ARTICLE AD BOX
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ମୃତ କଏଦୀ ହେଉଛନ୍ତି କବିରାଜ ରାଉତ। ଘର ଗଞ୍ଜାମର ଚିଙ୍ଗୁଡିଖୋଳ ଗ୍ରାମ। ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଇବାକୁ ନେଇ ପରିବାର ଲୋକ ଆପତ୍ତି ଉଠାଇବା ସହ ମୃତ୍ୟୁର ସଠିକ କାରଣ ନଜଣାଇବା ପର୍ଯ୍ୟନ୍ତ ପରିବାର ଲୋକେ ହସ୍ପିଟାଲ ସମ୍ମୁଖରେ ପ୍ରତିବାଦ କରିଥିବା ଜଣାପଡ଼ିଛି।
କବିରାଜ ରାଉତ ପ୍ରାୟ ଚାରି ବର୍ଷ ଧରି ମାଲକାନଗିରି ଜେଲ୍ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟକୁ ପଠାଇବା ନେଇ ପରିବାର ଲୋକ ଆପତ୍ତି ଉଠାଇଥିଲେ। ବ୍ୟବଚ୍ଛେଦ ଓ ମୃତ୍ୟୁର ପ୍ରକୃତ କାରଣ ନେଇ ସ୍ପଷ୍ଟତା ଦାବି କରି ପରିବାର ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।
ପରେ ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଥିଲ। ପରେ ସ୍ଥାନୀୟ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଯେହେତୁ ବିଚାରଧୀନ କୈଦୀର ମୃଡ୍ୟୁ ହୋଇଛି। ତେଣୁ ନୀତି ନିୟମ ଅନୁସାରେ କୋରାପୁଟରେ ହିଁ ଶବର ବ୍ୟବଛେଦ କରାଯିବ ବୋଲି ପୁଲିସ ବୁଝାଇବା ପରେ ସମସ୍ତେ ଶାନ୍ତ ପଡିଥିଲେ। ଏହି ଘଟଣାକୁ ନେଇ ପୁଲିସ ଓ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣାର ତଦନ୍ତ ଓ ଆବଶ୍ୟକ ପ୍ରକ୍ରିୟା ଜାରି ରହିଥିବା କୁହାଯାଇଛି।
Death: ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ ଲାଗି ଚାଲିଗଲା ରୋଗୀଙ୍କ ଜୀବନ, ଶବ ରଖି ପରିବାର ଲୋକଙ୍କ ଧାରଣା
ଅନ୍ୟପକ୍ଷରେ ପରିବାର ପକ୍ଷରୁ କଏଦୀଙ୍କ ମୃତ୍ୟୁର ସଠିକ୍ କାରଣ ଜଣାଇବା ସହ ବ୍ୟବଚ୍ଛେଦ ପ୍ରକ୍ରିୟା ନିୟମାନୁସାରେ କରିବାକୁ ଦାବି କରିଛନ୍ତି। ତେବେ ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ଦିଲୀପ କୁମାର ଜେନାଙ୍କୁ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇନପାରିଥିବାରୁ ତାଂକ ପ୍ରତିକ୍ରିୟା ଦିଆଯାଇପାରି ନାହିଁ।

1 week ago
7


