ARTICLE AD BOX
ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଓ ସନ୍ରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କାବ୍ୟା ମାରାନ୍ଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। ଦୁହେଁ ଗ୍ରୀସ୍ରେ ଏକ ଛୋଟ ଉତ୍ସବରେ ବିବାହ କରିବେ ବୋଲି ଖବର ଆସୁଛି। ଏହାକୁ ନେଇ କାବ୍ୟାଙ୍କ ସମ୍ପତ୍ତି ଓ ପାରିବାରିକ ପୃଷ୍ଠଭୂମି ବିଷୟରେ ଜାଣିବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି। ୩୪ ବର୍ଷୀୟା କାବ୍ୟା ହେଉଛନ୍ତି ସନ୍ ଗ୍ରୁପ୍ର ମୁଖ୍ୟ କଳାନିଧି ମାରାନ୍ଙ୍କ ଏକମାତ୍ର ଝିଅ। ସେ ସନ୍ ଟିଭି ନେଟୱର୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ହେବା ସହ ଆଇପିଏଲ୍ ଦଳ ‘ସନ୍ରାଇଜର୍ସ ହାଇଦ୍ରାବାଦ’ର ମୁଖ୍ୟ ଭାବେ ମଧ୍ୟ କାମ କରୁଛନ୍ତି। କେତେକ ରିପୋର୍ଟ ଅନୁସାରେ, କାବ୍ୟାଙ୍କ ନିଜସ୍ୱ ସମ୍ପତ୍ତିର ପରିମାଣ ୪୦୦ରୁ ୫୦୦ କୋଟି ଟଙ୍କା ମଧ୍ୟରେ। ଅନ୍ୟପଟେ ଫୋର୍ବସ୍ର ରିପୋର୍ଟ ଅନୁଯାୟୀ, ତାଙ୍କ ବାପା କଳାନିଧି ମାରାନ୍ଙ୍କ ମୋଟ ସମ୍ପତ୍ତି ୨.୫ ବିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୨୩,୭୨୫ କୋଟି ଟଙ୍କା। ୧୯୯୩ ମସିହାରେ ସେ ସନ୍ ଟିଭି ନେଟୱର୍କ ଆରମ୍ଭ କରିଥିଲେ। ଆଜି ଏହା ଦେଶର ଅନ୍ୟତମ ବୃହତ୍ ଆଞ୍ଚଳିକ ଗଣମାଧ୍ୟମ।
Demand: ସୀମନ୍ତ ଭଇଁସାବେଡା ଗାଁର ମୌଳିକ ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ଖବର ଅନୁସାରେ, ନଭେମ୍ବର ୧୦ ଓ ୧୧ ତାରିଖରେ ଗ୍ରୀସ୍ରେ ଦୁଇ ଦିନ ଧରି ଅନିରୁଦ୍ଧ ଓ କାବ୍ୟାଙ୍କ ବିବାହ ଉତ୍ସବ ହୋଇପାରେ। ଏଥିରେ କେବଳ ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟ ଯୋଗ ଦେବେ। ନଭେମ୍ବର ୨୧ରେ ଚେନ୍ନାଇରେ ବିବାହ ଭୋଜି ହେବାର ଯୋଜନା ରହିଛି। ତେବେ ଏହି ଖବରକୁ ଦୁଇ ପରିବାର ପକ୍ଷରୁ ଏଯାଏ ଅଧିକାରିକ ଭାବେ ସ୍ପଷ୍ଟ କରାଯାଇନାହିଁ।
Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ

1 hour ago
1


