Pullela Gopichand: ନୂଆ ସ୍କୋରିଂ କିଛି ଖେଳାଳିଙ୍କୁ ହଜାଇଦେବ: ଗୋପୀଚାନ୍ଦ...

1 hour ago 2
ARTICLE AD BOX


ନୂଆଦିଲ୍ଲୀ: ଆସନ୍ତାବର୍ଷରୁ ବ୍ୟାଡ୍‌ମିଣ୍ଟନ୍‌ରେ ୧୫ ପଏଣ୍ଟ୍‌ ଓ ୩ ଗେମ୍‌ ବିଶିଷ୍ଟ ସ୍କୋରିଂ ବ୍ୟବସ୍ଥା ଲାଗୁ ହେବ। ବ୍ୟାଡ୍‌ମିଣ୍ଟନ୍‌କୁ ଅଧିକ ଆକର୍ଷଣୀୟ ଏବଂ କୌଶଳପୂର୍ଣ୍ଣ କରିବା ଲକ୍ଷ୍ୟରେ ଏଭଳି ଏକ ପରିବର୍ତନ କରାଯାଇଛି। ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ମହାସଂଘ ଏହାକୁ ଅନୁମୋଦନ କରି ସାରିଛି। ଅନ୍ତର୍ଜାତୀୟ ଖେଳସୂଚୀର ବ୍ୟସ୍ତତା ତଥା ଖେଳାଳିଙ୍କୁ ଆହତ ସମସ୍ୟାରୁ ରୋକିବା ଲକ୍ଷ୍ୟରେ ବ୍ୟାଡ୍‌ମିଣ୍ଟନ୍‌କୁ ସଂକ୍ଷିପ୍ତ ଫର୍ମାଟ କରାଯାଇଛି। ଯାହାକି ନାଟକୀୟ ଭାବେ ଏହାକୁ ନୂଆ ରୂପ ଦେବ ବୋଲି ବିଶ୍ବାସ କରାଯାଉଛି। ଏହି ପରିବର୍ତନକୁ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ କିଂବଦନ୍ତି ପୁଲେଲା ଗୋପୀଚାନ୍ଦ ସ୍ବାଗତ କରିଛନ୍ତି। ନୂଆ ସ୍କୋରିଂ ନିୟମ ବ୍ୟାଡ୍‌ମିଣ୍ଟନ୍‌କୁ ନୂଆ ରୂପ ଦେବ ବୋଲି ଗୋପୀଚାନ୍ଦ କହିଛନ୍ତି। କିଛି ଖେଳାଳି ଏହାଦ୍ବାରା ସଫଳ ହେବେ ଏବଂ ଆଉ କିଛିଙ୍କୁ ଏହା ହଜାଇଦେବ ବୋଲି ସେ ଅନୁଭବ କରିଛନ୍ତି।

ଆହୁରି ପଢ଼ନ୍ତୁ- First Cyclospora Death: ସାଇକ୍ଲୋସ୍ପୋରାରେ ପ୍ରଥମ ଥର ପାଇଁ ମିଶିଗନରେ ଦୁଇଜଣଙ୍କ ମୃତ୍ୟୁ: ଦୂଷିତ ଖାଦ୍ୟ ମାଧ୍ୟମରେ ସଂକ୍ରମଣ ବ୍ୟାପିଥିବା ଆଶଙ୍କା...

ଅନ୍ତର୍ଜାତୀୟ କ୍ୟାଲେଣ୍ଡରର ଚାପ ଦୃଷ୍ଟିରୁ ଖେଳାଳିଙ୍କ ଉପରୁ କାର୍ଯ୍ୟଭାର କମାଇବା ପାଇଁ ବିଶ୍ବ ମହାସଂଘ ଏଭଳି ନିଷ୍ପତ୍ତି‌ ନେଇଛି। ଆସନ୍ତା ବ‌ର୍ଷରୁ ୨୧ ପଏଣ୍ଟ୍‌ ବଦଳରେ ୧୫ ପଏଣ୍ଟ୍‌କୁ ନେଇ ଖେଳାଯିବ। ତଥାପି ଏହା ଖେଳାଳିଙ୍କୁ ଆହତରୁ ମୁକ୍ତ ରଖିବାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଗୋପୀଚାନ୍ଦ ଆଶଙ୍କା ପ୍ରକଟ କରିଛନ୍ତି। ‘ମୁଁ ଯେବେ ଅଲ୍‌ ଇଂଲଣ୍ଡ ଜିତିଥିଲି, ଏହାର କିଛି ମାସ ପୂର୍ବରୁ ନିୟମକୁ ୧୫ରୁ ୭କୁ କମାଇ ଦିଆଯାଇଥିଲା। ମୋତେ ଖାପ ଖୁଆଇବା ପାଇଁ କିଛି ଦିନ ଲାଗିଥିଲା, କାରଣ ମୁଁ ଷ୍ଟ୍ରୋକ୍‌ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲି।’ ଏବେ ସେଭଳି ପରିସ୍ଥିତି ହେବ, କିଛି ସଫଳ ହେବେ ଏବଂ ଆଉ କିଛି ସଂଘର୍ଷ କରିବେ। ଫର୍ମାଟ ସଂକ୍ଷିପ୍ତ ହେବା ଫଳରେ ଖେଳାଳିଙ୍କୁ ଏଣିକି ଅଧିକ ଗତି, ଶକ୍ତି ଓ ମାନସିକ ଦୃଢ଼ତାର ଆବଶ୍ୟକତା ପଡ଼ିବ। ସର୍ଭ-ରିଟର୍ଣ୍ଣ ଏବଂ ଆକ୍ରମଣାତ୍ମକ ପର୍ଯ୍ୟାୟ ନିଶ୍ଚିତ ଭାବେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଗୋପୀଚାନ୍ଦ କହିଛନ୍ତି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.