Digital payment: ସହଜ ହେବ ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା: ନଗର ଉନ୍ନୟନ ବିଭାଗ ସହ ଏସ୍‌ବିଆଇ ଏମ୍‌ଓୟୁ

15 minutes ago 1
ARTICLE AD BOX

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସୁଦୃଢ଼ୀକରଣ ଓ ‘ସୁଯୋଗ’ ପ୍ଲାଟଫର୍ମ ଜରିଆରେ ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ ପେମେଣ୍ଟ ସେବା ଯୋଗାଇଦେବା ଲକ୍ଷ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଣ୍ଟ ଆଗ୍ରିଗେଟର୍ ସେବା ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଶୁଭେନ୍ଦୁ ସାହୁ ଓ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଡିଜିଏମ୍‌ (ଡି ଆଣ୍ଡ୍‌ ଟିବି) ସୁଶାନ୍ତ କୁମାର ଦାଶ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। 

Job: ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ

ଶ୍ରୀମତୀ ପାଢ଼ୀ କହିଛନ୍ତି, ଏହି ସହଭାଗିତା ଫଳରେ ନାଗରିକମାନେ ‘ସୁଯୋଗ’ ପ୍ଲାଟଫର୍ମରେ ବିଭିନ୍ନ ପୌର ସେବା, ଟିକସ, ଫି, ୟୁଟିଲିଟି ଚାର୍ଜର ଅନ୍‌ଲାଇନ୍‌ ପେମେଣ୍ଟ କରିପାରିବେ। ଏଥିରେ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଓ ଡିଜିଟାଲ୍ ୱାଲେଟ୍‌ ଭଳି ବିଭିନ୍ନ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ଉପଲବ୍ଧ ହେବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି, ନାଗରିକଙ୍କ ପାଇଁ ସରକାରୀ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଓ ସହଜଲଭ୍ୟ କରିବା। ଯଦ୍ଦ୍ବାରା ନିୟମିତ ପୌର କାରବାର ପାଇଁ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡ଼ିବନି। ଏହା ସହରାଞ୍ଚଳ ଶାସନରେ ସ୍ୱଚ୍ଛତା ଆଣିବ।

Tanishq: ତନିସ୍କ ବାଏ ରିଭା ପକ୍ଷରୁ ବାହାଘର ଗହଣା ସମ୍ଭାର ‘ୱେଡିଂ ସି‌ଗ୍‌ନେଚର୍ସ’

ଏହି ପେମେଣ୍ଟ ବ୍ୟବସ୍ଥାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସଂଗୃହୀତ ଅର୍ଥର ସୁଗମ ସେଟେଲ୍‌ମେଣ୍ଟ ବ୍ୟବସ୍ଥା। ପେମେଣ୍ଟ ଗେଟ୍‌ୱେ ଜରିଆରେ ପ୍ରାପ୍ତ ଅର୍ଥ ସମ୍ପୃକ୍ତ ପୌର ସଂସ୍ଥାଗୁଡ଼ିକର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାକୁ ଯିବ ଓ ବ୍ୟବସାୟିକ ଦିବସ ଆଧାରରେ ସିଧାସଳଖ ସେଟେଲ୍‌ମେଣ୍ଟ କରାଯିବ। ଫଳରେ ଅର୍ଥ ସଂଗ୍ରହର ସ୍ୱଚ୍ଛ ହିସାବ, ମେଳକ ଓ ଟ୍ରାକିଂ ସମ୍ଭବ ହୋଇପାରିବ। ଏହି ଅବସରରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଓଡ଼ିଶା ସର୍କଲ୍‌ ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.