Murder: ମୋବାଇଲ୍‌ ଫୋନ୍‌କୁ କେନ୍ଦ୍ରକରି ହତ୍ୟାକାଣ୍ଡ: ଥାନାରେ ମାମଲା, ୪ ଅଟକ

47 minutes ago 1
ARTICLE AD BOX

ହଜିଯାଇଥିବା ମୋବାଇଲ୍‌ ‌ଫୋନକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କଣ୍ଟାଶୋଲା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

 ଥାନାରେ ମାମଲା, ୪ ଅଟକ

ରାଇରଙ୍ଗପୁର/ବାଦାମପାହାଡ଼: ହଜିଯାଇଥିବା ମୋବାଇଲ୍‌ ‌ଫୋନକୁ କେନ୍ଦ୍ରକରି ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ କଣ୍ଟାଶୋଲା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗ୍ରାମର ବର୍ଜୁ ଦେହୁରୀ(୩୦)। ମୋବାଇଲ୍‌ ଚୋରି ସନ୍ଦେହରେ ଚାରିଜଣ ଯୁବକ ବର୍ଜୁଙ୍କୁ ନେଇଯାଇଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ବାଦାମପାହାଡ଼ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ୪ ଯୁବକଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତ ଦୁର୍ଗାପୂଜା ସମୟରେ ବାଦାମପାହାଡ଼ରେ ମେଳା ବସିଥିଲା। 

ମେଳାରେ ଦୁଧିଝରଣ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌ ହଜିଯାଇଥିଲା। ସେହିରାତିରେ ବର୍ଜୁ ଦେହୁରୀଙ୍କ ପୁଅ ରାମ ଦେହୁରୀ ମେଳାରୁ ଏକ ମୋବାଇଲ୍‌ ପାଇଥିଲେ। ମାତ୍ର ଏହା ସଂପୃକ୍ତ ବ୍ୟକ୍ତିଙ୍କ ହଜିଥିବା ମୋବାଇଲ୍‌ ନଥିଲା। ଏହି ଘଟଣାରେ ରବିବାର ସନ୍ଧ୍ୟାରେ ଦୁଧିଝରଣ ଗ୍ରାମର ଚାରିଜଣ ଯୁବକ କଣ୍ଟାଶୋଲା ଗ୍ରାମକୁ ଆସି ବର୍ଜୁ ଓ ତାଙ୍କପୁଅ ରାମଙ୍କୁ ଦୁଧିଝରଣ ଗ୍ରାମକୁ ନେଇଯାଇଥିଲେ। ପରେ ରାମଙ୍କୁ ଛାଡ଼ି ଦେଇଥିବାବେଳେ ତାଙ୍କ ବାପା ବର୍ଜୁଙ୍କୁ ଅଟକ ରଖିଥିଲେ ବୋଲି କହିଛନ୍ତି ମୃତକଙ୍କ ପୁଅ। ସୋମବାର ସକାଳେ ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡିହି ଛକ ନିକଟରେ ବର୍ଜୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଯଥାଶୀଘ୍ର ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି(ମଙ୍ଗଳବାର) ସକାଳେ ସେଠାରେ ବର୍ଜୁଙ୍କ ମୃତ୍ୟୁ ଘଟିଥିଲା। ବାଦାମପାହାଡ଼ ପୁଲିସ ଶବ ଜବତକରି କେସ୍‌ ନମ୍ବର ୧୫୧/୨୬ରେ ଏକ ମାମଲା ରୁଜୁ ସହ ତଦନ୍ତ କରୁଛି। ପୁଲିସ ଦୁଧିଝରଣ ଗ୍ରାମର ୪ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାଇରଙ୍ଗପୁର ଏସ୍‌ଡିପିଓ ବୀରେନ୍ଦ୍ର ସେନାପତି ଓ ଥାନାଧିକାରୀ କେ କେ ହେମ୍ବ୍ରମ୍ ଘଟଣାର ତଦନ୍ତ କରୁଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.