁଣେର ରିୟଲ ଇଷ୍ଟେଟ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟା ମାମଲାର ଉଦାହରଣ ଦେଇ ମିତ୍ତଲ ସଦ୍ୟତମ ଦାବି କରିଥିଲେ।

୨୬ ବର୍ଷୀୟ କେତନଙ୍କୁ ତାଙ୍କ ଭାବୀ ପତ୍ନୀ ଓ ତାଙ୍କ ପ୍ରେମିକ ଲୋହାଗଡ଼ ଦୁର୍ଗରୁ ଖାଇକୁ ଧକ୍କା ଦେଇ ହତ୍ୟା କରିଥିଲେ। ମିତ୍ତଲ ଏହି ମାମଲାକୁ ଅତି ବିଚଳିତ କରିଦେବା ପରି ମାମଲା ବୋଲି କହିବା ସହିତ ଡିସେମ୍ବର ୨୦୨୫ର ରାଜ୍ୟସଭା କାର୍ଯଧାରାର ଏକ ଭିଡିଓ ଜାରି କରିଥିଲେ। ସେ ରାଜ୍ୟସଭାରେ ଜାତୀୟ ମହିଳା କମିସନଙ୍କ ଆଧାରରେ ଜାତୀୟ ପୁରୁଷ କମିସନ ଗଠନ କରିବାକୁ ଦାବି କରି ପ୍ରାଇଭେଟ ମେମ୍ବର ବିଲ୍‌ ଆଗତ କରିଥିଲେ।

କେତନ ମାମଲା ଏକ ଉଦାହରଣ ଯେ ପୁରୁଷମାନେ ମଧ୍ୟ ପୀଡିତ ହୋଇପାରନ୍ତି ବୋଲି ମିତ୍ତଲ ‘ଏକ୍ସ’ ରେ ଏକ ପୋଷ୍ଟ କରି ଲେଖିଛନ୍ତି, ପୁରୁଷମାନେ ମଧ୍ୟ ସଂସ୍ଥାଗତ ସମର୍ଥନ, ଆଇନଗତ ସୁରକ୍ଷା ଓ ସେମାନଙ୍କ ସ୍ବର ଯେଉଁଠି ଶୁଣା ଯାଉଥିବ ସେହିପରି ଏକ ମଞ୍ଚ ପାଇବାକୁ ଯୋଗ୍ୟ ବୋଲି ମିତ୍ତଲ ଲେଖିଛନ୍ତି। ଲିଙ୍ଗ ନିର୍ବିଶେଷରେ ନ୍ୟାୟ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ବୋଲି ଆମ୍‌ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ମିତ୍ତଲ କହିଛନ୍ତି। ତେବେ ଭାରତରେ ପ୍ରାଇଭେଟ୍‌ ବିଲ୍ ଭୋଟିଂ ପର୍ଯ୍ୟାୟକୁ ଯିବା କଷ୍ଟକର ହୋଇଥାଏ। ସ୍ୱାଧୀନତା ପରଠାରୁ ଦେଶରେ କେବଳ ୧୪ଟି ଏପରି ବିଲ୍ ଆଇନରେ ପରିଣତ ହୋଇଛି ଓ ୧୯୭୦ ପରଠାରୁ କୌଣସି ପ୍ରାଇଭେଟ୍‌ ବିଲ୍‌ ସଂସଦର ଉଭୟ ଗୃହରେ ସଫଳତାର ସହ ପାରିତ ହୋଇନାହିଁ।

Ketan Agrawal Case: କେତନ ହତ୍ୟା ମାମଲା: ସିୟାଙ୍କ ମିଛ ଧରା ପରୀକ୍ଷା ପାଇଁ କୋର୍ଟରେ ପୁଲିସର ଆବେଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.